BJD MLAs Notice / ବିଜେଡିର ୬ ବିଧାୟକଙ୍କୁ ସୋ'କଜ୍ ନୋଟିସ୍, ୨୦ ତାରିଖ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ
·3 weeks ago·1 min read

Key Points
ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ନୋଟିସ୍
ନୋଟିସ୍ ଜାରି କଲେ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପ୍ରସଙ୍ଗ । ବିଜେଡିର ୬ ବିଧାୟକଙ୍କୁ ଜାରି ହେଲା କାରଣ ଦର୍ଶାଅ ନୋଟିସ୍ । ଚକ୍ରମଣି କହଁର, ସୌଭିକ ବିଶ୍ବାଳ, ନବ କିଶୋର ମଲ୍ଲିକ, ସୁବାସିନୀ ଜେନା, ଦେବୀରଞ୍ଜନ ତ୍ରିପାଠୀ, ରମାକାନ୍ତ ଭୋଇଙ୍କୁ ସୋ' କଜ୍ ନୋଟିସ୍ ଜାରି ହୋଇଛି ।
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ୨୦ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଜବାବ ରଖିବାକୁ ନୋଟିସ୍ରେ ନିର୍ଦ୍ଦେଶ ରହିଛି । ବିଜେଡିର ୬ ବିଧାୟକଙ୍କୁ ଏହି ନୋଟିସ୍ ଜାରି କରିଛନ୍ତି ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
ସେପଟେ ଭକ୍ତ-ନବୀନଙ୍କ ଗେମ୍ ପ୍ଲାନ ବିଗାଡିଥିବା ବିଧାୟକଙ୍କ ଉପରେ ଆକ୍ସନ । ଦଳ ବିରୋଧରେ ଯିବା କଂଗ୍ରେସ ବିଧାୟକଙ୍କୁ ପଡିଲା ମହଙ୍ଗା । ଦଳରୁ ନିଲମ୍ବନ ହେଲେ କଂଗ୍ରେସ ବିଧାୟକ ରମେଶ ଜେନା, ଦଶରଥୀ ଗମାଙ୍ଗୋ ଓ ସୋଫିଆ ଫିର୍ଦ୍ଦୋଷ । ରାଜ୍ୟସଭା ନିର୍ବାଚନରେ ଦତ୍ତେଶ୍ୱରଙ୍କ ବଦଳରେ ଦିଲ୍ଲୀପଙ୍କୁ ଭୋଟ ଦେଇ ଜିତାଇଥିଲେ ଏହି ୩ ବିଧାୟକ । ଦଳ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯିବା ସହ ୩ ଜଣଙ୍କ ସଭ୍ୟ ପଦ ରଦ୍ଦ ଓ ବିଧାନସଭାରେ ଆସନ ପରିବର୍ତ୍ତନ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ତେବେ ନିଲମ୍ବିତ ୩ ବିଧାୟକଙ୍କୁ କଡ଼ା ସମାଲୋଚନା କରିବା ସହ ସଭ୍ୟପଦ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ କହିଛନ୍ତି ପିସିସି ସଭାପତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories