Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭିତରକନିକା ଜାତୀୟ ଉଦ୍ୟାନରେ ସରିଲା ଦେଶୀୟ ପକ୍ଷୀ ଗଣନା

Smruti Parija
Browse all articles by Smruti Parija
·1 year ago·1 min read
ଭିତରକନିକା ଜାତୀୟ ଉଦ୍ୟାନରେ ସରିଲା ଦେଶୀୟ ପକ୍ଷୀ ଗଣନା

କେନ୍ଦ୍ରାପଡା: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ଚଳିତ ମାସ ୯ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହୋଇଥିଲା । ରାଜନଗର ବନଖଣ୍ଡର କନିକା ଓ ରାଜନଗର ରେଞ୍ଜରେ ଗଣନା କରାଯାଇଥିଲା । ଗତବର୍ଷ ଠାରୁ 6256 ଟି ଅଧିକ ପକ୍ଷୀଙ୍କ ଅଭିବୃଦ୍ଧି ଘଟିଛି l ପାଞ୍ଚ ଦିନ ଧରି 4ଟି ଟିମ୍ ଗଣନା କାମରେ ଲାଗିଥିଲେ । 

କନିକା ରେଞ୍ଜ ଅନ୍ତର୍ଗତ ଭିତରକନିକା ଭିତରେ ଥିବା ମଠଆଡିଆରେ ୧୨ ହଜାର ୫ ଶହ ୨ଟି ବସା ଚିହ୍ନଟ କରାଯାଇଛି । ଲକ୍ଷ୍ମୀପ୍ରସାଦଡିଆରେ ୧୨ହଜାର ୭ ଶହ ୨ଟି ବସା, ଦୂର୍ଗାପ୍ରସାଦଡିଆରେ ୧୫ ଶହ ୪୮ ଟି ବସା ଓ ରାଜନଗର ରେଞ୍ଜ ଅନ୍ତର୍ଗତ ଜାତୀୟ ଉଦ୍ୟାନର ସୀମାସରହଦର ବାହାରେ ଦ୍ୱିତୀୟ ବର୍ଷରେ ବାଲିଡିଆରେ ୫୦୨ଟି ବସା ଚିହ୍ନଟ ହୋଇଛି । ମୋଟ ୧୩୦୦ ଟି ଗଛରେ ୨୭୨୮୨ଟି ବସାରେ ୧୩୦୧୨୩ଟି ପକ୍ଷୀ ଗଣନା ହୋଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bird-census-completed-in-bhitarakanika-kendrapada | Argus News