Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଡମ୍ଫର ସହ ବାଇକର ଧକ୍କା, ୨ ମୃତ

Odisha

ଡମ୍ଫର ସହ ବାଇକର ଧକ୍କା, ୨ ମୃତ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଡମ୍ଫର ସହ ବାଇକର ଧକ୍କା, ୨ ମୃତ

ବାଲେଶ୍ବର : ଦୀର୍ଘ ଦିନରୁ ରାସ୍ତା କଡ଼ରେ ଛିଡା ହେଇଥିବା ଏକ ଡମ୍ପର ଦୁଇ ଜଣଙ୍କ ଜୀବନ ନେଇଛି। ବିଳମ୍ବିତ ରାତିରେ କମର୍ଦା ବିଜୁଳି ବିଭାଗର କାର୍ଯ୍ୟାଳୟରେ କାର୍ଯ୍ୟ ସାରି  ବସ୍ତା ବ୍ଲକର ତିନି ସାଙ୍ଗ ଘରକୁ ଫେରୁଥିବା ସମୟ ରେ ଉଲୁଡ଼ା ଛକ ନିକଟରେ  ରାସ୍ତା କଡ଼ରେ ଛିଡା ହେଇଥିବା ଏକ  ପୁରୁଣା ଡମ୍ପର ସହ ବାଇକର ଧକ୍କା ହେଇଥିଲା । ଫଳରେ ଘଟଣା ସ୍ଥଳରେ ବସ୍ତା ବ୍ଲକ ବାହାର୍ଦାର ଆକାଶ କୁମାର ଭକ୍ତା ଏବଂ ଦରଡା ଅଂଚଳର ଆଉ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସେହିପରି ବାଲିଆପାଳର ଯୁବକ ଜଣଙ୍କ ଗୁରୁତର ଭାବେ ବାଲେଶ୍ୱର ସ୍ଥାନାନ୍ତର ହୋଇଛନ୍ତି ।

ଅଧିକ ପଢନ୍ତୁ : ଦୁଇ ବାଇକ୍ ମୁହାମୁହିଁ ଧକ୍କା ; 4 ମୃତ, 2 ଆହତ

ତେବେ ରାସ୍ତା କଡ଼ରେ ଛିଡା ହୋଇଥିବା ଡମ୍ପର କାହିଁକି ଦୀର୍ଘ ଦିନ ଧରି ରହିଛି ଏବଂ ଦୁଇଟି ଜୀବନ ଯିବା ପାଇଁ ସମ୍ପୁର୍ଣ୍ଣ କମର୍ଦା ପୋଲିସ ଏବଂ ଭୋଗରାଇ ପ୍ରଶାସନ ଦାଈ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bike collides with dumper, 2 dead | Argus News