Videos
|
Odisha

'ବିଜୁ ଜନତା ଦଳରେ ଏବେ ମାଇଗ୍ରେଟେଡ୍ ଲୋକ ଅଧିକ ହୋଇଗଲେଣି'

Smruti Parija
Browse all articles by Smruti Parija
·2 years ago·2 min read
'ବିଜୁ ଜନତା ଦଳରେ ଏବେ ମାଇଗ୍ରେଟେଡ୍ ଲୋକ ଅଧିକ ହୋଇଗଲେଣି'

ଭୁବନେଶ୍ୱର:  ବିଜେଡି ଛାଡୁଛାଡୁ କେମିତି ଖୋଲି ଦେଲେ ଦଳର ଇତିହାସ ଓ ଭଗୋଳ । କେମିତି ଦଳ ଚାଲୁଛି ? କିଏ ଚଳାଉଛି ? ଆଦିଠୁ ଅନ୍ତ...ସବୁ ଗୋଟି ଗୋଟି କହିବା ସହିତ ଦଳର ପୂରା ଭାଣ୍ଡାଫୋଡ୍‌ କରିଛନ୍ତି ଅରିନ୍ଦମ । ହେଲେ ଦଳ ଛାଡିବା ପରେ ଅରିନ୍ଦମ ଯେଉଁ ବିଷୋଦଗାର କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । 

ଦଳ ଛାଡିଲେ, ବିଷ ଓଗାଳିଲେ
ଏବେ ସମ୍ଭାଳିପାରିବେ ତ ବବି ?

ଦଳ ଛାଡୁ ଛାଡୁ ବିଜେଡି...ବିଜେଡି ମୁଖିଆ ଓ ବିଜେଡିର ଆଭିମୁଖ୍ୟକୁ ନେଇ ବିଷ ଓଗାଳିଲେ ଅରିନ୍ଦମ ରାୟ ।  ଦଳରେ ଆଉ ଆଗ ଭଳି କାମ ହେଉନି ।  ସ୍ଥିତି ବଦଳିଯାଇଛି ।  ଦଳର ସାଚୁରେସନ ଆସିଗଲାଣି । ଫଙ୍କସନିଂ ଆଉ ଠିକ୍ ନାହିଁ । ଯାହାଙ୍କୁ ଦେଖି ପ୍ରଭାବିତ ହୋଇ ଦଳରେ ଯୋଗ ଦେଇଥିଲି । ଏବେ ଆଉ ସେ କାଳ ପାଖାଳ ନାହିଁ । ଏବେ କାମ କରିବାର ଶୈଳୀ ବଦଳିଗଲାଣି । ସେଠି ଆଉ ଖାପ ଖୁଆଇ କାମ କରିହେଉନି ।  ଦଳରେ ଆଉ କାମ କରିବାକୁ ସୁଯୋଗ ନାହିଁ । କିଛି ଏମିତି କହି ବିଜେଡିକୁ ବାଏ ବାଏ କରିଛନ୍ତି ଅରିନ୍ଦମ ।

ଖାଲି ଏତିକି ନୁହେଁ କହୁ କହୁ ବିଜେଡିର ଗୋହି ଖୋଲିଲେ ଅରିନ୍ଦମ୍ ।  ଦଳର ମୁଖିଆଙ୍କୁ ଭେଟିବାକୁ ସୁଯୋଗ ମିଳୁନି । ଯଦି ନେତାଙ୍କୁ ଭେଟିପାରିବିନି ତେବେ ସେଠି ଆଉ ରହି ଲାଭ ନାହିଁ ବୋଲି କହିଛନ୍ତି ଅରିନ୍ଦମ୍ । ଦଳରେ ଭିଡ ପ୍ରବଳ । ବିଜୁ ଜନତା ଦଳରେ ଏବେ ମାଇଗ୍ରେଟେଡ୍ ଲୋକ ଅଧିକ ହୋଇଗଲେଣି । 

ବିଜେପିରେ ଯୋଗ ଦେବା ପରେ ଭାରତୀୟ ଜନତା ପାର୍ଟିକୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ସମସ୍ତେ ପ୍ରଭାବିତ । ଯେଉଁ ଦଳରେ ସମ୍ମାନ ମିଳିଲା ସେଇଠିକୁ ଆସିଲି । ବିଜେପି ପାଇଁ ପାରୁପର୍ଯ୍ୟନ୍ତ କାମ କରିବି । ବିଜେପିକୁ ଆହୁରି ଲୋକପ୍ରିୟ କରିବାକୁ ତୃଣମୂଳ ସ୍ତରକୁ ଯିବି । ଗାଁ ଗଣ୍ଡା ବୁଲିବି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଦଳର ସୁପ୍ରିମୋଙ୍କୁ ଭେଟିବାକୁ ଯିବା ପାଇଁ ତାଙ୍କୁ ଅନୁମତି ମିଳୁନଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।  ତେବେ ଆଦର୍ଶ ଆଚରଣ ବିଧି ଲାଗିବା ପୂର୍ବରୁ ଅରିନ୍ଦମ ଯେଉଁ ନିଷ୍ପତ୍ତି ନେଲେ ତାହାକୁ ନେଇ ଚର୍ଚ୍ଚା ଜୋର ।

ଆହୁରି ପଢନ୍ତୁ ରାଜନୀତି ଖବର...