ଭଙ୍ଗା ବ୍ରିଜରେ ଦୁର୍ଘଟଣା, ବାଇକ ଆରୋହୀ ମୃତ
·2 years ago

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟ ୧୬ନଂ ଜାତୀୟ ରାଜପଥରେ ଭୁଶୁଡି ପଡିଥିବା ବ୍ରିଜ ଉପରେ ଦୁର୍ଘଟଣା ଘଟି ଜଣେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ କୁଆଖିଆ ଥାନା ନଠୁଆବର ଗ୍ରାମର ବିଶ୍ଵଜିତ ପଣ୍ଡା ।
ଆଜି ସକାଳୁ ସ୍ଥାନୀୟ ଲୋକେ ଭଙ୍ଗା ବ୍ରିଜରେ ବାଇକ ସହ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ କୁଆଖିଆ ପୋଲିସକୁ ଖବର ଦେଇଥିଲେ । କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିବା ସହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଡାକ୍ତରଖାନାକୁ ପଠାଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୮ ମାସ ମାସ ହେବ ଜାତୀୟ ରାଜପଥରେ ଏହି ବ୍ରିଜଟି ପ୍ରାୟ ୧୦ଫୁଟ ତଳକୁ ଭୁଶୁଡି ପଡିଥିଲା । ହେଲେ ଏବେ ଯାଏ ଏହାର ମରାମତି ହୋଇପାରିନାହିଁ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆହୁରି ପଢନ୍ତୁ ଓଡିଶା ଖବର...