Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ବରରେ ଓଡ଼ିଶା ବିଜେପିର ବିଶାଳ ବିଜୟ ଉତ୍ସବ

Ritu Das
Browse all articles by Ritu Das
·2 years ago·2 min read
ଭୁବନେଶ୍ବରରେ ଓଡ଼ିଶା ବିଜେପିର ବିଶାଳ ବିଜୟ ଉତ୍ସବ

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର, ଯାହା 24 ମହାଲଢ଼େଇରେ ପାଲଟିଲା ଅନ୍ୟତମ ବଡ଼ ପ୍ରସଙ୍ଗ । 24 ବର୍ଷର ବିଜେଡି ସରକାର ଗାଦି ଚ୍ୟୁତ ହେବାରେ ଯାହା ପାଲଟିଲା ଅନ୍ୟତମ ପ୍ରମୁଖ କାରଣ। ଯେଉଁ ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି ଦେଇଥିଲା ବଡ଼ ପ୍ରତିଶ୍ରୁତି। ସେହି ରତ୍ନଭଣ୍ଡାର ପ୍ରସଙ୍ଗରେ ଆଜି ଭୁବନେଶ୍ବରରେ ବିଜେପିର ସମ୍ବର୍ଦ୍ଧନା ସଭାରେ ବଜ୍ର ସ୍ବରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଗଡ଼ବଡ଼ି ଥିଲେ ଦୋଷୀକୁ ପାତାଳରୁ ଖୋଜି ଶାସ୍ତି ଦିଆଯିବ ।

ନୂଆ ସରକାର, ନୂଆ ଉତ୍ସାହ । ରବିବାରରେ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆ ପାଲଟିଲା ଜନସମୁଦ୍ର। ରାଜ୍ୟର କୋଣ ଅନୁକୋଣରୁ ପହଞ୍ଚିଥିଲେ ବିଜେପିର 10 ହଜାରରୁ ଅଧିକ ନେତା, କର୍ମୀ ଓ ପଦାଧିକାରୀ। ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ସବୁ ନବ ନିର୍ବାଚିତ ବିଧାୟକ, ସାଂସଦ ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ କରାଗଲା ସମ୍ବର୍ଦ୍ଧିତ । ସମ୍ବର୍ଦ୍ଧନା ସଭା ନାଁରେ ବିଜେପି ପାଳନ କରିଛି ବିଜୟ ଉତ୍ସବ । ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପୁଣି ଦୁର୍ନୀତିର ସବୁଠାରୁ ବଡ଼ ମାଧ୍ୟମ ପାଲଟିଥିବା ପିସି ମାମଲା ନେଇ ମୋହନ କହିଛନ୍ତି ଆଇନ ଅନୁଯାୟୀ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। 5 ବର୍ଷରେ ପୂରଣ କରାଯିବ ସବୁ ପ୍ରତିଶ୍ରୁତି। 

ବିଜେପିର ବିଜୟ ସାଢ଼େ 4 କୋଟି ଓଡ଼ିଆଙ୍କର ବିଜୟ । ଏହାକୁ ଓଡ଼ିଆ ବରପୁତ୍ରଙ୍କୁ ସମର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 
ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ମୋଦି ସରକାରର 10 ବର୍ଷରେ ଗତି ଧରିଛି ଓଡ଼ିଶାବାସୀଙ୍କ ରେଳ ସ୍ବପ୍ନ। ଗତ ତିନି ବର୍ଷ ହେଲା ରେଳବାଇରେ ପ୍ରତି ବର୍ଷ ରାଜ୍ୟକୁ ମିଳୁଛି 10 ହଜାର କୋଟିର ଅନୁଦାନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେପିକୁ ସେବା କରିବାକୁ ସୁଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେପି ସଭାପତି ମନମୋହନ ସାମଲ। କହିଛନ୍ତି ସଂକଳ୍ପ ପତ୍ରର ପ୍ରତି ପ୍ରତିଶ୍ରୁତି ପାଳନ ହେବ। ସବୁ ଲୋକଙ୍କ ରହିବ ଜୀବନ୍ତ ସମ୍ପର୍କ। ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବାକୁ 5 ବର୍ଷ ଦିନ ରାତି ପରିଶ୍ରମ କରିବାକୁ ଆହ୍ଵାନ ଦେଇଛନ୍ତି ମନମୋହନ ।

ଲୋକଙ୍କ ସରକାର ଲୋକଙ୍କ ପାଇଁ। ଏହି ନାରା ସହ ଓଡ଼ିଶାର ବିକାଶର ରୋଡ ମ୍ୟାପ ନେଇ କାମ କରୁଛି ବିଜେପି। ରାଜ୍ୟବାସୀଙ୍କ ଆଗରେ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଦୋହାରାଇବାକୁ ଶପଥ ସମାରୋହ ପରେ ସମ୍ବର୍ଦ୍ଧନା ସଭା ନାଁରେ ପୁଣି ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Big victory celebration | Argus News