Videos
|
Odisha

ମାହାଙ୍ଗା ଡବଲ ମର୍ଡର ମାମଲାରେ ବଡ଼ ରାୟ: 9 ଜଣ ଦୋଷୀଙ୍କୁ ଆଜୀବନ ଜେଲ୍

Ritu Das
Browse all articles by Ritu Das
·2 years ago·2 min read
ମାହାଙ୍ଗା ଡବଲ ମର୍ଡର ମାମଲାରେ  ବଡ଼ ରାୟ: 9 ଜଣ ଦୋଷୀଙ୍କୁ ଆଜୀବନ ଜେଲ୍

ଅର୍ଗସ ବ୍ୟୁରୋ: 3 ବର୍ଷ 7 ମାସ ପରେ ଆସିଲା ମାହାଙ୍ଗା ଡବଲ ମର୍ଡରର ରାୟ। 9 ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଲେ ସାଲେପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍। ଅଭିଯୁକ୍ତ ଥିଲେ 13 ଜଣ। 13 ନମ୍ବର ମୁଦାଲା ଥିଲେ ସେତେବେଳର  ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା। ଆଜୀବନ ଜେଲ ଦଣ୍ଡ ପାଇଥିବା ଦୋଷୀଙ୍କ ଭିତରେ ଅଛନ୍ତି ପ୍ରତାପଙ୍କ ଖାସ  ବିଜେଡି ନେତା ଭିକାରୀ ସ୍ବାଇଁ, ପ୍ରମୋଦ ବିଶ୍ବାଳ, କ୍ଷିତଶ୍ ଆଚାର୍ଯ୍ୟ, ଲଳିତ ବରାଳ, ମଳୟ ବାରିକ, ପଞ୍ଚାନନ ସେଠୀ, ଚୈତନ୍ୟ ସେଠୀ, କୈଳାସ ଖଟୁଆ, ଉମେଶ ଖଟୁଆ। 

ଦୁଇ ଅଭିଯୁକ୍ତ ଉମାକାନ୍ତ ସ୍ବାଇଁ  ବିଜୟ ବରାଳ ଓ ସନ୍ତୋଷ ପାଣି  ଏବେ ବି ଫେରାର। ଅନ୍ୟ ଜଣେ ଅଭିଯୁକ୍ତ ଫ୍ରଫୁଲ୍ଲ ବିଶ୍ବାଳ ଓରଫ କାବୁଆଙ୍କ ମୃତ ଦେହ ମିଳିଥିଲା  ପ୍ରତାପଜେନାଙ୍କ ପରିବାରର ମାଲିକାନାରେ ଥିବା ଦୁଶାସନ ଜେନା ୟାର୍ଡ ପାଖରୁ।

2021- ଜାନୁଆରୀ 2 ମାହାଙ୍ଗାରେ ଗଡିଲା ଦୁଇଜଣଙ୍କ ମୁଣ୍ଡ। ନୃତାଙ୍ଗରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟ ସିଂ ବରାଳଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ହତ୍ୟାକାଣ୍ଡ ପଛରେ ସେତେବଳର ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଅଭିଯୋଗ ଆଣିଥଲେ ଖୋଦ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ। ଏବେ ରାୟ ଆସିବା ପରେ କୁଳମଣିଙ୍କ ପରିବାର ମୁଖ୍ୟ ଷଡଯନ୍ତ୍ରକାରୀକୁ କେବେ ଦଣ୍ଡ ବୋଲି କରିଛନ୍ତି ପ୍ରଶ୍ନ

ମାହାଙ୍ଗା ଡବଲ ମର୍ଡର କେସରେ ମୁଦାଲା ନମ୍ବର 13 ଥିଲେ ସେତେବେଳର ଆଇନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା। ହେଲେ ପ୍ରତାପଙ୍କ ନାଁ ପ୍ରଥମେ ଚାର୍ଜସିଟରୁ କାଟିଦେଇଥିଲା ମାହାଙ୍ଗା ପୋଲିସ, ପ୍ରୋଟେଷ୍ଟ ପିଟିସନ ଫାଇଲ କରିଥିଲେ ମୃତ କୁଳମଣି ବରାଳଙ୍କ ପରିବାର। କୋର୍ଟ ପୁନର୍ବାର ତଦନ୍ତ ନିର୍ଦେଶ ଦେଇଥିଲେ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରତାପଙ୍କ ପିଏ ବାପି ବିଶ୍ବାଳ ଓ ବ୍ଲକ ଅଧ୍ୟକ୍ଷ ଶରତ ନାୟକ ପ୍ରଫୁଲ ବିଶ୍ବାଳଙ୍କ ସହ ବାରମ୍ବାର କଥା ହୋଇଥିବାର ପ୍ରମାଣ ସିଡିଆରରୁ ମିଳିବା ପରେ  ଆଇନ ଜାଲରୁ ଖସିପାରିନଥିଲେ ପୂର୍ବତନ ଆଇନମନ୍ତ୍ରୀ।  ସାଲେପୁର କୋର୍ଟଙ୍କ ନିର୍ଦ୍ଦେଶରେ ପୁଣି ପ୍ରତାପଙ୍କ ନାଁରେ ଲାଗିଥିଲା 302 ଦଫା।  ଏହା ବିରୋଧରେ ହାଇକୋର୍ଟ ଯାଇଥିଲେ ପ୍ରତାପ। କୋର୍ଟରେ ଶୁଣାଣି ଶେଷ ହୋଇଛି। ଅପେକ୍ଷା ରାୟକୁ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର