ବର୍ତ୍ତମାନ ଜାରି ରହିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ଭୁବନେଶ୍ୱର: ବର୍ତ୍ତମାନ ଜାରି ରହିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ବଜେଟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା ରହିଛି । ସମସ୍ତଙ୍କୁ ଏହି କାର୍ଡ ମିଳିବ । ଫୁଲ୍ ବଜେଟ୍ ସେପ୍ଟେମ୍ବର 10ରେ ଆଗତ ହେବ । ତା'ପରେ ପର୍ଯ୍ୟାୟକ୍ରମେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ । ସେତେବେଳେ ନୂଆ କାର୍ଡ ମିଳିବ । ହେଲେ ବର୍ତ୍ତମାନ ସବୁ ସରକାରୀ ଓ ଘରୋଇ ହସ୍ପିଟାଲରେ BSKY ଜାରି ରହିବ । ଏନେଇ ସ୍ପଷ୍ଟ ଭାବରେ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ବିଏସକେୱାଇ କାର୍ଡ ବନ୍ଦ ହୋଇଯାଇଛି ବୋଲି ଯେଉଁ ଗୁଜବ କରାଯାଉଛି ତାହା ମିଥ୍ୟା । ହସ୍ପିଟାଲ ଗୁଡିକ ବିଏସକେୱାଇ କାର୍ଡରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ସରକାରଙ୍କ ସ୍ପଷ୍ଟ ନିର୍ଦେଶ ରହିଛି ।
ଅନ୍ୟପଟେ ଦିନକୁ ଦିନ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢୁଥିବାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ମେଡିକାଲ କଲେଜ ହେଉ ବା ଶିକ୍ଷାନୁଷ୍ଠାନ ଅବା ହସ୍ପିଟାଲ, ସବୁଠାରେ ବୁଲା କୁକୁରଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯିବ । ନଗର ଉନ୍ନୟନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଏହା କରି ସେ ଜଳାନ୍ତକମୁକ୍ତ ଓଡ଼ିଶା କରାଯିବ । 2030 ସୁଦ୍ଧା ଦେଶ ହେବ ଜଳାନ୍ତକମୁକ୍ତ ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...