Videos
|
Odisha

ବ୍ରିଜରୁ ତଳକୁ ଖସିଲା ବାଇକ: ଜଣେ ମୃତ

Ritu Das
Browse all articles by Ritu Das
·2 years ago
ବ୍ରିଜରୁ ତଳକୁ ଖସିଲା ବାଇକ: ଜଣେ ମୃତ

ଅର୍ଗସ ବ୍ୟୁରୋ: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ଅଧୀନ ଭାପୁର ପଞ୍ଚାୟତ ବେଲେଶ୍ୱର ମନ୍ଦିର ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନାବାଳକ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। 

ଖବର ପାଇ ବାଲିପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଛି। ସେମାନଙ୍କ ପରିଚୟ ମିଳି ପାରି ନାହିଁ। ବନମାଳୀପୁର ନୂଆଗାଁ ରାସ୍ତା ସମ୍ପ୍ରସାରଣ ହେତୁ ପ୍ରାଚୀ ନଦୀ ଉପରେ ନୂତନ ବ୍ରିଜ ନିର୍ମାଣ ହେଉଛି। ଅସାବଧାନତା ଯୋଗୁଁ ସେହି ସ୍ଥାନରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bike falls | Argus News