Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଜୁ ଜନତା ଦଳକୁ ଗଣମାଧ୍ୟମ ଭୟ

Odisha

ବିଜୁ ଜନତା ଦଳକୁ ଗଣମାଧ୍ୟମ ଭୟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଜୁ ଜନତା ଦଳକୁ ଗଣମାଧ୍ୟମ ଭୟ

ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳକୁ ଗଣମାଧ୍ୟମ ଭୟ। ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ମାର୍ଗଦର୍ଶିକା। ପ୍ରଚାର ପାଇଁ ନୂଆ ମଡେଲ୍ ଆପଣାଇଛି ବିଜେଡି । ଆପଣ ଦେଖୁଥିବା ଏ ଚିତ୍ର ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ। ଯେଉଁଠି ଆଜି ରହିଛି 5ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ କଲେଜ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ବଣ୍ଟନ କରାଯିବ। ତେବେ ପାଣ୍ଡିଆନଙ୍କ ନୂଆ ଓ ସ୍କଲାରସିପ୍ କାର୍ଯ୍ୟକ୍ରମକୁ ଆସୁଥିବା କଲେଜ ଛାତ୍ରଛାତ୍ରୀ ଗଣମାଧ୍ୟମ ଆଗରେ କଣ କହିବେ ସେ ନେଇ ବିଜୁ ଜନତା ଦଳକୁ ଚିନ୍ତା ଘାରିଛି। ଏଥିପାଇଁ କଲେଜ ପିଲାଙ୍କ ହ୍ବାଟସଆପ୍ ଗ୍ରୁପକୁ ପଠାଯାଇଛି ପାଣ୍ଡିଆନ ଓ କାର୍ଯ୍ୟକ୍ରମ ସମ୍ପର୍କିତ ମାର୍ଗଦର୍ଶିକା। ପ୍ରଶ୍ନ ସହ ପିଲାଙ୍କୁ ଉତ୍ତର ମଧ୍ୟ ପଠାଯାଇଛି ।

ପାଣ୍ଡିଆନ୍ କିଏ, ଏଠାକୁ କାହିଁକି ଆସିଛ, କେତେ ଟଙ୍କା ମିଳୁଛି, ସ୍କଲାରସିପ୍ କଣ କରିବ ଆଦି ପ୍ରଶ୍ନ ସହ କଣ ଉତ୍ତର ଦେବାକୁ ହେବ ତାହା ମଧ୍ୟ ପିଲାଙ୍କୁ ଲେଖି ହ୍ବାଟସଆପ୍ କରାଯାଇଛି । ଗତ ଜାନୁଆରୀ ମାସରେ ମଧ୍ୟ କଳାହାଣ୍ଡିକୁ ଆସିଥିଲେ ପାଣ୍ଡିଆନ। ସେତେବେଳେ କାର୍ଯ୍ୟକ୍ରମକୁ ଯାଇଥିବା କଲେଜ ଛାତ୍ରଛାତ୍ରୀ ପରେ ଗଣମାଧ୍ୟମ ଆଗରେ ଦେଇଥିଲେ ବିସ୍ଫୋରକ ବୟାନ। ତେଣୁ ଏଥର ସେଭଳି ସ୍ଥିତି ସୃଷ୍ଟି ନ ହେଉ ସେଥିପାଇଁ କରାଯାଇଛି ପୂର୍ବ ପ୍ରସ୍ତୁତି। ତେବେ କଲେଜ ଛାତ୍ରଛାତ୍ରୀଙ୍କୁ ଏଭଳି ମେସେଜ୍ ପଠାଇବା ସୃଷ୍ଟି କରିଛି ଅନେକ ପ୍ରଶ୍ନ। ଜନତାଙ୍କ ଭିତରେ କାମ କରୁଥିବା ରାଜନେତାଙ୍କୁ ପରିଚୟର ଆବଶ୍ୟକତା ପଡ଼େ ନାହିଁ। କିନ୍ତୁ ପ୍ରଶାସକରୁ ମନୋନୀତ ହୋଇ ରାଜନେତା ହୋଇଥିବା 5ଟି ଅଧ୍ୟକ୍ଷଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ। ପାଣ୍ଡିଆନଙ୍କୁ ଲୋକେ ଜାଣିନାହାନ୍ତି କହିବା କାରଣରୁ ବିଜୁ ଜନତା ଦଳର ପ୍ରଚାର ଉପରେ ପଡୁଛି ନକାରାତ୍ମକ ପ୍ରଭାବ। ଏଥିପାଇଁ ବିଜୁ ଜନତା ଦଳ ଆପଣାଇଛି ଏହି ନୂଆ ମଡେଲ୍। ଛାତ୍ରଛାତ୍ରୀଙ୍କୁ ମେସେଜ୍ ପଠାଇ ପାଣ୍ଡିଆନ କିଏ ଚିହ୍ନାଯାଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Biju Janata Dal is afraid of the media | Argus News