Videos
|
Odisha

ଦିନ ଦୁଇ ପ୍ରହରରେ ବସରେ ଚାଲିଛି ଶହ ଶହ ବେଆଇନ ଦାଦନ ଚାଲାଣ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଦିନ ଦୁଇ ପ୍ରହରରେ ବସରେ ଚାଲିଛି ଶହ ଶହ ବେଆଇନ ଦାଦନ ଚାଲାଣ

ଅର୍ଗସ ବ୍ୟୁରୋ:  ରାଜ୍ୟ ସରକାରଙ୍କ ବିଜୁ ଏକ୍ସପ୍ରେସ ଅର୍ଥ ନୈତିକ କରିଡର ପାଲଟିଛି ଗରିବୀ ଯନ୍ତ୍ରଣା ର ଦାଦନ ଏକ୍ସପ୍ରେସ l ଲୋକଙ୍କୁ କାମ ଯୋଗାଇବା ବାହାବା ର ମିଛ ପ୍ରଚାର  ର ଚିତ୍ର ନୂଆପଡା ସିନାପାଲି ରୁ ଜଳ ଜଳ ହୋଇ ଦିଶୁଛି l ଦାଦନ ସର୍ଦାର ଏବଂ ପ୍ରଶାସନ ର ସାଲାସୁତୁରା ଯୋଗୁଁ ପ୍ରତିଦିନ ହେଉଛି ଶହ ଶହ ବେଆଇନ ଦାଦନ ଚାଲାଣ l ଏ ହେଉଛି ପଡୋଶୀ ଛତିଶଗଡ ରାଜ୍ୟ କୁ ଲାଗି ରହିଥିବା ନୂଆପଡା ଜିଲ୍ଲା ର ଖଡ଼ିଆଳ ନିର୍ବାଚନ ମଣ୍ଡଳୀ l ଶିଳ୍ପ ବିହୀନ ଏହି ଅଞ୍ଚଳ ଅନେକ ସମସ୍ୟା ଦେଇ ଗତି କରୁଛି l ଏହି ଅଞ୍ଚଳ ର ଲୋକଙ୍କୁ ଗାଁ ରେ ରାଜ୍ୟ ସରକାର କାମ ଯୋଗାଇ ପାରୁନ ଥିବା ବେଳେ, ଅନ୍ୟ କୌଣସି କାମ ଧନ୍ଦା ମିଳୁନି l ତେଣୁ ଏହାର ସୁଯୋଗ ନେଇ ଏବେ ଅଞ୍ଚଳ କୁ ନିଜ ଅକ୍ତିଆରେ ରେ ରଖିଛନ୍ତି ଦାଦନ ସର୍ଦାର ମାନେ l

ନିରୀହ ଗରିବ ଲୋକଙ୍କୁ କଥାରେ ଉସକାଇ ମୋଟା ଅଙ୍କର ବଇନା ଦେଇ ଏବେ ସିନାପାଲି ଅଞ୍ଚଳ ରୁ ବିଜୁ ଏକ୍ସପ୍ରେସ ରାସ୍ତା ଦେଇ କିଛି ହାଇଦ୍ରାବାଦ ବସ ରେ ପ୍ରତି ଦିନ ଶହ ଶହ ବେଆଇନ ଦାଦନ ଚାଲାଣ ହେଉଛି l ଆଉ ଏହି ଖବର ପ୍ରଶାସନ ପାଖରେ ଥିଲେ ବି ଜାଣି ଶୁଣି ଚୁପ ବସି ଥିବା ଅଭିଯୋଗ ହେଉଛି l ନାଁ ପୋଲିସ ନାଁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତଦନ୍ତ କରୁନାହାନ୍ତି କି ଚଢ଼ାଉ ହେଉ ନ ଥିବା ଅଭିଯୋଗ ହେଉଛି l ତେଣୁ ପ୍ରଶାସନ ଏବଂ ଦାଦନ ସର୍ଦାର  ଙ୍କ ସଳାସୁତୁରା ଥିବା ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି lସୀମାନ୍ତ ସିନାପାଲି ସହରୁ ହାଇଦ୍ରାବାଦ କୁ କିଛି ବସ ପ୍ରତିଦିନ ଯିବା ଆସିବା କରୁଛି l

ଏହି ରାସ୍ତା ରେ କଳାହାଣ୍ଡି, ନବରଙ୍ଗପୁର ଦେଇ ମାଲକାନଗିରି ଦେଇ ଦାଦନ ଶ୍ରମିକ ମାନଙ୍କୁ ସୁବିଧା ରେ ଆନ୍ଧ୍ରା, ତେଲେଙ୍ଗାନା ରାଜ୍ୟକୁ ନେବାକୁ ଦାଦନ ସର୍ଦାର ଏବଂ ଦଲାଲ ମାନଙ୍କୁ ସୁବିଧା ହେଉଛି l ବିଭିନ୍ନ ଗାଁରୁ ଚାରୀ ଚକିଆ ଗାଡି ରେ ଦାଦନ ଶ୍ରମିକ ମାନଙ୍କୁ ଆଣି କାପସି ଛକ,ପେଟ୍ରୋଲ ପମ୍ପ ଛକ, କଲେଜ ଛକ, ବାବା ମଠ,ଚଲନା ଶିବ ମନ୍ଦିର,ହତିବନ୍ଧା ବ୍ରିଜ ଭଳି ଅନେକ ସ୍ଥାନରେ ଦିନ ଦ୍ୱି ପ୍ରହର ରେ ଆଣିକି ବସ ଯୋଗେ ବେଆଇନ ଦାଦନ ଚାଲାଣ କରୁଛନ୍ତି ଦାଦନ ଦଲାଲ ମାନେ l ବୋଡେ଼ନ ଅଞ୍ଚଳ ରୁ ରାଇପୁର ବସ ଯୋଗେ ଏବଂ ଖଡ଼ିଆଳ ଅଞ୍ଚଳ ରୁ ଯାଇ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ମାଧ୍ୟମ ରୁ ମଧ୍ୟ ଦାଦନ ଚାଲାଣ ହେଉଥିବା ଅଭିଯୋଗ ହେଉଛି l

ସବୁ ଖବର ପ୍ରଶାସନ ପାଖରେ ଥିବା ସତ୍ୱେ ଜାଣି ଶୁଣି ଅଜଣା ହେଉଥିବା ଅଞ୍ଚଳ ରେ ଚର୍ଚ୍ଚା ହେଉଛି l ତେଣୁ ଏବେ ବିଜୁ ଏକ୍ସପ୍ରେସ ରାସ୍ତା ଦାଦନ ଏକ୍ସପ୍ରେସ ପାଲଟିଥିବା ଲୋକେ କହୁଛନ୍ତି l ଏ ନେଇ ଖଡ଼ିଆଳ ଏସଡିପିଓ ଅରୂପ ଅଭିଷେକ ବେହେରା ଙ୍କୁ ପଚାରିବାରୁ ତଦନ୍ତ କରାଯିବା ସହ ଚଢ଼ାଉ କରାଯିବ ବୋଲି କହିଛନ୍ତି l ରାଜ୍ୟ ରେ ଦାଦନ ରୋକିବା କଥା କହି ବାହାବା ମାରୁଛନ୍ତି ରାଜ୍ୟ ସରକାର l ହେଲେ ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳ ରୁ ପ୍ରତିଦିନ ଶହ ଶହ ବେଆଇନ ଦାଦନ ଚାଲାଣ ହେଉଥିବା ଅଭିଯୋଗ ହେଉଛି ଆଉ ଜାଣି ଶୁଣି ଚୁପ ବସିଛି ଜିଲ୍ଲା ପ୍ରଶାସନ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Biju Express has become Dadan Express | Argus News