Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dharmendra Pradhan / ବିହାର ବିଧାନସଭା ନିର୍ବାଚନ ବିନ୍ଧାଣିଙ୍କୁ ବିପୁଳ ସ୍ଵାଗତ

Rashmita Mishra
Browse all articles by Rashmita Mishra
·7 months ago·2 min read
ବିହାର ବିଧାନସଭା ନିର୍ବାଚନ ବିନ୍ଧାଣିଙ୍କୁ ବିପୁଳ ସ୍ଵାଗତ

Key Points

ବିହାର ବିଜୟ ମୋଦିଙ୍କ ଦୃଢ଼ ନେତୃତ୍ଵକୁ ସ୍ଵୀକୃତି ।
`ବିହାରରେ NDAର ବିପୁଳ ବିଜୟ ପାଇଁ ଅଗଣିତ ଜନତାଙ୍କୁ ଧନ୍ୟବାଦ' 
ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ବିହାରରେ NDA ସଫଳତା ପାଇଛି

ବିହାର ବିଧାନସଭା ନିର୍ବାଚନର ବିନ୍ଧାଣି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ଵରରେ ପହଞ୍ଚିଛନ୍ତି । ବିହାରରେ NDAର ଚମତ୍କାର ପ୍ରଦର୍ଶନ ପରେ ସେ ଓଡ଼ିଶା ଆସୁଥିବା ହେତୁ ତାଙ୍କୁ ଭୁବନେଶ୍ଵର ବିମାନବନ୍ଦରରେ ଭବ୍ୟ ସ୍ଵାଗତ କରାଯାଇଛି ।

ଶହ ଶହ ବିଜେପି କର୍ମୀ ଓ ନେତା ତାଙ୍କୁ ଭବ୍ୟ ସ୍ଵାଗତ କରିଛନ୍ତି । ପାରମ୍ପରିକ ନୃତ୍ୟବାଦ୍ୟରେ ତାଙ୍କୁ ସ୍ଵାଗତ କରିଛନ୍ତି ଦଳୀୟ ନେତା । ବିମାନବନ୍ଦରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ବିଭୁ ପ୍ରସାଦ ତରାଇ, ବିଧାୟକ ଟଙ୍କଧର ତ୍ରିପାଠୀ, ଗୋଲେକ ମହାପାତ୍ର, ପିଙ୍କି ପ୍ରଧାନ, ତେଜେଶ୍ଵର ପରିଡ଼ା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା। ଏଠାରୁ ସେ ସିଧାସଳଖ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ। ସନ୍ଧ୍ୟାରେ କଟକରେ ଚଣ୍ଡୀ ମନ୍ଦିର ଦର୍ଶନ ସହ ଉତ୍କଳକେଶରୀ ହରେକୃଷ୍ଣ ମହତାବଙ୍କ ୧୨୬ତମ ଜୟନ୍ତୀରେ ଯୋଗଦେବେ । ଆସନ୍ତାକାଲି ଭଦ୍ରକରେ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆୟୋଜିତ ଗଣଦୌଡରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ଵର ବିମାନବନ୍ଦରରେ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି ଯେ ବିହାରରେ NDAର ବିପୁଳ ବିଜୟ ପାଇଁ ଅଗଣିତ ଜନତାଙ୍କୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ବିହାରରେ NDA ସଫଳତା ପାଇଛି । ବିହାର ବିଜୟ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ଵକୁ ବଡ଼ ସ୍ଵୀକୃତି ଦେଇଛି । ନୀତୀଶ କୁମାରଙ୍କ ନେତୃତ୍ଵକୁ ପୁଣି ସ୍ଵୀକୃତି ଦେଇଥିବାରୁ ଲୋକଙ୍କୁ କୃତଜ୍ଞତା । ଉତ୍ତମ ଶାସନକୁ ବିହାରବାସୀ ପୁଣି ପସନ୍ଦ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଖାଲି ସେତିକି ନୁହେଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଭୂମିକାକୁ ପ୍ରଶଂସା କଲେ । ବିହାରରେ ଲଗାତାର ୨୦ ବର୍ଷ ଶାସନ ପରେ ବି ପୁଣି NDA ବିଜୟୀ ହୋଇଛି । ସାରା ଦେଶରେ କଲ୍ୟାଣକାରୀ ଶାସନ ଚାଲିଥିବାରୁ NDA ଆସ୍ଥାଭାଜନ ହୋଇଛି ।

ଦେଶ ବିଭାଜନ ମାନସିକତା ରଖୁଥିବା କଂଗ୍ରେସକୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି । କଂଗ୍ରେସର ନକାରାତ୍ମକ ରାଜନୀତିକୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି । ନୂଆପଡ଼ାରେ BJP ବିପୁଳ ଭୋଟ୍‌ରେ ଜିତିଛି, ଏହା ଅଭୂତପୂର୍ବ ବିଜୟ । ନୂଆପଡ଼ାରେ ବିଜେପିର ବିଜୟ ପାଇଁ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ବିହାର ନିର୍ବାଚନ ପ୍ରଭାରୀ ଦାୟିତ୍ଵରେ ଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର... 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan | Grand Welcome to Candidates in Bihar Assembly Elections | Latest Political Updates | Argus News