Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରୀତା ସାହୁ ହଟାଅ, ବିଜେପୁର ବଞ୍ଚାଅ ପଡିଲା ନାରା

Jitendra Dash
Browse all articles by Jitendra Dash
·2 years ago·1 min read
ରୀତା ସାହୁ ହଟାଅ, ବିଜେପୁର ବଞ୍ଚାଅ ପଡିଲା ନାରା

ଅର୍ଗସ ବ୍ୟୁରୋ : ବିଜେପୁରରେ ବିଜେଡି ଫାଳଫାଳ ହେଲାଣି । ଖୋଦ୍‌ ବିଧାୟିକା ତଥା ଏବେର ବିଜେଡି ବିଧାୟିକା ପ୍ରାର୍ଥୀଙ୍କ ବିରୋଧରେ ପଡିଲାଣି ସ୍ଲୋଗାନ୍‌ । ରୀତା ହଟାଅ, ବିଜେପୁର ବଂଚାଅ । ହେଲେ ଶାସକ ଦଳ ଗଡରେ ଏମିତି କାହିଁକି ନାରାବାଜି ପଡିଲା ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଲାଣି । 

ଖାଲି ରୀତା ହଟାଅ ନୁହେଁ ବରଂ ତା' ସହ ନାରା ଦେଲେ କୋର୍ଟ ନାହିଁ ତ ରୀତା ସାହୁଙ୍କୁ ଭୋଟ୍ ନାହିଁ  । ନାରା ଦେଇ ବିରୋଧ କରିଛନ୍ତି ବିଜେଡି କର୍ମୀ । ବିଜେପୁର ନିର୍ବାଚନ ମଣ୍ଡଳୀ ବୁଡ଼ାପାଳିରେ କର୍ମୀ ସମ୍ମିଳନୀରେ ବିରୋଧ କରାଯାଇଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିଭଳି ବିଜେଡ଼ି କର୍ମୀ ସବିତା ସାହୁ ରୀତା ସାହୁଙ୍କ ନାରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଯେତେବେଳେ ରୀତା ମନ୍ତ୍ରୀ ହେଲେ କିନ୍ତୁ ବିଜେପୁରବାସୀଙ୍କ ଦୁଃଖ ଗଲାନି । ଖାଲି ନିଜ ଲୋକଙ୍କ ପାଇଁ କାମ କଲେ । ଆଉ ସାଧାରଣ ଲୋକଙ୍କ ପାଇଁ କିଛି କଲେ ନାହିଁ । ଯିଏ ଅଭିଯୋଗ କଲେ ତାଙ୍କୁ ଥାନା ଓ କୋର୍ଟ କଚେରୀ ଧମକ ଦେଲେ । ସେ ଭୟରେ କେହି ଅଭିଯୋଗ କଲେ ନାହିଁ । ଯାହାକୁ ନେଇ ଆଜି ବିଜେଡି କର୍ମୀ ମାନେ ତାଙ୍କ ବିଜେଡି ନେତାଙ୍କୁ ବିରୋଧ କରିଛନ୍ତି ।  

ରୀତାଙ୍କ ସ୍ଥାନରେ ଅନ୍ୟ ପ୍ରାର୍ଥୀ ଦେବା ପାଇଁ ମଧ୍ୟ ଦାବି ହୋଇଛି l  ବିଧାୟିକା ରୀତା ସାହୁଙ୍କ ମନମୁଖୀ କାର୍ଯ୍ୟ, ପିଶି କାରବାର, ଏବଂ ବିଜେପୁରରେ କୋର୍ଟ ଉଦଘାଟନ ହୋଇନପାରିବା ପଛରେ ମଧ୍ୟ ତାଙ୍କ ହାତ ଥିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ ବିଜେଡ଼ି ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଥିବା ଦେଖିବାକୁ ମିଳିଛି । 
 

Sponsored
bijepur bjd issue | Argus News