Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଇକ ସହ ଗଞ୍ଜେଇ ଜବତ, ଦୁଇ ଗିରଫ

Manini Pattanayak
Browse all articles by Manini Pattanayak
·2 years ago
ବାଇକ ସହ ଗଞ୍ଜେଇ ଜବତ, ଦୁଇ ଗିରଫ

ବୌଦ୍ଧ: ବୌଦ୍ଧ ବ୍ଲକ୍ ବାଉଁଶୁଣି ଥାନା ପୋଲିସ ପକ୍ଷରୁ ବାଇକ୍ ସହ ୨୧ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏଥିସହ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l

ଅଭିଯୁକ୍ତ ବାଉରୀଝାରକଟା ଗ୍ରାମର ଦିଲୀପ ଖଟୁଆ ଓ ତାଳଗରି ଗ୍ରାମର ସଞ୍ଜୟ ମଲ୍ଲିକ ଏକ ବାଇକ୍‌ରେ ଗଞ୍ଜେଇ ନେଇ ଯାଉଥିବା ଖବର ପାଇ ପୁଲିସ ବାଉଁଶୁଣି ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମ୍ୟ ରାସ୍ତାରେ ଚଢ଼ଉ କରି ବାଇକ୍ ସହ ଗଞ୍ଜେଇକୁ ଜବତ କରିଥିଲା। ଉଭୟ ଚାଲାଣକାରୀଙ୍କୁ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରିଥିଲା। ଏନେଇ ବାଉଁଶୁଣି ଥାନାରେ କେସ୍ ନଂ ୮୩/୨୪ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଞ୍ଜଳି ବିଶ୍ବାଳ ପ୍ରକାଶ କରିଛନ୍ତି। 

ଅଧିକ ପଢନ୍ତୁ  ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bike and marijuana seized, two arrested in boudh | Argus News