Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାଇଓ୍ବା ଧକ୍କାରେ ବାଇକ୍ ଆରୋହୀ ମୃତ

Swayangprajna Mishra
Browse all articles by Swayangprajna Mishra
·2 years ago
ହାଇଓ୍ବା ଧକ୍କାରେ ବାଇକ୍ ଆରୋହୀ ମୃତ

କେଉଁଝର  : ଆନନ୍ଦପୁର-କରଞ୍ଜିଆ ରାସ୍ତା ର ଆନନ୍ଦପୁର ଥାନା ପଦ୍ମପୁର ଛକ ନିକଟରେ ହାଇଓ୍ବା ଧକ୍କା ରେ ଜଣେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିଛି l ମୃତକ ସ୍ଥାନୀୟ ଗୋଳାବନ୍ଧ  ଗାଁ ର ମଣ୍ଟେଶ୍ବର ନାୟକ ନିଜ ଗାଁ ରେ ନୁଆଁ କରି ପକ୍କା ଘର ନିର୍ମାଣ କରୁଛନ୍ତି l ନିର୍ମାଣ କାମପାଇଁ ସିମେଣ୍ଟ କିଣିବାକୁ ଆଜି ଆନନ୍ଦପୁର ଆସି ଘରକୁ ଫେରୁଥିବା ସମୟରେ ପଦ୍ମପୁର ଛକ ଠାରୁ କିଛି ଦୂରରେ ପଛପଟୁ ଆସୁଥିବା ଏକ ହାଇଓ୍ବା ଧକା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ଯୁ ଘଟିଥିଲା l

ଅଧିକ ପଢନ୍ତୁ : ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୪ ଗୁରୁତର

୧୦୮ ଆମ୍ବୁଲାନ୍ସ ସହାୟତାରେ ସ୍ଥାନିୟ ଲୋକେ ମୃତଦେହକୁ ଆନନ୍ଦପୁର ଡାକ୍ତରଖାନା ପହଁଞ୍ଚାଇଥିଲେ l ଖବରପାଇ ପୋଲିସ୍ ଦୁର୍ଘଟଣା ଘଟାଇଥିବା ହାଇଓ୍ବା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି  l
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bike rider dies in Highwa collision | Argus News