ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା , 2 ଗୁରୁତର
·2 years ago

କେନ୍ଦ୍ରାପଡା: ଆଳି ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତା ଶାସନ ଛକ ନିକଟରେ ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଦୁଇ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ କୈଳାଶ ଚନ୍ଦ୍ର ବେହରାଙ୍କ ଘର ମହାକାଳପଡା ବାବରରୁ ବାହାରି ଆଳିକୁ ଆସୁଥିବାବେଳେ ଆରପଟୁ ଚାନ୍ଦବାଲିରୁ ବିକାଶ କୁମାର ଭୂଇଁଆ ନିଜ କାମରେ ପଟ୍ଟାମୁଣ୍ଡାଇ ଅଭିମୁଖେ ଆସୁଥିବାବେଳେ ଦୁଇ ବାଇକ ଶାସନ ଛକ ନିକଟରେ ମୁହାଁମୁହିଁ ହୋଇଥିଲେ ।
ତାଙ୍କୁ ଆଳି ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆଳି ମେଡିକାଲକୁ ଅଣା ଯାଇଥିଲା । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଆଳି ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆହୁରି ପଢନ୍ତୁ ଓଡିଶା ଖବର...