ରଣପୁର ବିଜେଡିରେ ଗୋଷ୍ଠୀକନ୍ଦଳ

ନୟାଗଡ : ରଣପୁର ବିଜେଡିରେ ଫାଟ,ବିଜୁ ଜୟନ୍ତୀ ପ୍ରତିଷ୍ଠା ଦିବସରେ ବିଜେଡିର ଦୁଇ ଗୋଷ୍ଠୀ ଭିନ୍ନ ଭିନ୍ନ ସ୍ଥାନରେ ପାଳନ କଲେ ବିଜୁ ଜୟନ୍ତ l ନୟାଗଡ ଜ଼ିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜୟନ୍ତୀ ପ୍ରତିଷ୍ଠା ଦିବସ ପାଳନ ବେଳେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଥିଲା l ଗୋଟିଏ ପଟେ ରଣପୁରର ବିଧାୟକ ସତ୍ୟନାରାୟଣ ପ୍ରଧାନ ନିଜର ସମର୍ଥକମାନଙ୍କୁ ନେଇ ରଣପୁରର ପଞ୍ଚୁଦୋଳ ପଡିଆ ଠାରେ ବିଜୁ ଜୟନ୍ତୀ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବl
ଅଧିକ ପଢନ୍ତୁ : ସୋର ବିଜେଡିରେ ତୁଟୁନି ଗୋଷ୍ଠୀ କନ୍ଦଳ ବିବାଦ
ଅନ୍ୟ ପଟେ ନୟାଗଡ ଜ଼ିଲ୍ଲା ବିଜେଡି ସମ୍ପାଦକ ସ୍ଵର୍ଣପ୍ରକାଶ ରାଉତରାୟ ଉକ୍ତ ନିର୍ବାଚନ ମଣ୍ଡଳୀର ଝାଡ଼ପଡା ଠାରେ ନିଜର କିଛି ସରପଞ୍ଚ ଓ ବିଜେଡି କର୍ମୀମାନଙ୍କୁ ନେଇ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିଥିଲେ l ଏହି ଘଟଣାକୁ ନେଇ ରଣପୁର ବିଜେଡିରେ ଫାଟ ସୃଷ୍ଟି ହୋଇଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ ବିଧାୟକଙ୍କର ପ୍ରତିକ୍ରିୟା ମିଳିପାରିନାହିଁ l