Videos
|
Odisha

ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେବ ପକ୍ଷୀ ଗଣନା  

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେବ ପକ୍ଷୀ ଗଣନା  

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନରେ  ଦେଶୀୟ ପକ୍ଷୀ ଗଣନା ୯ ତାରିଖ ଠୁ ଆରମ୍ଭ ହୋଇ ୧୩ ତାରିଖରେ ସରିବ । କିଛି ପକ୍ଷୀ ବିଶାରଦଙ୍କ ସହ ବନ କର୍ମଚାରୀ ମାନେ ସାମିଲ ହୋଇ ପକ୍ଷୀ ଗଣନା କରିବେ। ବିଶେଷକରି ଭିତରକନିକା ଜାତୀୟ ଉଦ୍ୟାନର  ମଠଆଡିଆ,ଲକ୍ଷ୍ମୀପ୍ରସାଦଡିଆ, ଦୁର୍ଗାପ୍ରସାଦଡିଆରେ ଏହି ପକ୍ଷୀ ଗଣନା କରାଯିବ ।

ଏହି ସବୁ ସ୍ଥାନ ମାନଙ୍କରେ ଦେଶୀୟ ପକ୍ଷୀ ଗେଣ୍ଡାଳିଆ, ରାଣୀବଗ, ବଡ଼ବଗ, ମଝିଆବଗ, ଦାବେଣ୍ଟିଆ, କାପରଖାଇ, ପାଣିକୁଆ, ଛୋଟ ବଗ ପ୍ରଭୁତି ୧0 ପ୍ରଜାତିର ଏହି ଦେଶୀୟ ପକ୍ଷୀ ଗୁଆଁ, ବନି, କେରୁଆ ପ୍ରଭୁତି ଗଛରେ ବସା ବାନ୍ଧି ଅଣ୍ଡା ଦେଇଛନ୍ତି ।

ଏହି ଦେଶୀୟ ପକ୍ଷୀ ମାନେ ବର୍ଷା ଋତୁ ଆରମ୍ଭରେ ଦେଶର କୋଣ ଅନୁକୋଣରେ ନିଜର ବଂଶ ବିସ୍ତାର କରିବା ପାଇଁ ଭିତରକନିକା ଆସିଥାନ୍ତି। ଏଠାରେ ସେମାନଙ୍କର ଉପଯୋଗୀ ଖାଦ୍ୟ ଯଥା ମାଛ, କଙ୍କଡା ଓ ପୋକଜୋକ ପ୍ରଚୁର ପରିମାଣରେ ଉପଲବ୍ଧ ହେଉଥିବାରୁ ବସା ଋତୁ ଆରମ୍ଭରେ ସେମାନେ ସେମାନଙ୍କର ବଂଶ ବିସ୍ତାର ପାଇଁ ଆସିଥାନ୍ତି ବୋଲି ଏନେଇ ସୂଚନା ଦେଇଛନ୍ତି ବନବିଭାଗ ।

ଅଧିକ ପଢନ୍ତୁ ଓଡ଼ିଶା ଖବର   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bird count to begin in bhitara kanika National Park | Argus News