ଧାନ କିଣାକୁ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ପରିବହନ ବିଭାଗର ବଡ଼ ପଦକ୍ଷେପ
·1 year ago·1 min read

ଅର୍ଗସ ବ୍ୟୁରୋ: ଧାନ କିଣାକୁ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ପରିବହନ ବିଭାଗର ବଡ଼ ପଦକ୍ଷେପ। ଅବିଳମ୍ବେ ଧାନ ମଣ୍ଡିରୁ ସିଧାସଳଖ ନିର୍ଦ୍ଧାରିତ ସମୟ ମଧ୍ୟରେ ମିଲରେ ପହଞ୍ଚିବ ଧାନ। ସେଥିପାଇଁ ପ୍ରତି ଟ୍ରକରେ ଲାଗିବ ଭେହିକଲ ଲୋକେସନ ଟ୍ରାକିଂ ଡିଭାଇସ। ନଭେମ୍ବର ୧୫ ସୁଦ୍ଧା ସବୁ ଟ୍ରକରେ ଭେହିକଲ ଲୋକେସନ ଟ୍ରାକିଂ ଡିଭାଇସ୍ ଲଗାଇବା ପାଇଁ ଟ୍ରକ୍ ମାଲିକଙ୍କୁ ପରାମର୍ଶ ଦେଇଛନ୍ତି ପରିବହନ କମିଶନର ଅମିତାଭ ଠାକୁର। ଧାନ ଲୋଡ଼ିଂ ଓ ଅନଲୋଡ଼ିଂରେ ହେଉଥିବା ଅହେତୁକ ବିଳମ୍ବ ଯୋଗୁଁ ଏଭଳି ପଦକ୍ଷେପ ନେଇଛି ପରିବହନ ବିଭାଗ। କଟନି ଛଟନି ଦୂର ପାଇଁ ପ୍ରତି ମଣ୍ଡିରେ ଉପସ୍ଥିତ ରହିବେ ମିଲ୍ ର ଜଣେ ଲେଖାଏଁ ପ୍ରତିନିଧି। କଟକରେ ରାଜ୍ୟ ପରିବହନ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖାଦ୍ୟ ଯୋଗାଣ ନିଗମ ମୁଖ୍ୟ ପରିଚାଳକ, ଟ୍ରକ୍ ମାଲିକ ସଂଘ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ।
ଅଧିକ ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: