Videos
|
Odisha

   ପିପିଲିରେ ବାର୍ଡ଼ ଫ୍ଲୁ ଚିହ୍ନଟ 

Manini Pattanayak
Browse all articles by Manini Pattanayak
·1 year ago·1 min read
   ପିପିଲିରେ ବାର୍ଡ଼ ଫ୍ଲୁ ଚିହ୍ନଟ 

 ପୁରୀ: ପିପିଲି ରେ ବାର୍ଡ଼ ଫ୍ଲୁ ଚିହ୍ନଟ । ୧୩ ଜଣିଆ ଡାକ୍ତର ଟିମଙ୍କ ସମେତ ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀ ତଦନ୍ତ କରିଛନ୍ତି । ପିପିଲି ରେ ୪୭ ଟି କୁକୁଡ଼ା ଫାର୍ମ ରୁ ପାଖାପାଖି ୨୦ ହଜାର ରୁ ଅଧିକ କୁକୁଡ଼ା ମରିଥିବା ଅନୁମାନ । ପୂର୍ବରୁ ହଜାର ହଜାର ସଂଖ୍ୟା ରେ କୁକୁଡ଼ା ମରିଯିବା ଫଳରେ ଆନିମଲ ଡ଼ିଜିଜ ରିସର୍ଚ୍ଚ ସେଂଟର ପକ୍ଷରୁ କୁକୁଡ଼ାର ରକ୍ତ ମଳ ମୁତ୍ର କଫ ସଂଗ୍ରହ କରିବା ସହିତ ମଲା କୁକୁଡ଼ାକୁ ସାଥିରେ ନେଇ ଏହାକୁ ପରୀକ୍ଷା କରାଯିବା ପାଇଁ ଭେଲୋର ପରୀକ୍ଷା ପାଇଁ ପଠାଯାଇଥିଲା ।

ତେବେ ଏହି ନମୁନାରୁ ପଜିଟିଭ୍ ଆସିଥିବା ବେଳେ ଏହା ବାର୍ଡ଼ଫ୍ଲୁ ବୋଲି ଜଣାପଡ଼ିଛି । ଯାହାକୁ ନେଇ ଆଜି ପିପିଲି ର ବିଭିନ୍ନ କୁକୁଡ଼ା ଫାର୍ମରେ କୁକୁଡ଼ା ମାରିବା ପୂର୍ବରୁ ପିପିଲି ଦୁର୍ଗାଦାସ ପୁରରେ  ଭେଟେନରି ଟିମର ପ୍ରସ୍ତୁତି ବୈଠକ ବସିଛି । କୁକୁଡ଼ା ମାରିବା ପାଇଁ ୫୪ ଜଣ ଆସିଥିବା ରାଜ୍ୟ ର ବିଭିନ୍ନ ଜିଲ୍ଲାର ଭେଟେନାରୀ ଷ୍ଟାଫ ଙ୍କ ରକ୍ତ ନମୁନା ସଂଗ୍ରହ କରିଛି ସ୍ୱାସ୍ଥ୍ୟ ବିଭାଗ ।  କୁକୁଡ଼ା ମାରିବା ପୂର୍ବରୁ କିଭଳି ରହିବେ ସଜାଗ ସେଥିପାଇଁ ପିପିଲି ମଙ୍ଗଳପୁରୁ ଠାରେ ଦିଆଯାଇଛି ପ୍ରଶିକ୍ଷଣ  । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bird flu detection in Pipili. Pipili Veterinary Officer along with a team of 13 doctors conducted an investigation. | Argus News