Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ

ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ସାମ୍ନାକୁ ଆସିଲା ବିଜେଡିର ହୀନ ରାଜନୀତି । ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ। ମୃତକଙ୍କ ନାଁରେ ମିଛ ପ୍ରଚାର କରି ବିରୋଧୀ ଦଳକୁ ବଦନାମ କରିବାକୁ ଚେଷ୍ଟା କରୁଛି ବିଜେଡି। ଅର୍ଗସ୍ କ୍ୟାମେରାରେ ହୋଇଛି ବିଜେଡି ମିଛର ପର୍ଦ୍ଦାଫାସ୍। ବିଜୁ ଜନତା ଦଳର ମୁଖା ଖୋଲି ଦେଇଛନ୍ତି ମୃତକଙ୍କ ଝିଅ ଓ ସମ୍ପର୍କୀୟ । ବୁର୍ଲା ଅଞ୍ଚଳର ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କର ବୁର୍ଲା ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ବୁର୍ଲା ମେଡିକାଲ ଆଣିଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଜୁ ଜନତା ଦଳର କିଛି ନେତା ତାଙ୍କ ଘରକୁ ଆସି ଜୋର୍ ଜବରଦସ୍ତ ମିଛ କହିବା ପାଇଁ ବାଧ୍ୟ କରିଥିଲେ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ କାର୍ଯ୍ୟକ୍ରମକୁ ଯାଇ ମହିଳାଙ୍କ ମୃତ୍ୟୁ ହୋଇଥିବା କହିବାକୁ ବାଧ୍ୟ କରିଥିଲେ। ଏମିତିକି ବିଜେଡି ନେତା ଲେନିନ ମହାନ୍ତି ଏ ନେଇ ପ୍ରେସ୍ ରିଲିଜ୍ ମଧ୍ୟ ଜାରି କରିଛନ୍ତି। ମହିଳାଙ୍କ ପରିଜନ ଓ ସାହି ପଡିଶା ପ୍ରତିକ୍ରିୟା ରେ କହିଛନ୍ତି କୁନ୍ତଳା ମହାନନ୍ଦ ନାମକ 60 ବର୍ଷୀୟା ମହିଳାଙ୍କର ହୃତଘାତରେ ଦେହାନ୍ତ ହୋଇଛି । ବିଜୁ ଜନତା ଦଳର ନେତା ଏହାକୁ ନେଇ ରାଜନୀତି କରିବା ପାଇଁ ଚେଷ୍ଟା କରୁଛନ୍ତି । ପୂର୍ବରୁ ମଧ୍ୟ ସମ୍ବଲପୁରରେ ସମାନ ଅପଚେଷ୍ଟା କରିଥିଲା ବିଜେଡି। ମୃତକଙ୍କ ନାଁ ନେଇ ବିଜେପିକୁ ବଦନାମ କରିବାକୁ ବିଜେଡି କରିଥିବା ମିଛ ପ୍ରଚାର ସେତେବେଳେ ମଧ୍ୟ ଧରା ପଡ଼ିଥିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Biju Janata Dal is doing politics over the dead body | Argus News