Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Biju Naveen Foundation Controversy / ବିଜୁ ନବୀନ ଇନସ୍ପିରେସନାଲ ଫାଉଣ୍ଡେସନ ନେଇ ନବୀନଙ୍କ ସ୍ପଷ୍ଟୀକରଣ, ବିଜେପିର ପ୍ରଶ୍ନ ପରିବାର ବଦଳରେ କାହିଁଙ୍କି ପାଣ୍ଡିଆନ?

Bikash Mohanty
Browse all articles by Bikash Mohanty
·3 months ago·2 min read
ବିଜୁ ନବୀନ ଇନସ୍ପିରେସନାଲ ଫାଉଣ୍ଡେସନ ନେଇ ନବୀନଙ୍କ ସ୍ପଷ୍ଟୀକରଣ, ବିଜେପିର ପ୍ରଶ୍ନ ପରିବାର ବଦଳରେ କାହିଁଙ୍କି ପାଣ୍ଡିଆନ?
Biju Naveen

Key Points

ବିଜୁ ନବୀନ ଇନସ୍ପିରେସନାଲ ଫାଉଣ୍ଡେସନ ପ୍ରସଙ୍ଗରେ ମୁହଁ ଖୋଲିଲେ ନବୀନ
ଦଳୀୟ ପାଣ୍ଠି ନୁହେଁ, ନିଜସ୍ବ ଏକ ଲକ୍ଷ ଟଙ୍କାରେ କରିଥିଲେ ଆରମ୍ଭ
ଟ୍ରଷ୍ଟର ସଦସ୍ୟତା ନେଇ ପ୍ରଶ୍ନ ଉଠାଇଲ ବିଜେପି 
ପରିବାର ବଦଳରେ କେମିତି ପାଣ୍ଡିଆନ, ସନ୍ତୃପ୍ତ ମିଶ୍ର ଆଉ ଅଶୋକ କୁମାର ପରିଜା


ବିଜୁ ନବୀନ ଇନସ୍ପିରେସନାଲ ଫାଉଣ୍ଡେସନ ପ୍ରସଙ୍ଗରେ ମୁହାଁ ମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ଏହି ଫାଉଣ୍ଡେସନ ନେଇ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କହିଲେ ମୁଁ ବିଜୁ ବାବୁଙ୍କ ନାଁରେ ଏକ ଟ୍ରଷ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲି। ମୋ ନିଜ ପାଣ୍ଠିରୁ ୧ ଲକ୍ଷ ଟଙ୍କାର ଛୋଟ ଅର୍ଥ ରାଶିରୁ ଟ୍ରଷ୍ଟ ଆରମ୍ଭ କଲି। ବିଜେଡି କିମ୍ବା ଅନ୍ୟ ଦଳୀୟ ପାଣ୍ଠି ସହ ଏହାର କିଛି ସମ୍ପର୍କ ନାହିଁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ହେଲେ ପରିବାର ବଦଳରେ କେମିତି ଏହି ଟ୍ରଷ୍ଟରେ ପାଣ୍ଡିଆନ, ସନ୍ତୃପ୍ତ ମିଶ୍ର ଆଉ ଅଶୋକ କୁମାର ପରିଜାଙ୍କ ନାଁ ଆସିଲା ତାକୁ ନେଇ କୌଣସି ଉତ୍ତର ରଖିନଥିଲେ ନବୀନ। ଓଡିଶା ବାସୀଙ୍କ ଟ୍ରଷ୍ଟ ଭାଙ୍ଗିଛନ୍ତି ନବୀନ. ଫାଉଣ୍ଡେସନ ଖୋଲିଲା ବେଳେ ସ୍ପଷ୍ଟୀକରଣ ରଖିଲେନି.ଏବେ କାହିଁକି ରଖୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ।


ବିଜୁ ନବୀନ ଇନସ୍ପିରେସନାଲ ଫାଉଣ୍ଡେସନ ନେଇ ବିବାଦର ୫ ଦିନପରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ। 'ନିଜସ୍ବ ଏକ ଲକ୍ଷ ଟଙ୍କାରୁ ଆରମ୍ଭ କରିଥିଲେ'। 'ଏହା ଦଳୀୟ ପାଣ୍ଠି ନୁହେଁ' ବୋଲି ସ୍ପଷ୍ଟ କଲେ ନବୀନ। ଏହି ଟ୍ରଷ୍ଟ ଓଡ଼ିଶାବାସୀଙ୍କ ହିତ ପାଇଁ କାମ କରିବ ବୋଲି କହିଲେ ନବୀନ। 

ସେପଟେ ସନ୍ଦେହ ବଢ଼ାଇଲା ନବୀନଙ୍କ ସ୍ପଷ୍ଟୀକରଣ। ନିଜ ସ୍ପଷ୍ଟୀକରଣରେ ଅସ୍ପଷ୍ଟ ମତ ରଖିଥିବା ଅଭିଯୋଗ କରିଛି ବିଜେପି। ଓଡିଶା ବାସୀଙ୍କ ଟ୍ରଷ୍ଟ ଭାଙ୍ଗିଛନ୍ତି ନବୀନ। ଏହି ଫାଉଣ୍ଡେସନ ଯଦି ଓଡ଼ିଶାରେ କରିବ ତାହେଲେ ଓଡ଼ିଶାରେ କାହିଁକି ରେଜିଷ୍ଟ୍ରେସନ ହେଲା ନାହିଁ । ନବୀନ ବାବୁ କଣ ଏବେ ଓଡ଼ିଶାରେ ନାହାନ୍ତି। ସେ ଏବେ ବିରୋଧୀ ଦଳର ନେତା। ବିଜୁ ବାବୁ ଓଡ଼ିଶାର ସମ୍ପତ୍ତି। . ଫାଉଣ୍ଡେସନର ସଭାପତି ପାଣ୍ଡିଆନ ବାଇ ଲ ଅନୁସାରେ ସର୍ବେସର୍ବା. କାହିଁକି ସେ ତ ସନ୍ୟାସୀ ନେଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ।

ସେପଟେ ବୁଡ଼ି ଯାଉଥିବା ଅଘୋଷିତ ପାଣ୍ଠିକୁ ‘ଫାଉଣ୍ଡେସନ’ ଆକାଉଣ୍ଟକୁ ଆଣିବା ପାଇଁ ଚାଲିଛିକି କିଛି ରୀତିମତ୍ ପ୍ରୟାସ ? ୧୦ମାସ ବିତିଲାଣି କେଉଁଠି କି ପ୍ରକାରର ଜନସେବା କରିଛି ଫାଉଣ୍ଡେସନ୍‌ ବୋଲି ପ୍ରଶ୍ନ କରିଥିଲେ ପୁର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର।
ହାଇକୋର୍ଟରେ ପହଞ୍ଚିଲା ବିଜୁ-ନବୀନ ଇନସପିରେସନାଲ୍ ଫାଉଣ୍ଡେସନ୍ ବିବାଦ । ତଦନ୍ତ ପାଇଁ ହାଇକୋର୍ଟରେ ହେଲା ଆବେଦନ । ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶିବଶଙ୍କର ମହାନ୍ତି କରିଛନ୍ତି ଆବେଦନ। କ୍ରାଇମବ୍ରାଞ୍ଚ ଓ ଅର୍ଥନୈତିକ ଅପରାଧ ଶାଖା ବା EOW ଦ୍ୱାରା ଏକ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି ଆଇନଜୀବୀ ଶିବଶଙ୍କର ମହାନ୍ତି

ପଢନ୍ତୁ ଏହି ଖବର: ବିଜେଡିର ୬ ବିଧାୟକଙ୍କୁ ସୋ'କଜ୍ ନୋଟିସ୍, ୨୦ ତାରିଖ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Biju Naveen Foundation Controversy | Biju Naveen Inspirational Foundation Clarification Controversy | Biju Naveen Inspirational Foundation Clarification Controversy Explained | Argus News