Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସମଗ୍ର ରାଜ୍ୟରେ ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ

Odisha

ସମଗ୍ର ରାଜ୍ୟରେ ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ

Ritu Das
Browse all articles by Ritu Das
·1 year ago
ସମଗ୍ର ରାଜ୍ୟରେ ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ

ଅର୍ଗସ ବ୍ୟୁରୋ: ପିପିଲି ଓ ସତ୍ୟବାଦୀରେ ବାର୍ଡ ଫ୍ଲୁ ଘଟଣା ସମଗ୍ର ରାଜ୍ୟରେ ଚିନ୍ତା ବଢ଼ାଇଛି। ସଂକ୍ରମିତ ଅଞ୍ଚଳରେ କୁକୁଡ଼ା ମରା ଅଭିଯାନ ଜୋରଦାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ପିପିଲି ଓ ସତ୍ୟବାଦୀ ଅଂଚଳରେ ୨୬,୩୭୧ କୁକୁଡ଼ା ମରାଯାଇଛି।

ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ବାର୍ଡ ଫ୍ଲୁ ଏକ ଭୁତାଣୁ ଜନିତ ରୋଗ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳରେ କୌଣସି ଚିକେନ ସେଣ୍ଟର ଖୋଲାଯିବ ନାହିଁ। ସଂପୃକ୍ତ ଅଞ୍ଚଳର ଲୋକଙ୍କୁ ଚିକେନ ନ ଖାଇବା ପାଇଁ ପରାମର୍ଶ ଦିଆଯାଇଛି। କୁକୁଡ଼ା ଫାର୍ମ ଗୁଡିକୁ ସାନିଟାଇଜ କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ଶରତ କୁମାର ବେହରା ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bird flu has raised | Argus News