Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଜୈବିକ ସାର ନାଁରେ କପା ଚାଷୀଙ୍କୁ ବଡ଼ ଧୋକା

Odisha

ଜୈବିକ ସାର ନାଁରେ କପା ଚାଷୀଙ୍କୁ ବଡ଼ ଧୋକା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜୈବିକ ସାର ନାଁରେ କପା ଚାଷୀଙ୍କୁ ବଡ଼ ଧୋକା

ଅର୍ଗସ ବ୍ୟୁରୋ:  ଖରା, ବର୍ଷାରେ ଏତେ ପରିଶ୍ରମ କରିଥିଲେ । ଆଉ ଏବେ ପରିଶ୍ରମ ଆଖି ସାମ୍ନାରେ ନଷ୍ଟ ହେଉଛି । ମୁଣ୍ଡରେ ହାତ ଦେଇ ଉପାୟ ଶୂନ୍ୟ ହୋଇ ଚାହିଁ ରହିଛି ଚାଷୀ । ଆମେ କହୁଛୁ ନୂଆପଡ଼ା ଜିଲ୍ଲା କଥା । ଭଲ ଅମଳ ପ୍ରଲୋଭନ ଦେଖାଇ ଚାଷୀଙ୍କୁ ଚୂନ ମାରି ଫେରାର ହୋଇଯାଇଛି ରାଜ୍ୟ ବାହାରର ସାର ଡିଲର୍ । ଦୁଇ ପଇସା ପାଇବା ଆଶାରେ ଡିଲରଠୁ ଜୈବିକ ସାର କିଣି ଏକର ଏକର ଜମିରେ କପା ଚାଷ କରିଥିଲେ ଚାଷୀ ।... ହେଲେ କପା ଗଛ ବଢୁନି କି ଫଳ ଆଉ ଫୁଲ ବି ଆସୁ ନାହିଁ । ନିରାଶ ହୋଇ ଅନ୍ୟ ଜାଗାରୁ ସାର ଆଣି କପାରେ ବ୍ୟବହାର କରିଥିଲେ ।... ତଥାପି ସୁଫଳ ମିଳିନାହିଁ । ଯାହାକୁ ନେଇ ଚିନ୍ତାରେ ଶହ ଶହ ଚାଷୀ ।

ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ସୁକଳିମୁଡି, ସଲଙ୍ଗିପଡ଼ା, ବାବୁପାଲି ଭଳି ବିଭିନ୍ନ ଅଞ୍ଚଳରେ ଜୈବିକ ସାର ନାଁରେ ଠକେଇ କରିଥିବା ଅଭିଯୋଗ କରିଛନ୍ତି ଚାଷୀ ।... ଚାଷୀଙ୍କୁ ଦୁଆର ମୁହଁରେ ସାର ଯୋଗାଇ ଦେବା ସହ କମ୍ ଦରର ପ୍ରଲୋଭନ ଦେଖାଇ 40 ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛି ସଂପୃକ୍ତ ଡିଲର୍ ।..... ଘଟଣାର ଅନୁଧ୍ୟାନ ପାଇଁ ବ୍ଲକ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ କହିଛନ୍ତି ଭାରପ୍ରାପ୍ତ କୃଷି ଅଧିକାରୀ । ଏଠି ପ୍ରଶ୍ନ, କିଏ ସେଇ ଡିଲର୍ ? । ଟଙ୍କା ନେଇ ନିମ୍ନମାନର ସାର ଯୋଗାଇ ଚାଷୀଙ୍କୁ ଠକିବାର କିଏ ଦେଲା ସାହାସ ? ଘଟଣାର ତୁରନ୍ତ ତଦନ୍ତ କରି ସଂପୃକ୍ତ ଡିଲର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀଙ୍କ ଦାବି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Big scam to cotton farmers in the name of organic fertilizers | Argus News