Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେନ୍ଦ୍ର ଅବହେଳାର ସୁଆଙ୍ଗ ରଚି ଭୋଟ ମାଗି ଆସୁଛି ବିଜେଡି : ରବି  ନାଏକ 

Odisha

କେନ୍ଦ୍ର ଅବହେଳାର ସୁଆଙ୍ଗ ରଚି ଭୋଟ ମାଗି ଆସୁଛି ବିଜେଡି : ରବି  ନାଏକ 

Manini Pattanayak
Browse all articles by Manini Pattanayak
·2 years ago·1 min read
କେନ୍ଦ୍ର ଅବହେଳାର ସୁଆଙ୍ଗ ରଚି ଭୋଟ ମାଗି ଆସୁଛି ବିଜେଡି : ରବି  ନାଏକ 

ଭୁବନେଶ୍ୱର : ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାର ଲୋକଙ୍କୁ ମିଛ କହି, କେନ୍ଦ୍ର ଅବହେଳାର ସୁଆଙ୍ଗ ରଚି ଭୋଟ ମାଗି ଆସୁଥିଲା । ମୋଦି ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ପ୍ରଚୁର ପରିମାଣରେ କେନ୍ଦ୍ରୀୟ ଅନୁଦାନ ଦେବା ସହିତ ସମସ୍ତ ପ୍ରସଙ୍ଗରେ ହାତଖୋଲି ସହାୟତା କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ଅଧିକ ୧୦ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ଉଠାଇବା ପାଇଁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଅନୁରୋଧ କରିବା ଓ ପିୟୁଷ ଗୋଏଲ ମହୋଦୟ ଏହାକୁ ମଞ୍ଜୁର କରିବା ଓଡ଼ିଶା ପାଇଁ ଏକ ଖୁସୀ ଖବର ।
 କିନ୍ତୁ ବିଜୁ ଜନତା ଦଳ ବୋଧହୁଏ ଏହି ମଞ୍ଜୁରୀ ନିଷ୍ପତି ପରେ ଦୁଃଖି ହୋଇଯାଇଛି କାରଣ ସେମାନଙ୍କ ହାତରୁ ଏକ ରାଜନୈତିକ ପ୍ରସଙ୍ଗ ହାତଛଡା ହୋଇଯାଇଛି ।

ଏପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ବଦଳରେ ସମାଲୋଚନା କରି ବିଜୁ ଜନତା ଦଳ ନିଜର ଓଡ଼ିଶା ବିରୋଧୀ ମାନସିକତାକୁ ପ୍ରତିପାଦିତ କରିଛି । ବିଜୁ ଜନତା ଦଳ କିଛି ନକରି ଆଗରୁ କେବଳ ଚାଉଳ କାହିଁକି ଉଠୁନାହିଁ ବୋଲି ମିଛରେ କୁମ୍ଭୀର କାନ୍ଦଣା କାନ୍ଦୁଥିଲା । କେନ୍ଦ୍ର ସରକାର ଓଡ଼ିଶାରୁ ଉଷୁନା ଚାଉଳ ଉଠାଇବା ନେଇ ତ୍ୱରିତ ନିଷ୍ପତି ନେଲା ପରେ ବିଜୁ ଜନତା ଦଳ ହତୋତ୍ସାହିତ ହୋଇ ବାଚଳାମି କରୁଛି । ବିଜୁ ଜନତା ଦଳର ବକ୍ତବ୍ୟରୁ ବୁଝାପଡୁଛି ଯେ, ସେମାନଙ୍କ ପାଇଁ ରାଜନୀତି ଆଗ ଓ ଓଡ଼ିଆ ଚାଷୀଙ୍କ ସ୍ୱାର୍ଥ ପଛ ବୋଲି ପୂର୍ବତନ ବିଧାୟକ ରବି ନାରାୟଣ ନାଏକ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।  
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Biju Janata Dal has always lied to the people of Odisha and sought votes by insinuating that the Center is neglecting them. | Argus News