Biju Legacy Leaders / ବିଜୁ ତିରୋଧାନ ଦିବସ ପାଳନ ପୂର୍ବରୁ ଏକାଠି ହେଲେ ବିଜୁ ଲିଗାସୀ ନେତା
·5 months ago·2 min read

Key Points
ଏକାଠି ହେଲେ ବିଜୁ ଲିଗାସୀ ନେତା
ଆସନ୍ତା ୧୭ରେ ହେବ ବିଜୁ ଲିଗାସୀ ସମ୍ମିଳନୀ
ଆବାହକ ହେଉଛନ୍ତି ସାଂସଦ ଦିଲ୍ଲିପ ରାୟ, ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ବିଜୟ ମହାପାତ୍ର

ଭୁବନେଶ୍ବର,୧୦/୦୪ଁ ଆସନ୍ତା ୧୭ ତାରିଖ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ। ଏହା ପାଳନ ପୂର୍ବରୁ ଏକାଠି ହେଲେ ବିଜୁ ଲିଗାସୀ ନେତା। ଭୁବନେଶ୍ୱର ସ୍ଥିତ ଓୟୁଏଟି ସମ୍ମିଳନୀ କକ୍ଷରେ ପଂହଁଚିଲେ ବିଜୁ ଲିଗାସୀ ନେତା। ଓୟୁଏଟି ପରିସରରେ ହେବ ବିଜୁ ଲିଗାସୀ ସମ୍ମିଳନୀ। ବରିଷ୍ଠ ନେତା ବିଜୟ ମହାପାତ୍ର, ପ୍ରଭାତ ତ୍ରିପାଠୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ରବି ପାଣିଙ୍କ ଭଳି ଅନେକ ନେତା ଏହାର ଆୟୋଜକ। ଏହି କାର୍ଯ୍ୟକ୍ରମ ପାଇଁ ଓୟୁଏଟି ସମ୍ମିଳନୀ କକ୍ଷ ସ୍ଥାନ ପରିଦର୍ଶନ କରିଛନ୍ତି ବିଜୟ ମହାପାତ୍ର, ପ୍ରଭାତ ତ୍ରିପାଠୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ। ଆସନ୍ତା ୧୭ ତାରିଖରେ ବିଜୁ ପ୍ରେମୀ ଏକାଠି ହେବେ।ଏହି କାର୍ଯ୍ୟକ୍ରମର ଆବାହକ ହେଉଛନ୍ତି ସାଂସଦ ଦିଲ୍ଲିପ ରାୟ, ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ବିଜୟ ମହାପାତ୍ର।
ଗତକାଲି ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ଘରେ ବସିଥିଲା ବିଜୁ ଲିଗାସୀ ନେତାଙ୍କ ବୈଠକ । ଆସନ୍ତା ୧୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ୫ହଜାରରୁ ଅଧିକ ଲୋକଙ୍କ ସହ ଏକାଠି ହେବେ ବିଜୁ ଲିଗାସୀର ବରିଷ୍ଠ ନେତା । ଓଡ଼ିଶା ନାଗରିକ ମଞ୍ଚରେ ବିଜୁବାବୁଙ୍କ ଅଣକଂଗ୍ରେସ ରାଜନୀତିର ସ୍ମୃତି ଚାରଣ କରିବେ ବିଜୁ ଅନୁଗତ । ଏହି ବୈଠକରେ ସାଂସଦ ଦିଲ୍ଲୀପ ରାୟ, ବରିଷ୍ଠ ରାଜନେତା ଅମର ଶତପଥୀ, ପ୍ରଭାତ ବିଶ୍ବାଳ, ପ୍ରଭାତ ତ୍ରିପାଠୀ ଓ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ସାମିଲ ହୋଇଥିଲେ ।
ବଳ ଗୋଟାଉଛି ବିଜୁ ଲିଗାସି ସାମୁଖ୍ୟ । ବିଜୁଙ୍କ ଶ୍ରାଦ୍ଧ ବାର୍ଷିକରେ ହେବ ବଡ଼ କାର୍ଯ୍ୟକ୍ରମ । ସଂକେତ ଦେଇଥିଲେ ଅମର, ଏବେ ସମର୍ଥନ ଜଣାଇଲେ ବିଜେଡିର ଅସନ୍ତୁଷ୍ଟ ନେତା । ସେପଟେ ଭୁଲ୍ ଟିକେଟ ବଣ୍ଟାରୁ ରାଜ୍ୟସଭା କ୍ରସ୍ ଭୋଟିଂ କହି ନିଜ ନେତାଙ୍କୁ ଟାର୍ଗେଟ କଲେ ସମ୍ବିତ ରାଉତରାଏ।
ପଢନ୍ତୁ ଏହି ଖବର: ଦିଲ୍ଲୀ ଗଲେ ନବୀନ ପଟ୍ଟନାୟକ, ବାଛିବେ ସଂସଦୀୟ ଦଳ ନେତା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଜେଡିକୁ ଚାଲେଞ୍ଜ ଦେବାକୁ ପ୍ରସ୍ତୁତ ହେଲାଣି ମଞ୍ଚ । ଏପ୍ରିଲ ୧୭, ବିଜୁ ତିରୋଧାନ ଦିବସ ଅବସରରେ ଗଠନ ହୋଇପାରେ ନୂଆ ସାମ୍ମୁଖ୍ୟ । ରାଜ୍ୟସଭା ନିର୍ବାଚନ କ୍ରସ୍ ଭୋଟିଂ ଏବଂ ଦିଲ୍ଲୀପ ରାୟଙ୍କ ବିଜୟ ପରେ ବଢିଛି ବିଜୁ ଲିଗାସି ଚର୍ଚ୍ଚା । ବିଜୁଙ୍କ ଅନୁଗତ ଦିଲ୍ଲୀପ ରାୟ, ବିଜୟ ମହାପାତ୍ର, ପ୍ରଭାତ ତ୍ରିପାଠୀ, ଅମର ଶତପଥି ଓ ପ୍ରଭାତ ବିଶ୍ୱାଳଙ୍କ ଭଳି ଅନେକ ନେତା ବିଜୁ ଲିଗାସୀ ସାମ୍ମୁଖ୍ୟ ଗଠନରେ ପୁରୋଧା ସାଜିପାରନ୍ତି । ବିଜେଡିଠାରୁ ଦୂରେଇ ଯାଉଥିବା ନେତା ବିଜୁ ଲିଗାସି ସହ ଯୋଡି ହେବା ନେଇ ଅମରଙ୍କ ସୂଚନା ପରେ ତାଙ୍କୁ ସମର୍ଥନ କରିଛନ୍ତି ବିଜେଡିର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ । ତେବେ ସମ୍ବିତ ପୁଣି ମୂଷା ଉପାଖ୍ୟାନ ଉଠାଇ ଟିକେଟ ବଣ୍ଟନରେ ଅନିୟମିତତା ହୋଇଥିବା କହି ବର୍ଷିଛନ୍ତି ।
ନିର୍ବାଚନ ପରାଜୟ ପରଠାରୁ ଛିଡ଼ୁଛି ବିଜେଡି । ଦଳରେ ଥିବା ଗୋଷ୍ଠୀ କନ୍ଦଳ ତୀବ୍ର ହେଉଛି । ଦଳ ଛାଡ଼ି ବିଜେପି ମୁଁହା ହେଉଛନ୍ତି ନେତା । ଏଭଳି ସ୍ଥିତିରେ ଏକାଠି ହେବାକୁ ଯାଉଛନ୍ତି ବିଜୁ ଲିଗାସିର ନେତା । ଯେଉଁମାନେ ବିଜେଡି ଗଠନରେ ପ୍ରମୁଖ ଭୂମିକା ନେଇଥିଲେ ସେମାନେ ପୁଣି ବିଜୁଙ୍କ ନାଁରେ ନୂଆ ସାମ୍ମୁଖ୍ୟ ଗଠନ ଚର୍ଚ୍ଚାକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି ।
ସେପଟେ କଡ଼ ଲେଉଟାଉଛି ରାଜ୍ୟ ରାଜନୀତି । ଦୀର୍ଘ ବର୍ଷ ପରେ ଏକାଠି ହେଉଛନ୍ତି ବିଜୁ ଲିଗାସିର ନେତା । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା । ଏସବୁ ଭିତରେ କିଏ ସାଜିବ ବିକଳ୍ପ । କାହା ନେତୃତ୍ୱରେ ଆଗକୁ ବଢିବ ବିଜୁ ଲିଗାସି ଓ କ'ଣ ହେବ ଏହାର ଭବିଷ୍ୟତ ଆଭିମୁଖ୍ୟ ତା ଉପରେ ରହିଛି ସମସ୍ତଙ୍କ ନଜର ।

Related Topics
Explore more stories