Videos
|
Odisha

ରାସ୍ତା ଉପରେ ଉପୁଡ଼ି ପଡିଛି ବଡ଼ ବଡ଼ ଗଛ

Ritu Das
Browse all articles by Ritu Das
·1 year ago·1 min read
ରାସ୍ତା ଉପରେ ଉପୁଡ଼ି ପଡିଛି ବଡ଼ ବଡ଼ ଗଛ

ଅର୍ଗସ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ସୋର ଏବଂ ବାହାନଗା ବ୍ଲକ ରେ ବାତ୍ୟାର ପ୍ରଭାବ ଦେଖିବାପାଇଁ ମିଳିଛି, ବିଭିନ୍ନ ସ୍ଥାନରେ ଗଡ଼ିପଡ଼ିଛି ପୁରୁଣା ବଡ ବଡ଼ ଗଛ, ଉପୁଡି ପଡିଛି ବିଦ୍ୟୁତ ଖୁଣ୍ଟ। ଟେଣ୍ଟେଇ ଗୁଡ଼ ମୁଖ୍ୟ ରାସ୍ତା ରେ ପଡି ରହିଛି ଅନେକ ବଡ଼ ବଡ଼ ଗଛ। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ସ୍ଥାନୀୟ ଟେଣ୍ଟେଇ ସରପଞ୍ଚ ଲଷ୍ମୀକାନ୍ତ ମଳିକଙ୍କ ଉପସ୍ଥିତ ରହି 

ସ୍ଥାନୀୟ ସ୍ୱେଚ୍ଛାସେବୀ ମାନଙ୍କୁ ଧରି ତୋରିତ ବେଗରେ ଗଛ କାଟି ରାସ୍ତା ସଫା କରୁଛନ୍ତି।  ପ୍ରଶାସନ ବି ପୁରା ସଜାଗ ହୋଇ ଗାଁ ଗାଁ ରେ ଘର ଉପରେ ପଡି ରହିଥିବା ଗଛ ଗୋଡ଼ିକୁ ସଫା କରିବା ପାଇଁ ପ୍ରସ୍ତୁତି ଜୋର ଦାର କରିଛି। ବିଭିନ୍ନ ସ୍ଥାନ ରେ ଘର ଉପରେ ମଧ୍ୟ ଗଛ ପଡ଼ିଥିବା ଚିତ୍ର ସାମ୍ନା କୁ ଆସିଥିବା ବେଳେ ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ, NDRF ଟିମ ପୁରା ସଜାଗ ରହି କାର୍ଯ୍ୟ କରୁଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Big trees | Argus News