ବିଳିବିଳି ହେଉଛନ୍ତି ପାଣ୍ଡିଆନ, କଥା ଅଧିକ କାମ କମ

ବିଳିବିଳି ହେଉଛନ୍ତି ପାଣ୍ଡିଆନ
କଥା ଅଧିକ, କାମ କମ
ଦୋଷକୁ ଲୁଚାଇବାକୁ ଅନ୍ୟକୁ ଟାର୍ଗେଟ କରୁଛନ୍ତି
ଅର୍ଗସ ବ୍ୟୁରୋ : ଦିନ ଯେତେ ଗଡ଼ୁଛି ପାଣ୍ଡିଆନଙ୍କ କଥାର ଗାଡ଼ି ସେତେ ବଢୁଛି । ଯେତିକି ମଞ୍ଚ ଉପରେ ବିଳି ବିଳି ହେଉଛନ୍ତି ସେତିକି ମଞ୍ଚ ତଳେ ରହି କାମ କରନ୍ତେ କି ? ଯାହା ଫଳରେ ଓଡ଼ିଶାର ଲୋକେ ଉପକୃତ ହୋଇ ପାରନ୍ତେ । ଜୁଆଡ଼େ ଗଲେ ସିଆଡ଼େ ଖାଲି ମିଛ ଗପିଲେ । କଣ ମିଳୁଛି ଏ ଗପରେ ତାଙ୍କୁ । ଏ ଗପରେ କଣ ରହିଛି ତାଙ୍କ ସ୍ବାର୍ଥ ।
ଆଜି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଅନୁଗୁଳ ଗସ୍ତ କରିଛନ୍ତି । ଗଡସନ୍ତ୍ରି ସଭାରେ ପୁଣି ଥରେ ଗପର ଭାଷଣ ମାରିଛନ୍ତି । ପୁଣି ଦେଶର ଭବିଷ୍ୟତଙ୍କୁ ଶୁଣାଇଲେ ମାଙ୍କଡ଼ ଗପ । ଖାଲି କଥା କହିକହି ପାର ହେଉଛନ୍ତି ଆମ ୫ଟି ଅଧ୍ୟକ୍ଷ । ଯୁଆଡ଼େ ଗଲେ ସିଆଡ଼େ ଗପିଲେ । ରାଜ୍ୟର ହିତ ପାଇଁ ଚିନ୍ତା ଅଛି ନା ଖାଲି ଭାଷଣ ଦେବେ କେମିତି ଚିନ୍ତା କରୁଛନ୍ତି । କେନ୍ଦ୍ର ସରକାରଙ୍କ ସଫଳତାକୁ ଦେଖି ପାରୁ ନାହାନ୍ତି କି ପାଣ୍ଡିଆନ । ନା ସବୁ ଜାଣି ଶୁଣି ଗାଲୁ କଥା କହି ଚାଲିଛନ୍ତି ପାଣ୍ଡିଆନ । କେନ୍ଦ୍ରର ସରକାର କି କି କାମ କରିଛନ୍ତି ଆମ ରାଜ୍ୟ ପାଇଁ, କଣ ଭୁଲି ଗଲେ କି ଆମ ରାଜ୍ୟର ମୁଖିଆ । ଭୁଲି ଗଲେଣି କି ପାଣ୍ଡିଆନ ?
📱 Get Argus News App
✨୨୦୨୨ ସେପ୍ଟେମ୍ବର ୭ରେ ପିଏମଶ୍ରୀ ଯୋଜନାରର ଶୁଭାରମ୍ଭ କିରଥିଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ଇଣ୍ଡିଆ ବା ପିଏମଶ୍ରୀ ବିଦ୍ୟାଳୟର ହୋଇଥିଲା ଶୁଭାରମ୍ଭ । କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଓଡ଼ିଶାର ୬୩ ଟି ବିଦ୍ୟାଳୟରେ ମୋଦି ସରକାରଙ୍କ ଏହି ମହତ୍ବାକାଂକ୍ଷୀ ଯୋଜନାର ସାମିଲ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
ଏଥିସହ ରାଜନୀତିରୁ ଉପରକୁ ଉଠି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଗୁଡ଼ିକରେ ପିଏମଶ୍ରୀ ଲାଗିୁକରିବା ନେଇ ସହୃଦୟର ସହ ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କରିଥିଲେ ଅନୁରୋଧ । ସବୁ ଭେଦଭାବକୁ ଭୁଲି ୧ କୋଟି ଓଡ଼ିଆ ପିଲାଙ୍କ ଭବିଷ୍ୟତ ବନାଇବା ଲାଗି, ଆଉ ଏହି ଯୋଜନାର ଦାୟିତ୍ବ ନେବାକୁ ରାଜ୍ୟ ସରରକାରଙ୍କୁ କରିଥିଲେ ଅନିରୋଧ । ସେ ଯୋଜନାରେ କି କି ପଦକ୍ଷପ ନେଇଛନ୍ତି ଆମ ସରକାର ସେ ବିଷୟରେ କଣ ପାଇଁ କହିଲେଣି ପାଣ୍ଡିଆନ ।
