Delimitation Bill / ଲୋକସଭାରେ ଆଗତ ହେଲା ଡିଲିମିଟେସନ ବିଲ୍ ୨୦୨୬, ମୁହାଁ ମୁହିଁ ହେଲେ ବିରୋଧିଦଳ ନେତା ଓ ଆଇନମନ୍ତ୍ରୀ
·5 months ago·2 min read

Key Points
ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ମୁହାଁ ମୁହିଁ
ମୁହାଁ ମୁହିଁ ହୋଇଛନ୍ତି ବିରୋଧିଦଳ ନେତା ଓ ଆଇନମନ୍ତ୍ରୀ
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ଚିଠି ଲେଖିଲେ ବିରୋଧିଦଳ ନେତା ନବୀନ ପଟ୍ଟନାୟକ
ନବୀନଙ୍କୁ କଡ଼ା କାଉଣ୍ଟର କଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଦ୍ୱନ୍ଦ୍ୱ ତିଆରି କରିବାର ପରିକଳ୍ପନା ନବୀନଙ୍କ ଭଳି ବରିଷ୍ଠ ନେତାଙ୍କୁ ଶୋଭା ଦେଉନି

ଭୁବନେଶ୍ବର,୧୬/୦୪: ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ମୁହାଁ ମୁହିଁ ହୋଇଛନ୍ତି ବିରୋଧିଦଳ ନେତା ଓ ଆଇନମନ୍ତ୍ରୀ । ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ଆଲୋଚନା ପାଇଁ ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ଏହାର କଡ଼ା ଜବାବ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସୀମା ପୁନଃ ନିର୍ଦ୍ଧାରଣ ନେଇ ଦ୍ୱନ୍ଦ୍ୱ ତିଆରି କରିବାର ପରିକଳ୍ପନା ନବୀନଙ୍କ ଭଳି ବରିଷ୍ଠ ନେତାଙ୍କୁ ଶୋଭା ଦେଉନି । ପରୋକ୍ଷ ଭାବେ ଏହାକୁ ବିରୋଧ କରିବା, ଅଟକାଇବା ମାନସିକତା ନବୀନ ଛାଡ଼ନ୍ତୁ ବୋଲି କହିଛନ୍ତି ପୃଥ୍ବୀରାଜ।
ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ଗତକାଲି ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ସୀମା ପୁନଃ ନିର୍ଦ୍ଧାରଣ ସମ୍ପର୍କରେ ଆଲୋଚନା ପାଇଁ ୪୮ ଘଣ୍ଟା ମଧ୍ୟରେ ବିଧାନ ସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ନବୀନ ପଟ୍ଟନାୟକ ଚିଠି ମାଧ୍ୟମରେ ଦାବୀ କରିଥିଲେ। ସମ୍ବିଧାନର ପ୍ରସ୍ତାବିତ ୧୩୧ ତମ ସଂଶୋଧନ ବିଲ୍ ୨୦୨୬ – ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଦ୍ୱାରା ଲୋକସଭାରେ ଆସନ ସଂଖ୍ୟାରେ ବ୍ୟାପକ ପରିବର୍ତ୍ତନ ଘଟିବ । ଲୋକ ସଭାର ସଦସ୍ୟ ସଂଖ୍ୟା ୫୪୩ ରି ୮୫୦ କୁ ବୃଦ୍ଧି ପାଇବ । ବର୍ତ୍ତମାନ ଓଡିଶାର ଲୋକ ସଭା ଆସନ ସଂଖ୍ୟା ୨୧ ଅଛି ଯାହାକି ମୋଟ ଆସନ ସଂଖ୍ୟାର ୩.୯ ପ୍ରତିଶତ । କିନ୍ତୁ ଯଦି ଉପରୋକ୍ତ ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହୁଏ ତେବେ ଲୋକସଭାରେ ଓଡିଶାର ପ୍ରତିନିଧିତ୍ୱ ୨୯ କୁ ବୃଦ୍ଧି ପାଇବ । କିନ୍ତୁ ଆନୁପାତିକ ହାରରେ ଏହା ୩.୯ ପ୍ରତିଶତରୁ ୩.୪ ପ୍ରତିଶତକୁ ହ୍ରାସ ଘଟିବ ବୋଲି ବିରୋଧି ଦଳ ନେତା ଅଭିଯୋଗ କରିଛନ୍ତି।
ପଢନ୍ତୁ ଏହି ଖବର: ଆଜିଠୁ ସଂସଦର ତିନି ଦିନିଆ ସ୍ବତନ୍ତ୍ର ଅଧିବେଶନ, ନାରୀ ସଶକ୍ତୀକରଣ ପାଇଁ ନିଆଯିବ ଐତିହାସିକ ପଦକ୍ଷେପ
ସୀମା ପୁନଃ ନିର୍ଦ୍ଧାରଣ ନେଇ ଦ୍ୱନ୍ଦ୍ୱ ତିଆରି କରିବାର ପରିକଳ୍ପନା ନବୀନଙ୍କ ଭଳି ବରିଷ୍ଠ ନେତାଙ୍କୁ ଶୋଭା ଦେଉନି । ପରୋକ୍ଷ ଭାବେ ଏହାକୁ ବିରୋଧ କରିବା, ଅଟକାଇବା ମାନସିକତା ନବୀନ ଛାଡ଼ନ୍ତୁ । କେନ୍ଦ୍ର ସରକାର ଐତିହାସିକ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଆଗାମୀ ଇତିହାସକୁ ପ୍ରରିବର୍ତ୍ତନ କରିବାକୁ ଯାଉଛି । କିନ୍ତୁ ଏତିକି ବଢିବ ସେତିକି ବଢିବ କହି ଦ୍ୱନ୍ଦ୍ୱ କରିବା ଠିକ ନୁହେଁ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯଦି ନିର୍ବାଚନ ମଣ୍ଡଳୀ ସାଇଜ ଯଦି ୟୁନିଫର୍ମ ରହିଲା, ଅପେକ୍ଷା କୃତ ବଡ଼ ନ ରହିଲା ତାହେଲେ ଜନପ୍ରତିନିଧି ମାନଙ୍କୁ ସୁବିଧା ହୁଏ । ବିଜେଡିର ନେତା ବୋଧେ ଏକଥା ବୁଝନ୍ତି ନାହିଁ । ତାଙ୍କର ନିର୍ବାଚନ ମଣ୍ଡଳୀରେ ତାଙ୍କର ଲୋକ ଯାଇକି କାମ କରନ୍ତି । ଯଦି ଆଗାମୀ ଦିନରେ ସୀମା ପୁନଃ ନିର୍ଦ୍ଧାରଣ ହୁଏ ସିଟ ସଂଖ୍ୟା ବଢ଼େ ଗଣତନ୍ତ୍ର ପାଇଁ ଶୁଭଙ୍କର । କିନ୍ତୁ ତାକୁ ବିରୋଧ କରି ସ୍ୱତନ୍ତ୍ର ଅଧିବେଶନ ଜିଦ କରିବା ପରୋକ୍ଷ ଭାବେ ମହିଳା ସଂରକ୍ଷଣକୁ ବିରୋଧ କରିବା ବିଜେଡିର ନୂଆ ଯୋଜନା । ସେହି ଦୃଷ୍ଟିରୁ ଏଭଳି ବିବାଦରୁ ଦୁରେଇ ରୁହନ୍ତୁ ନବୀନ ଏହା ହିଁ ମୋର ପରାମର୍ଶ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
Related Topics
Explore more stories