Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ଏବେ ଯାଏଁ ନୂଆ ଭାରିଏଣ୍ଟ୍ ଓଡ଼ିଶାରେ ଚିହ୍ନଟ ହୋଇନାହିଁ '

Smruti Parija
Browse all articles by Smruti Parija
·2 years ago·1 min read
'ଏବେ ଯାଏଁ ନୂଆ ଭାରିଏଣ୍ଟ୍ ଓଡ଼ିଶାରେ ଚିହ୍ନଟ ହୋଇନାହିଁ '

ଅର୍ଗସ ବ୍ୟୁରୋ:  ଦେଶରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଚିନ୍ତା ପ୍ରକଟ କରିଛନ୍ତି ବିଜୟ ମହାପାତ୍ର । ସେ କହିଛନ୍ତି, ଏବେ ଯାଏଁ ନୂଆ ଭାରିଏଣ୍ଟ୍ ଓଡ଼ିଶାରେ ଚିହ୍ନଟ ହୋଇନାହିଁ । ଯଦି ଆସେ, ଆମେ ଜିନୋମ୍ ସିକ୍ବେନ୍ସ୍ ପାଇଁ ପଠାଇବୁ । ବର୍ତ୍ତମାନ ସୁଦ୍ଧା ନୂଆ ଭାରିଏଣ୍ଟରେ ସିଭିଆରିଟିର କୌଣସି ସୂଚନା ନାହିଁ । ତଥାପି ସର୍ଭେଲାନ୍ସ ଜାରି ରହିଛି । କେନ୍ଦ୍ରର ଗାଇଡଲାଇନ୍ ଅନୁଯାୟୀ, ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ଓ ଯଥେଷ୍ଟ ପରିମାଣ ଟେଷ୍ଟ କିଟ୍ ରହିଛି । 

ଏଣୁ ଯେଉଁ ଲୋକଙ୍କ ପାଖରେ କୌଣସି ସିମଟମ୍ ରହୁଛି, ସେମାନେ ଆସନ୍ତୁ ଟେଷ୍ଟ କରନ୍ତୁ ବୋଲି ଅପିଲ କରିଛି ସ୍ବାସ୍ଥ୍ୟ ବିଭାଗ । ମ୍ୟାନ୍ ପାୱାର, ବେଡ୍, ଔଷଧ ସହ ସମସ୍ତ ପ୍ରକାର ପ୍ରସ୍ତୁତି ଆଗରୁ ସ୍ବାସ୍ଥ୍ୟ ବିଭାଗ କରିଥିଲା ଏବେ ବି କରିଛୁ । ଯେଉଁମାନଙ୍କୁ ଥଣ୍ଡା, କାଶ ରହୁଛି, ସେମାନେ ପ୍ରିକସନ୍ ନେବା ସହ କୋଭିଡ୍ ନିୟମ ଅନୂପାଳନ କରିବାକୁ ସ୍ବାସ୍ଥ୍ୟ ବିଭାଗ କହିଛି । ତେବେ ଥଣ୍ଡା, ଜ୍ବର ହେଲେ ଘରୁ ବାହାରନ୍ତୁ ନାହିଁ । ଲକ୍ଷଣ ଥିଲେ, ପିକନିକ୍ ଯାଆନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bijay-mohapatra-reaction-on-corona | Argus News