ଆସନ୍ତାକାଲି ଭୀଷଣ ବାତ୍ୟା !

ଭୁବନେଶ୍ୱର: ସମ୍ଭାବ୍ୟ ଭୀଷଣ ବାତ୍ୟାର ପ୍ରଭାବ ଓଡ଼ିଶାରେ ସିଧାସଳଖ ନାହିଁ। ହେଲେ ବି ରହିବ ପ୍ରଭାବ। ସମସ୍ତ ୪ ଟି ଯାକ ବନ୍ଦର ଗୁଡ଼ିକୁ ୧ ନମ୍ବର ବିପଦ ସଂକେତ ଦିଆଯାଇଛି। ଓଡ଼ିଶା ଉପକୂଳ ରେ ୨୫ ତାରିଖ ରେ ୪୦ ରୁ ୫୦ କିମି ବେଗରେ ପବନ ବହିବ। ଝଟକା ପବନ ୬୦ କିମି ରହିବ। ୨୬ ସକାଳେ ବୃଦ୍ଧି ପାଇବର ବେଗ ୬୦ ରୁ ୭୦ ଓ ଝଟକା ପବନ ୮୦ କିମି ଘଂଟା ପ୍ରତି ରହିବ। ୨୫ ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ରେ ପ୍ରବଳ ବର୍ଷା ହେବ। ୨୬ ରେ ଭଦ୍ରକ ଓ ବାଲେଶ୍ୱର ରେ ଅତି ପ୍ରବଳ ବର୍ଷା ସହ ମୟୁରଭଂଜ ଓ କେନ୍ଦ୍ରାପଡା ରେ ପ୍ରବଳ ବର୍ଷା ସହ ଉତ୍ତର ଓଡ଼ିଶା ର କିଛି ଅଞ୍ଚଳରେ ବର୍ଷା ରହିବ।
କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ଶକ୍ତିଶାଳୀ ହେଉଛି। ଯାହା ବର୍ତ୍ତମାନ ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଆସନ୍ତାକାଲି ସକାଳେ ବାତ୍ୟା ର ରୂପ ନେବା ପରେ ଉତ୍ତର ଦିଗରେ ଗତି କରିବା ଆରମ୍ଭ କରିବ। ୨୫ ସନ୍ଧ୍ୟାରେ ଭୀଷଣ ବାତ୍ୟାରେ ପରିଣତ ହେବ। ସେହି ସମାନ ଭାବେ ଉତ୍ତର ଦିଗରେ ଗତି କରି ବାଂଲାଦେଶ ସଂଲଗ୍ନ ପଶ୍ଚିମବଙ୍ଗ ର ସାଗର ଦ୍ଵିପ ଓ ଖେପୂପରା ମଧ୍ୟରେ ୨୬ ମଧ୍ୟରାତ୍ର ରେ ଭୀଷଣ ବାତ୍ୟା ହେଇ ଉପକୂଳ ଅତିକ୍ରମ କରିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର

