Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Naxal Encounter / ବିଜାପୁରରେ ବଡ଼ ଧରଣର ମାଓ ବିରୋଧୀ ଅପରେସନ୍; ଆଉ ୩ ନକ୍ସଲ ନିହତ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ବିଜାପୁରରେ ବଡ଼ ଧରଣର ମାଓ ବିରୋଧୀ ଅପରେସନ୍; ଆଉ ୩ ନକ୍ସଲ ନିହତ
Major anti-Maoist operation in Bijapur

Key Points

୨୪ ଘଣ୍ଟାରୁ ଅଧିକ ସମୟ ଧରି ଜାରି ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି ଆଉ ୩ ଜଣ ନକ୍ସଲ । ବିଜାପୁରରେ ଚାଲିଥିବା ସର୍ଚ୍ଚ ଅପରେସନ୍‌ରେ ଏବେ ସୁଦ୍ଧା ମୋଟ ୧୫ ନକ୍ସଲ ନିହତ ହୋଇଛନ୍ତି ।
ମାଲକାନଗିରି: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ବଡ଼ ଧରଣର ମାଓ ବିରୋଧୀ ଅପରେସନ୍ ଜାରି ରହିଛି । ୨୪ ଘଣ୍ଟାରୁ ଅଧିକ ସମୟ ଧରି ଜାରି ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି ଆଉ ୩ ଜଣ ନକ୍ସଲ । ବିଜାପୁରରେ ଚାଲିଥିବା ସର୍ଚ୍ଚ ଅପରେସନ୍‌ରେ ଏବେ ସୁଦ୍ଧା ମୋଟ ୧୫ ନକ୍ସଲ ନିହତ ହୋଇଛନ୍ତି ।

ବୁଧବାର ସକାଳୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ସନ୍ଧ୍ୟା ସୁଦ୍ଧା ଏନ୍‌କାଉଣ୍ଟରରେ ୧୨ ଜଣ ନକ୍ସଲ ଟଳିଥିଲେ । ଗୁରୁବାର ସକାଳେ ମଧ୍ୟ ଅପରେସନ୍ ଜାରି ରହିଥିବା ବେଳେ ଆଉ ୩ ଜଣ ନକ୍ସଲ ଟଳିଛନ୍ତି । ଏବେବି ଘଞ୍ଚ ଜହ୍ଗଲରେ ତଲାସୀ ଅଭିଯାନ ସହ ଗୁଳିବିନିମୟ ଜାରି ରହିଛି ।

ଏଥିସହ ପଢ଼ନ୍ତୁ: ୧୨ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ହେଲା ଚାଲିଛି ବଡ଼ ଅପରେସନ୍; ୧୨ ମାଓବାଦୀ ନିହତ

ବିଜାପୁର-ଦନ୍ତେୱାଡା ସୀମା ପଶ୍ଚିମ ବସ୍ତର ଡିଭିଜନ ଅଞ୍ଚଳରେ ଚାଲିଛି ଗୁଳିବିନିମୟ । DRG ଦନ୍ତେୱାଡ଼ା-ବିଜାପୁର, STF, CRPF ଏବଂ କୋବ୍ରା ବାହିନୀ ମାଓ ବିରୋଧୀ ଅପରେସନ୍‌ରେ ସାମିଲ୍ ହୋଇଛନ୍ତି ।

ବୁଧବାର ସନ୍ଧ୍ୟା ସୁଦ୍ଧା ଗୁଳିବିନିମୟରେ ମୋଟ ୧୨ ଜଣ କ୍ୟାଡର ମାଓବାଦୀ ନିହତ ହୋଇଥିବା ବେଳେ DRGର ୩ ଜଣ ଯବାନ ସହିଦ ହୋଇଥିଲେ । ୨ ଜଣ ଯବାନ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ନିହତ ମାଓବାଦୀଙ୍କ ଠାରୁ SLR ରାଇଫଲ୍, INSAS ରାଇଫଲ୍ ଏବଂ 303 ରାଇଫଲ୍ ମିଳିଛି ।

ବିଜାପୁର DRGର ତିନି ଜଣ ଯବାନ ସହିଦ ହୋଇଛନ୍ତି । ସହିଦମାନେ ହେଲେ ହେଡ୍ କନଷ୍ଟେବଳ ମୋନୁ ୱାଦାଦି, କନଷ୍ଟେବଳ ଡୁକାରୁ ଗୋଣ୍ଡେ ଓ ଯବାନ ରମେଶ ସୋଡି । ଆହତ ୨ ଜଣ ଯବାନଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଏଥିସହ ପଢ଼ନ୍ତୁ: 'ଗୁଳି ମାରିବି... ଖଣ୍ଡ ଖଣ୍ଡ କରି ଟ୍ରେନ୍ ଲାଇନ୍‌ରେ ଫିଙ୍ଗିଦେବି'; ବିଧାୟକଙ୍କୁ ଦାଦନ ଦଲାଲଙ୍କ ଧମକ

ବିଜାପୁର ଓ ଦନ୍ତେୱାଡ଼ା ସୀମାରେ ମାଓବାଦୀ ଏକାଠି ହୋଇଥିବା ନେଇ ପୋଲିସକୁ ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ବିଜାପୁର ପୋଲିସ ଡିଆରଜି, ଏସଟିଏଫ୍ ଓ କୋବ୍ରା ବାଟାଲିୟନ୍ ଆରମ୍ଭ କରିଥିଲା ମିଳିତ ଅପରେସନ୍ । ବୁଧବାର ସକାଳୁ ଗାଙ୍ଗାଲୁର ଜଙ୍ଗଲରେ ଆରମ୍ଭ ହୋଇଥିବା ଗୁଳିବିନିମୟ ଗୁରୁବାର ବି ଜାରି ରହିଛି ।

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ସମଗ୍ର ଦେଶରୁ ମାଓବାଦୀଙ୍କୁ ମୂଳପୋଛ କରାଯିବା ନେଇ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଆଉ ତା' ପରେ ଛତିଶଗଡ଼, ଆନ୍ଦ୍ରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଓଡ଼ିଶାରେ ଉଭୟ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଓ ରାଜ୍ୟ ସୁରକ୍ଷା ବାହିନୀର ମିଳିତ ଅପରେସନ ଜାରି ରଖିଥିବା ବେଳେ ଭୁଶୁଡ଼ିବାରେ ଲାଗିଛି ମାଓ ଗଡ଼ । ବିଗତ ୨୦ ମାସ ମଧ୍ୟରେ ୪୦୦ରୁ ଅଧିକ ମାଓବାଦୀ ନିପାତ ହୋଇଛନ୍ତି । ୧୭୦୦ ଜଣ ଆତ୍ମସମର୍ପଣ କରିଛନ୍ତି ଓ ୧୫୦୦ ଜଣଙ୍କୁ ଗିରଫ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bijapur Encounter: 15 Naxals Dead in Ongoing Operation | Argus News | Argus News