Videos
|
Odisha

ବିଜେଡି ପାଇଁ ଅଡୁଆ କି ବିଜୟ ଶଙ୍କର ଦାସ?

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଜେଡି ପାଇଁ ଅଡୁଆ କି ବିଜୟ ଶଙ୍କର ଦାସ?

ଅର୍ଗସ ବ୍ୟୁରୋ:  ବିଜେଡି ପାଇଁ ଅଡ଼ୁଆ କି ବିଜୟ ଶଙ୍କର। ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ଅଡୁଆ କମିବାର ନା ନେଉନି। ଦିନକୁ ଦିନ ଅଡୁଆ ତାର ଭିତରେ ସେ ଛନ୍ଦି ହେଇଯାଉଛନ୍ତି।  ଏକ ବର୍ଷ ପୂର୍ବରୁ ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ନାମରେ ବିଭିନ୍ନ ସଙ୍ଗୀନ ଅଭିଯୋଗ ଆଣିଥିଲେ ତାଙ୍କ ବାନ୍ଧବୀ ସୋମାଲିକା ଦାଶ। ଯେଉଁଥିରେ ବିବାହ ଲାଗି ପ୍ରତାରଣା, ଅନେକ ମହିଳାମାନଙ୍କ ସହିତ ସମ୍ପର୍କ, ଦୁଷ୍କର୍ମ, ସେକ୍ସ ରାକେଟ ଚଳେଇବା ଭଳି ଅନେକ ପ୍ରକାରର ଅଭିଯୋଗ ନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ।

ହେଲେ ପୋଲିସ ଘଟଣାର ତଦନ୍ତ ନକରିବାରୁ ସୋମାଲିକା କୋର୍ଟଙ୍କ ଦ୍ୱାରସ୍ଥ ପରେ କୋର୍ଟ ଜଗତସିଂହପୁର ପୋଲିସକୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ଘଟଣାର କିଛି ତଦନ୍ତ ହେଲା ନାହିଁ ବୋଲି ସୋମାଲିକା ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଆଜି ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଜଗତସିଂହପୁର ପୋଲିସ, ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ନାମରେ ମାମଲା ଦାଏର କରିଛନ୍ତି। ଅନ୍ୟପଟେ ସୋମାଲିକାଙ୍କ ଅଭିଯୋଗ ପରେ ବିବାହ ପାଇଁ କୋର୍ଟରେ ଆବେଦନ କରିଥିଲେ ତିର୍ତ୍ତୋଲ ବିଧାୟକ ।

କଟକ ସବ ରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ବିଜୟଶଙ୍କର ଦାସ ଆବେଦନ କରିଥିବା ସୂଚନା ମିଳିଥିଲା । ସୋମାଲିକା କୋର୍ଟରେ ବିଧାୟକ ବିଜୟଶଙ୍କରଙ୍କ ନାଁରେ କରିଥିବା ଅଭିଯୋଗରୁ ସେ କ୍ଲିନଚିଟ ପାଇନଥିବାବେଳେ ଅନ୍ୟଜଣଙ୍କ ସହ ବିବାହ ପାଇଁ ଆବେଦନ କରିବା ବିଧାୟକଙ୍କ ଅଡୁଆ ବଢ଼ିଯାଇଛି।  ଆଉ ଯେ ପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ ସେ ନ୍ୟାୟ ପାଇଁ ଲଢେଇ କରିବା ପାଇଁ କହିଛନ୍ତି ସୋମାଲିକା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଓଡିଶା ଖବର:

bijay sankar das problem to bjd | Argus News