ଦୁଇ ବାଇକ ଚୋର ଗିରଫ
·1 year ago

ନୟାଗଡ: ଦଶପଲ୍ଲା ପୋଲିସ କୁ ବଡ଼ ସଫଳତା । ଦୁଇ ବାଇକ ଚୋର ଗିରଫ। ଦଶପଲ୍ଲା ଥାନା ଅନ୍ତର୍ଗତ ନେଳିଗୁଡ଼ା ଠାରେ ଏକ ଗ୍ୟାରେଜ ମାଲିକ ପଙ୍କଜ ଖମାରୀଙ୍କ ପୁଅ ତପନ ଖମାରୀକୁ ଦଶପଲ୍ଲା ପୋଲିସ ବାଇକ ଚୋରୀ ଅଭିଯୋଗରେ ଗିରଫ କରିଛି। ତପନକୁ ପଚରା ଉଚରା ପରେ ଆଉ ଜଣଙ୍କ ନାମ ଆସିଥିଲା। ଯାହାକି, ସୁଦର୍ଶନ ପ୍ରଧାନ ଙ୍କ ପୁଅ ଦିଲ୍ଲୀପ ପ୍ରଧାନ, ସେହି ନେଳୀଗୁଡ଼ା ଗ୍ରାମର ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ ଦଶପଲ୍ଲା ଅଞ୍ଚଳରେ ବହୁ ବାଇକ ଚୋରିହୋଇଛି। ପୋଲିସ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଡ୍ୟାମ ଛକ ନିକଟରେ ଥିବା ବାଇକ ଗ୍ୟାରେଜ ଉପରେ ଚଢ଼ାଉ କରିଥିଲେ। ଗ୍ୟାରେଜ ମାଲିକ ଓ ଚୋରା ତିନୋଟି ବାଇକ ଜବତ କରି ଥାନାକୁ ଆଣିଥିଲେ। ତପନକୁ ପଚରା ଉଚରା ପରେ ଆଉ ଜଣଙ୍କ ନାମ ଆସିଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: