Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀ, ଖୋର୍ଦ୍ଧା ପରେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଆଶଙ୍କା 

Manini Pattanayak
Browse all articles by Manini Pattanayak
·1 year ago
ପୁରୀ, ଖୋର୍ଦ୍ଧା ପରେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଆଶଙ୍କା 

କେନ୍ଦ୍ରାପଡା :  ପୁରୀ, ଖୋର୍ଦ୍ଧା ପରେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଆଶଙ୍କା । ଡେରାବିଶ ବ୍ଲକ ନରସିଂହପୁର ଗାଁରେ ବାର୍ଡ ଫ୍ଲୁ ଆତଙ୍କ । ବାଇକିଆରାସ୍ତା କଡ ଶ୍ମଶାନରୁ ୬ ବସ୍ତା ମୃତ କୁକୁଡା ଠାବ ହୋଇଛି । ମୃତ କୁକୁଡା ଗୁଡିକ ପାଖ ତିଲଙ୍ଗ ଗାଁରେ ଥିବା କିଛି କୁକୁଡା ଫାର୍ମର ବୋଲି ସନ୍ଦେହ କରାଯାଉଛି । 

ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗର ଏକ ସ୍ଵତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । କୁକୁଡାଙ୍କଠାରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବୋଲି ଜିଲ୍ଲା ଅତିରିକ୍ତ ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର ମୃତ୍ୟଞ୍ଜୟ ମହାନ୍ତି ସୂଚନା ଦେଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bird flu threat in Kendrapara after Puri, Khurda | Argus News