Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Wheat Scam / କିଏ ଖାଇଲା ୫୪୮.୧୧ କ୍ଵିଣ୍ଟାଲ୍ ଗହମ ? ୪ ବର୍ଷ ପରେ ହିତାଧିକାରୀଙ୍କୁ ଡାକି ଦେଉଛନ୍ତି କେଜି ପିଛା ୧୫ ଟଙ୍କା

Sushanta Sahoo
Browse all articles by Sushanta Sahoo
·7 months ago·2 min read
କିଏ ଖାଇଲା ୫୪୮.୧୧ କ୍ଵିଣ୍ଟାଲ୍ ଗହମ ? ୪ ବର୍ଷ ପରେ ହିତାଧିକାରୀଙ୍କୁ ଡାକି ଦେଉଛନ୍ତି କେଜି ପିଛା ୧୫ ଟଙ୍କା
Binjharpur Wheat Scam

Key Points

୪ ବର୍ଷ ପରେ ଗହମ ବଦଳରେ ଲୋକଙ୍କୁ ମିଳିଛି କେଜି ପିଛା ୧୫ ଟଙ୍କା । ଯାହାକୁ ନେଇ ଯୋଗାଣ ବିଭାଗ ଅଧିକାରୀ, ଡିଲର୍ ସନ୍ଦେହରେ ଥିବା ବେଳେ ବିବାଦ ଘେରକୁ ଆସିଛନ୍ତି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ।
ବିଞ୍ଝାରପୁର (ଯାଜପୁର): ବିବାଦରେ ବିଧାୟିକା ପ୍ରମିଳା ମଲ୍ଲିକ । ଡାଲି ପରେ ଗହମକୁ ନେଇ ବଢ଼ିଲା ଅଡ଼ୁଆ । ବିଞ୍ଝାରପୁରରେ କିଏ ଖାଇଗଲା ଶହ ଶହ କ୍ୱିଣ୍ଟାଲ ଗହମ । ସୂଚନା ଅଧିକାର ଆଇନ୍ ବଳରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ୪ ବର୍ଷ ପରେ ଗହମ ବଦଳରେ ଲୋକଙ୍କୁ ମିଳିଛି କେଜି ପିଛା ୧୫ ଟଙ୍କା । ଯାହାକୁ ନେଇ ଯୋଗାଣ ବିଭାଗ ଅଧିକାରୀ, ଡିଲର୍ ସନ୍ଦେହରେ ଥିବା ବେଳେ ବିବାଦ ଘେରକୁ ଆସିଛନ୍ତି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ।

ବିଞ୍ଝାରପୁରରେ କ୍ଵିଣ୍ଟାଲ କି ଦୁଇ କ୍ଵିଣ୍ଟାଲ ନୁହେଁ ପୁରା ୫୪୮.୧୧ କ୍ଵିଣ୍ଟାଲ ଗହମ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ୍ ବଳରେ ଗହମ ବଣ୍ଟନ ତଥ୍ୟ ବ୍ଲକ ସହ ଜିଲ୍ଲା ପ୍ରଶାସନକୁ ମାଗିଥିଲେ ସୂଚନା ଅଧିକାରୀ କର୍ମୀ । ଆଉ ବାରମ୍ବାର ଦୌଡ଼ିବା ପରେ ସୂଚନା ଅଧିକାର ଆଇନ୍‌ରେ ଯେଉଁ ତଥ୍ୟ ମିଳିଛି ସେଥିରେ ବ୍ଲକ ସହ ଜିଲ୍ଲା ଯୋଗାଣ ବିଭାଗ ଦେଇଥିବା ତଥ୍ୟ ମେଳ ଖାଉନି । ଏପ୍ରିଲ୍, ମେ ଓ ଜୁନ୍‌ ୪ ମାସର ତଥ୍ୟ ମେଳ ଖାଉନି ।

ଏଥିସହ ପଢ଼ନ୍ତୁ: ମାମୁ ଘରେ ନାବାଳକଙ୍କ ସନ୍ଦିଗ୍ଧ ମୃତ୍ୟୁ; ଦାଣ୍ଡ ପଟେ ହତ୍ୟା ପରେ ବାରିରେ ଫିଙ୍ଗିଦେଲେ...

ସ୍ଥାନୀୟ ହିତାଧିକାରୀଙ୍କ ଅନୁସାରେ, ୨୦୨୨ ମସିହାରେ ଅଗଷ୍ଟ ମାସର ଗହମ ଦେଇ ନଥିଲେ ଯୋଗାଣ ବିଭାଗର ଡିଲର୍ । ୨୦୨୨ ଅଗଷ୍ଟ ମାସର ଗହମ ବାବଦକୁ ଏବେ ଡିଲର୍ ମାନେ ହିତାଧିକାରୀଙ୍କୁ ଡାକି ଟଙ୍କା ଦେଇଛନ୍ତି । କେଜି ପିଛା ୧୫ ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି ହିତାଧିକାରୀ । ତେବେ ୪ ବର୍ଷ ପରେ କାହିଁକି ଗହମ ପାଇଁ ଟଙ୍କା ଦେଲେ ଯୋଗାଣ ଅଧିକାରୀ ଓ ଡିଲର୍ ? ତାକୁ ନେଇ ପ୍ରଶାସନ ମୁହଁ ଖୋଲୁନି ।

ଗହମ ବଦଳରେ ଟଙ୍କା ପ୍ରଦାନ ନେଇ ହିତାଧିକାରୀ ପ୍ରଶ୍ନ ଉଠାଇଥିବା ବେଳେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଟାଣିଛନ୍ତି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ । ସେ କହିଛନ୍ତି, "ବିଧାୟିକା ପ୍ରମିଳା ମଲ୍ଲିକଙ୍କ ପ୍ରରୋଚନାରେ ସେତେବେଳର ଏମ୍‌ଆଇ ଶୁଭାଙ୍ଗୀ ରାୟ ଏବଂ କିଛି ଡିଲର୍ ଗହମ ହରିଲୁଟ୍ କରିଛନ୍ତି ।"

ଏଥିସହ ପଢ଼ନ୍ତୁ: କଲେଜ କ୍ଲାସ୍ ବେଳେ ଭିଡିଓ କଲ୍, ପୁଣି ପ୍ରେମ ନିବେଦନ; ଗିରଫ ହେଲେ ପ୍ରିନ୍ସିପାଲ୍

୨୦୨୨ ମସିହା ଅଗଷ୍ଟ ମାସର ଗହମ ନେଇ ଜିଲ୍ଲା ପ୍ରଦାନ କରିଥିବା ତଥ୍ୟ ଆଉ ବ୍ଳକ ତଥ୍ୟ ଭିତରେ ପାଖାପାଖି ୮୦୦ କ୍ଵିଣ୍ଟାଲ ଫରକ ରହୁଥିବା ଦେଖିବାକୁ ମିଳିଛି । ସୂଚନା ଅଧିକାର ଆଇନ୍‌ରେ ଏହି ତଥ୍ୟ ମିଳିବା ପରେ ବିବାଦକୁ ଆସିଛନ୍ତି ଯୋଗାଣ ଅଧିକାରୀ । ତେବେ ଏନେଇ ବିଞ୍ଝାରପୁର ବିଡିଓ କିମ୍ବା ଯୋଗାଣ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
RTI Reveals 548 Quintal Wheat Scam in Binjharpur | Argus News | Argus News