|
logo
Live

Argus News - ବିରାଟ ପଟୁଆରେ ଯାଇ ନାମାଙ୍କନ ଭରିଲେ ବିଜେପି ହେଭିୱେଟ୍

Odisha

ବିରାଟ ପଟୁଆରେ ଯାଇ ନାମାଙ୍କନ ଭରିଲେ ବିଜେପି ହେଭିୱେଟ୍

Manini Pattanayak
Browse all articles by Manini Pattanayak
·1 year ago·2 min read
ବିରାଟ ପଟୁଆରେ ଯାଇ ନାମାଙ୍କନ ଭରିଲେ ବିଜେପି ହେଭିୱେଟ୍

ଭୁବନେଶ୍ୱର:  ନାମାଙ୍କନ ପାଇଁ ବିଭିନ୍ନ ରାଜନୈତିକ ଦଳର ବଡ଼ ସୋ । ବିରାଟ ପଟୁଆରେ ଯାଇ ନାମାଙ୍କନ ଭରିଛନ୍ତି ଅଗସ୍ତି ବେହେରା, ପ୍ରତାପ ପ୍ରଧାନ, ରୁଦ୍ର ପାଣି ଓ କାଳନ୍ଦୀ ସାମଲ । ନାମାଙ୍କନ ପର୍ବରେ ସାମିଲ୍ ହୋଇ ପରିବର୍ତ୍ତନ ପାଇଁ ଜନସମର୍ଥନ ଲୋଡିଲେ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, `ଲୋକଙ୍କ ଉତ୍ସାହ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଭରସା ଓ ବିଶ୍ବାସର ସଙ୍କେତ' । 
ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ନାମାଙ୍କନର ଆଜି ଶେଷ ଦିନ । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ନିଜ ନିଜ ଦଳୀୟ କର୍ମୀଙ୍କ ସହ ଯାଇ ନାମାଙ୍କନ ଭରିଛନ୍ତି । ବିରାଟ ପଟୁଆରାରେ ବାହାରି ଛେଣ୍ଡିପଦାରୁ ଅଗସ୍ତି ବେହେରା ଓ ଅନୁଗୁଳରୁ ପ୍ରତାପ ପ୍ରଧାନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେହିପରି ଢେଙ୍କାନାଳରେ ଲୋକସଭାର  ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ବିଶାଳ ରାଲି କରି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେପି ହେଭିଓ୍ବେଟଙ୍କ ନାମାଙ୍କନ ପର୍ବରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଆ ଅସ୍ମିତା ଓ ସ୍ବାଭିମାନର ସୁରକ୍ଷା ପାଇଁ ଜନ ସମର୍ଥନ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ତାଳଚେର ବିଧାନସଭା ବିଜେପି ପ୍ରାର୍ଥୀ କାଳନ୍ଦୀ ସାମଲ କାର୍ଯ୍ୟକର୍ତ୍ତାଙ୍କ ସହ ଆସି ନୋମିନେସନ୍ ଫାଇଲ୍ କରିଛନ୍ତି । 

ସେପଟେ କଟକର ଲୋକସଭା ପ୍ରାର୍ଥୀ ଭତ୍ତୃହରି ମହତାବ ଓ ବଡ଼ମ୍ବା ବିଜେପି ପ୍ରାର୍ଥୀ ସମ୍ବିତ ତ୍ରିପାଠୀ ମଧ୍ୟ ନିଜ ସମର୍ଥକଙ୍କ ସହ ଆସି ନାମାଙ୍କନ ଭରିଛନ୍ତି । ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ପାଟଣାଗଡରୁ ବିଜେପି ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ, ସତ୍ୟବାଦୀରୁ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର, ଜି.ଉଦୟଗିରି ବିଜେପି ବିଧାୟକ ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନାମାଙ୍କନ ଭରିଛନ୍ତି ।  ଅନ୍ୟପଟେ ବିଜେଡିରୁ ପିପିଲିରେ ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ଲୋଇସିଂହାରେ ନିହାର ରଞ୍ଜନ ବେହେରା, ପାଳଲହଡାରୁ ମୁକେଶ କୁମାର ପାଳ ଓ କୁଚିଣ୍ଡାରୁ ରାଜେନ୍ଦ୍ର କୁମାର ଛତ୍ରିଆ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।  ସେହିପରି ଖଣ୍ଡପଡ଼ାରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ବିଜେଡ଼ି ଛାଡ଼ିଥିବା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ପ୍ରାର୍ଥୀପତ୍ର  ଦାଖଲ କରିଥିବାବେଳେ ଦଶପଲ୍ଲା ପାଇଁ ସ୍ବାଧୀନ ପ୍ରାର୍ଥୀ ରବୀନ୍ଦ୍ର ସେଠୀ ଓ ନୟାଗଡ଼ ପାଇଁ ରଣଜିତ ଦାଶ କଂଗ୍ରେସରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି  । ପାଖେଇ ଆସୁଛି ନିର୍ବାଚନ । ସରଗରମ ହେଉଛି ମୈଦାନ । ବିଜେପି ସହ ବିଜେଡି ହେଭିୱେଟ୍ ପ୍ରାର୍ଥୀପତ୍ର ଦାଖଲ କରି ଲୋଡିଛନ୍ତି ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିରାଟ ପଟୁଆରେ ଯାଇ ନାମାଙ୍କନ ଭରିଲେ ବିଜେପି ହେଭିୱେଟ୍ | Argus News