Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୋଦିଙ୍କ ପାଇଁ ବଡ଼ ସୁରକ୍ଷା ପ୍ରସ୍ତୁତି , ତ୍ରି ସ୍ତରୀୟ ସୁରକ୍ଷା ବଳୟ ରେ ରାଜଧାନୀ ଭୁବନେଶ୍ୱର 

Odisha

ମୋଦିଙ୍କ ପାଇଁ ବଡ଼ ସୁରକ୍ଷା ପ୍ରସ୍ତୁତି , ତ୍ରି ସ୍ତରୀୟ ସୁରକ୍ଷା ବଳୟ ରେ ରାଜଧାନୀ ଭୁବନେଶ୍ୱର 

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ମୋଦିଙ୍କ ପାଇଁ ବଡ଼ ସୁରକ୍ଷା ପ୍ରସ୍ତୁତି , ତ୍ରି ସ୍ତରୀୟ ସୁରକ୍ଷା ବଳୟ ରେ ରାଜଧାନୀ ଭୁବନେଶ୍ୱର 

Key Points

  • ମୋଦିଙ୍କ ପାଇଁ ବଡ଼ ସୁରକ୍ଷା ପ୍ରସ୍ତୁତି 
  • ତ୍ରି ସ୍ତରୀୟ ସୁରକ୍ଷା ବଳୟ ରେ ରାଜଧାନୀ ଭୁବନେଶ୍ୱର 
  • ଏୟାରପୋର୍ଟ ନିକଟରେ କରିବେ ସାଧାରଣ ସଭା 
  • ରାଜ୍ୟ କାର୍ଯ୍ୟାଳୟ ରେ ବିଧାୟକ ସାଂସଦଙ୍କ ନେବେ ରିପୋର୍ଟ

ଅର୍ଗସ ବ୍ୟୁରୋ : ଡିଜି ସମ୍ମିଳନୀ ପାଇଁ ଉଠୁଛି ପଡୁଛି ରାଜଧାନୀ ଭୁବନେଶ୍ବର । କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ । ପ୍ରଥମେ ୨୯ ତାରିଖ ମଧ୍ୟାହ୍ନରେ ପହଞ୍ଚିବେ ଗୃହମନ୍ତ୍ରୀ ଅମିତ ଶାହା । 29 ରେ ଡିଜି ସମ୍ମିଳନୀ ରେ ଯୋଗ ଦେବେ ଗୃହ ମନ୍ତ୍ରୀ.. ପରେ ଅପରାହ୍ନ ୪.୧୫ ରେ  ଭୁବନେଶ୍ବରରେ ବିମାନ ବନ୍ଦର ରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ.. ସେଠାରେ ମୋଦୀ ଙ୍କୁ  ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବା ପରେ ବିମାନ ବନ୍ଦର ନିକଟରେ ଏକ ସାଧାରଣ ସଭା ରେ ଯୋଗ ଦେବେ । ସଭା ସ୍ଥାନ ରୁ ରାଜଭବନ ଯିବା ପରେ ରାଜ୍ୟ ବିଜେପି କାର୍ଯ୍ୟଳୟକୁ ଆସିବେ ମୋଦି । ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଦଳୀୟ ପଦାଧିକାରୀଙ୍କ ସହ ବୈଠକ ରହିଛି । ୨ ଘଣ୍ଟା ଦଳୀୟ କାର୍ଯ୍ୟାଳୟରେ ରହି ସମସ୍ତଙ୍କ ସହ ଆଲୋଚନା କରିବେ । ଏହି ସମୟରେ ମୋଦି ନେତା ମନ୍ତ୍ରୀ ମାନଙ୍କ ନିକଟରୁ ରିପୋର୍ଟ ନେବେ । ସରକାର ଓ ସଂଗଠନ ଉଭୟର ରିପୋର୍ଟ କଲେକ୍ସନ କରିବେ ପ୍ରଧାନମନ୍ତ୍ରୀ ।   
ସେପଟେ ମୋଦୀ ଙ୍କ ଗସ୍ତ ପାଇଁ  ଏୟାର ପୋର୍ଟ, ରାଜ୍ୟ ଅତିଥି ଭବନ, ରାଜ ଭବନ, ଓ ବିଜେପି ରାଜ୍ୟ କାର୍ଯ୍ୟାଳୟ ସବୁଠି କଡା କଡ଼ି ସୁରକ୍ଷା.. ଏ ଦୃଶ୍ୟ ଗତକାଲି ରାତି ର..ବିଜେପି

କାର୍ଯ୍ୟାଳୟ ରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସହ ପୋଲିସ, ଅଗ୍ନିଶମ ଓ ବରିଷ୍ଠ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲା SPG ଟିମ । ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମୀକ୍ଷା ବେଳେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ , ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ଡିଜି ୱାଇ ବି ଖୁରାନିଆ, ପୋଲିସ କମିଶନର , ଡିସିପି, ବିଭିନ୍ନ ବିଭାଗର ସଚିବ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ସାମିଲ ଥିଲେ ।

ସେପଟେ ଏସ ପିଜି ଟିମ ମଧ୍ୟ ଆଉ ଥରେ ସୁରକ୍ଷା ଯାଞ୍ଚ କରିଥିଲେ..ଦୁଇ ଘଣ୍ଟା ରୁ ଅଧିକ ସମୟ ବିଜେପି ରାଜ୍ୟ କାର୍ଯ୍ୟାଳୟ ରେ ରହିବା ସହ ରାତ୍ରୀ ଭୋଜନ କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ମୋଦୀ ଙ୍କ ପସନ୍ଦ ର ଓଡ଼ିଆ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ତିନି ଦିନର ଡିଜି ସମ୍ମିଳନୀ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ରେ ଆଲୋଚନା ହେବ.. ମାଓ ଦମନ, ବାଂଲାଦେଶୀ ଅନୁପ୍ରବେଶ, ଆତଙ୍କବାଦ, ସହ ସାଇବର ଅପରାଧ ଉପରେ ଗୁରୁମନ୍ତ୍ର ଦେଇ ପାରନ୍ତି ପିଏମ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big security preparations for Modi, capital Bhubaneswar in three-tiered security zone | Argus News