Videos
|
Odisha

Biju Legacy / ବିଜୁଙ୍କ ଶ୍ରାଦ୍ଧ ଦିବସରେ ବିଜୁ ଅନୁଗତଙ୍କ ମେଳିକୁ ନେଇ ନୂଆ ସମୀକରଣ !

Bikash Mohanty
Browse all articles by Bikash Mohanty
·5 months ago·2 min read
ବିଜୁଙ୍କ ଶ୍ରାଦ୍ଧ ଦିବସରେ ବିଜୁ ଅନୁଗତଙ୍କ ମେଳିକୁ ନେଇ ନୂଆ ସମୀକରଣ !
Biju Legacy

Key Points

ବିଜୁ ଲିଗାସି-ନୂଆ ସମୀକରଣ
ବିଜୁଙ୍କ ଶ୍ରାଦ୍ଧ ଦିବସରେ ବିଜୁ ଅନୁଗତଙ୍କ ମେଳିକୁ ନେଇ ନୂଆ ସମୀକରଣ
ବିଜୁ ଲିଗାସୀ ନେତାଙ୍କ ସହ ଏକାଠି ହେବେ ନିଲମ୍ବିତ ବିଜେଡି ବିଧାୟକ
ବିଜେଡି ଭାଙ୍ଗିବାକୁ ହେଉନି ତ ସୁଚିନ୍ତିତ ଯୋଜନା ?

ଭୁବନେଶ୍ବର,୧୭/୦୪: ବିଜୁଙ୍କ ଶ୍ରାଦ୍ଧ ଦିବସରେ ବିଜୁ ଅନୁଗତଙ୍କ ମେଳିକୁ ନେଇ ନୂଆ ସମୀକରଣ!। ବିଜୁ ଲିଗାସୀ ନେତାଙ୍କ ସହ ଏକାଠି ହେବେ ନିଲମ୍ବିତ ବିଜେଡି ବିଧାୟକ। ବିଜେଡି ଭାଙ୍ଗିବାକୁ ହେଉନି ତ ସୁଚିନ୍ତିତ ଯୋଜନା? ବିଜୁଙ୍କୁ ନେଇ ନେଇ ମୁଁହାମୁଁହି ବିଜେଡି ଓ ବିଜୁ ଲିଗାସି ନେତା।    

ଆଜି ଏପ୍ରିଲ 17, ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ.। ହେଲେ ପ୍ରଥମ ଥର ପାଇଁ ରାଜ୍ୟରେ ବିଜୁଙ୍କୁ ନେଇ ଦୁଇଟି ଭିନ୍ନ ଭିନ୍ନ ମଞ୍ଚରେ ନେତା ଏକାଠି ହେଉଥିବା ଚିତ୍ର ଦେଖିବାକୁ ମିଳିବ। କାରଣ ବିଜୁଙ୍କ ଶ୍ରାଦ୍ଧ ଦିବସରେ ଓଡିଶା ନାଗରିକ ମଞ୍ଚ କରି ଏକାଠି ହେଉଛନ୍ତି ବିଜୁ ଲିଗାସୀ ନେତା। ‘ଓଡ଼ିଶା ନାଗରିକ ମଞ୍ଚ’ ନାମରେ ଏକ ଅନୁଷ୍ଠାନ ଗଠନ କରି ବିଜୁଙ୍କ ପୁଣ୍ୟତିଥି ପାଳନ କରିବେ। ଆଜି ସକାଳ ୧୦ଟାରେ ଓୟୁଏଟି ଅଡିଟୋରିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତ ହୋଇଥିବା ନିମନ୍ତ୍ରଣ ପତ୍ରରେ ବରିଷ୍ଠ ରାଜନେତା ଦିଲୀପ ରାୟ, ବିଜୟ ମହାପାତ୍ର ଓ ସୌମ୍ୟରଂଜନ ପଟ୍ଟନାୟକ ନିବେଦକ ଅଛନ୍ତି। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବହୁ ବରିଷ୍ଠ ନେତା ଲାଗି ପଡ଼ିଛନ୍ତି। କେବଳ ରାଜନୈତିକ ବ୍ୟକ୍ତି ନୁହନ୍ତି, ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଏଥିରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି।

ବଡ କଥା ହେଉଛି ରାଜ୍ୟ ସଭା ନିର୍ବାଚନ ବେଳେ କ୍ରସ ଭୋଟିଙ୍ଗ କରି ସଦ୍ୟ ନିଲମ୍ବିତ ହୋଇଥିବା ବିଜେଡି ବିଧାୟକ ମଧ୍ୟ ଆଗ ଧାଡିରେ ହେବେ ସାମିଲ। କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଆଗ ଧାଡିର ବିଜୁ ଅନୁଗାମୀ ନେତା ରାଜନୈତିକ ଉଦ୍ଦେଶ୍ୟ କୁ ମନା କରୁଥିଲେ ମଧ୍ୟ ଚର୍ଚ୍ଚା ହେଉଛି ଆଗକୁ ବିଜେଡିକୁ ଚେକ ଦେବ ବିଜୁ ଲିଗାସୀ ସଂଗଠନ।

ପଢନ୍ତୁ ଏହି ଖବର: ଲୋକସଭାରେ ଆଗତ ହେଲା ଡିଲିମିଟେସନ ବିଲ୍‌ ୨୦୨୬, ମୁହାଁ ମୁହିଁ ହେଲେ ବିରୋଧିଦଳ ନେତା ଓ ଆଇନମନ୍ତ୍ରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଜୁ ବାବୁଙ୍କ ଶ୍ରାଦ୍ଧ ସଭା ଆୟୋଜନ ହେଉଛି। ଶେଷ ସମୟ ରେ ବିଜୁ ବାବୁ ଦିଲ୍ଲୀପ ରାୟଙ୍କ ଘରେ ରହିଲେ। ବିଜୁ ବାବୁଙ୍କ ନାମରେ ଚମକ ଅଛି। ବିଜୁ ବାବୁଙ୍କ ନା ନେଇ ବହୁ ସୁବିଧା ସୁଯୋଗ ପାଇଲେ ପରେ ଲୋକେ ପ୍ରତ୍ୟାଖାନ କଲେ। ଗତ ନିର୍ବାଚନରେ ପ୍ରତ୍ୟାଖାନ ହେଲେ। ଯେଉଁମାନେ କହୁଛନ୍ତି ବିଜେଡିରୁ ଯାଇଥିବା ଲୋକ କରୁଛନ୍ତି ସେୟା ନୁହେଁ ବିଜେଡିରେ ଥିବା ଲୋକେ କାର୍ଯ୍ୟକ୍ରମକୁ ଆସିବେ ବୋଲି କହିଛନ୍ତି ବରିଷ୍ଠ ନେତା ଅମର ଶତପଥି।

ପ୍ରତିବର୍ଷ ଭଳି ବିଜେଡି ବିଜୁ ଙ୍କ ଶ୍ରାଦ୍ଧ ଦିବସ ଶଙ୍ଖ ଭବନ ରେ ପାଳନ କରିବ। ହେଲେ ଏଥର ନୂଆ ମଞ୍ଚ ରେ ବିଜୁ ଅନୁଗତଙ୍କ ମେଳି ରାଜନୈତିକ ଉଷ୍ଣତା ସୃଷ୍ଠି କରିଛି.। 24 ବର୍ଷ ହେବ ବିଜୁ ଲିଗାସୀ ନେତା କାହିଁକି ବିଜୁ ଙ୍କୁ ମନେ ପକାଉ ନ ଥିଲେ ବୋଲି ବିଜେଡି ପ୍ରଶ୍ନ କରିଥିବା ବେଳେ ବିଜେଡିକୁ ଓଲଟା କଟାକ୍ଷ କରିଛନ୍ତି ପୂର୍ବତନ ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ।

ବିଜୁ ଙ୍କ ତିରୋଧାନ ଦିବସ ରେ ନିହ ପକାଇବାକୁ ଯାଉଥିବା ଓଡିଶା ନାଗରିକ ମଞ୍ଚ ଆଗକୁ ରାଜନୈତିକ ଲଢେଇ ଲଢ଼ୁଛି ନା ଶ୍ରାଦ୍ଧ ସଭାରେ ଅଟକି ଯାଉଛି ତାହା ଉପର ନଜର।