Videos
|
Odisha

 ସୁନା ଦୋକାନରୁ ଲୁଟି ନେଲେ ବାଇକ ଲୁଟେରା 

Manini Pattanayak
Browse all articles by Manini Pattanayak
·2 years ago·1 min read
 ସୁନା ଦୋକାନରୁ ଲୁଟି ନେଲେ ବାଇକ ଲୁଟେରା 

ଗଜପତି:  ସୁନା ଦୋକାନରୁ ଲୁଟି ନେଲେ ବାଇକ ଲୁଟେରା । ଏପରି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ମୁଖ୍ୟ ବଜ଼ାର ସ୍ଥିତ ଶ୍ରୀ ହରି ଜୁଏଲର୍ସରେ।  ଦୋକାନ ମାଲିକ ବି. ମୋହନ ରାଓ ଆଚାରୀ ପ୍ରତିଦିନ ଭଳି ଦୋକାନ ବନ୍ଦ କରି ସମସ୍ତ ସୁନା, ରୂପା ଅଳଙ୍କାର ସହ ଟଙ୍କା ବ୍ୟାଗ ଧରି ଘରକୁ ଯିବାପାଇଁ ବାହାରି ଦୋକାନ ସମ୍ମୁଖରେ ବ୍ୟାଗ ଟି ଥୋଇଥିଲେ।  

ହଠାତ୍ ଦୁଇଜଣ ବାଇକ ଲୁଟେରା ଆସି  ଅଳଙ୍କାର ଏବଂ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ନେଇ ଚମ୍ପଟ ମାରିଥିଲେ l କିଛି ଦିନ ଧରି ମୋହନା ଅଞ୍ଚଳ ରେ ସିରିଜ଼ ଚୋରି ଚାଲିଥିବା ବେଳେ ସୁନା ଦୋକାନ ରୁ ଜନ ଗହଳିପୂର୍ଣ୍ଣ ବଜ଼ାରରୁ ଲୁଟ କରି ନେବା  ଅଞ୍ଚଳବାସିଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି l ପୋଲିସଘଟଣା ସ୍ଥଳରେ ପହଞ୍ଚି ନିକଟସ୍ଥ ଦୋକାନ ଗୁଡିକର ସିସି ଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛି। 

 ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: