Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚଢ଼ିଗଲା ଶାଳିଆ ପତନୀ, ଏହା ଶୁଭ ନା ଅଶୁଭ ସଙ୍କେତ?

Odisha

Wild Cat Climbs Nilachakra / ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚଢ଼ିଗଲା ଶାଳିଆ ପତନୀ, ଏହା ଶୁଭ ନା ଅଶୁଭ ସଙ୍କେତ?

Bikash Mohanty
Browse all articles by Bikash Mohanty
·11 hours ago·2 min read
ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚଢ଼ିଗଲା ଶାଳିଆ ପତନୀ, ଏହା ଶୁଭ ନା ଅଶୁଭ ସଙ୍କେତ?
Srimandir

Key Points

ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚଢ଼ିଗଲା ଶାଳିଆ ପତନୀ
ଏକାଦଶୀ ମହାଦୀପ ଉଠିବା ବେଳେ ଏହା ଦେଖିବାକୁ ମିଳିଥିଲା 
ଏହି ଘଟଣା ଶୁଭ ନା ଆଶୁଭ ସଙ୍କେତ ତାହା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି 
ପୁରୀ,୧୩/୦୬: ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚଢ଼ିଗଲା ଶାଳିଆ ପତନୀ । ଗୁରୁବାର ରାତିରେ ଏକାଦଶୀ ମହାଦୀପ ଉଠିବା ବେଳେ ଏହି ଅଘଟଣ ଦେଖିବାକୁ ମିଳିଥିଲା। ଚୁନେରା ସେବାୟତମାନେ ଶ୍ରୀମନ୍ଦିର ଶିଖରକୁ ଦୀପ ନେଇ ଯାଇଥିଲେ । ଏହି ସମୟରେ ଅଁଳା ବେଢ଼ାରେ ବୁଲୁଥିବା ଶାଳିଆପତନୀ ନୀଳଚକ୍ରରେ ଚଢ଼ିଥିବା ସେବାୟତଙ୍କ ଉପରେ ଚଢ଼ି ଯାଇଥିଲା । ସେବାୟତ ଜଣକ ନୀଳଚକ୍ରରୁ ଓହ୍ଲାଇ ଆସିଥିଲେ । ପରେ ଏହି ରାତ୍ରିଚର ପ୍ରାଣୀକୁ ଅଁଳା ବେଢ଼ା ଉପରେ ଥିବା ଅନ୍ୟ ଚୁନେରା ସେବାୟତ ଧରି ନେଇ ତଳକୁ ଛାଡ଼ିଥିଲେ । ଏହି ଘଟଣା ଶୁଭ ନା ଆଶୁଭ ସଙ୍କେତ ତାହା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

ପୁର୍ବରୁ ମଧ୍ୟ ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ପୁଣି ଏକ ବିରଳ ତଥା ରହସ୍ୟମୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିରର ସବୁଠାରୁ ଉଚ୍ଚତମ ସ୍ଥାନ ନୀଳଚକ୍ର ଏବଂ ସେଠାରେ ଉଡୁଥିବା ପତିତପାବନ ବାନା ଉପରେ ଏକ ଚିଲ ବସିଥିବା ଦେଖାଯାଇଥିଲା।ସାଧାରଣତଃ ଶ୍ରୀମନ୍ଦିର ଉପର ଦେଇ କୌଣସି ପକ୍ଷୀ ଉଡନ୍ତି ନାହିଁ ବୋଲି ଏକ ଦୃଢ଼ ବିଶ୍ୱାସ ରହିଥିବା ବେଳେ, ଚିଲଟି ବହୁ ସମୟ ଧରି ବାନା ଉପରେ ବସି ରହିବା ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ପଢନ୍ତୁ ଏହି ଖବର:  ଚଳଚଞ୍ଚଳ ରଥଖଳା, ୨୦୩ ନିର୍ମାଣ ସେବକଙ୍କ ଉପସ୍ଥିତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୫ ତାରିଖ ସନ୍ଧ୍ୟା ସମୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ଚିଲଟି ପ୍ରଥମେ ନୀଳଚକ୍ର ଚାରିପଟେ କିଛି ସମୟ ଘେରାଉ କରିବା ପରେ ପତିତପାବନ ବାନା ଅଗ୍ରଭାଗରେ ସ୍ଥିର ହୋଇ ବସିଥିଲା। ଏହି ଅଲୌକିକ ଦୃଶ୍ୟକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଅନେକ ଏହାକୁ ନିଜ ମୋବାଇଲ୍‌ କ୍ୟାମେରାରେ କଏଦ ମଧ୍ୟ କରିଛନ୍ତି।
   
ଶୁଭ ସଙ୍କେତ ନେଇ କେତେକ ଭକ୍ତ ଏହାକୁ ମହାପ୍ରଭୁଙ୍କ ଗରୁଡ଼ ବାହାନଙ୍କ ଆଗମନ ବୋଲି ମାନୁଛନ୍ତି। ସେମାନଙ୍କ ମତରେ ଏହା ଏକ ଶୁଭ ସଙ୍କେତ ଏବଂ ମହାପ୍ରଭୁ ନିଜ ଭକ୍ତଙ୍କୁ ରକ୍ଷା କରିବା ପାଇଁ ଏପରି ସଙ୍କେତ ଦେଉଛନ୍ତି।
ଅନ୍ୟପଟେ, ପୁରାଣ ଓ 'ମାଳିକା' ବଚନ ଅନୁସାରେ ଶ୍ରୀମନ୍ଦିର ବାନା ଉପରେ ଚିଲ ବସିବାକୁ କେହି କେହି ଅଶୁଭ ବୋଲି ମଧ୍ୟ କହୁଛନ୍ତି। ଏହା ପ୍ରାକୃତିକ ବିପର୍ଯ୍ୟୟ ବା ଦେଶ ଉପରେ କୌଣସି ସଙ୍କଟର ଆଭାସ ବୋଲି ଚର୍ଚ୍ଚା ହେଉଛି।
ତେବେ ଏହା କୌଣସି ପକ୍ଷୀର ସାଧାରଣ ଆଚରଣ ନା ଏହା ପଛରେ କିଛି ଦୈବୀ ଶକ୍ତି ରହିଛି, ତାହାକୁ ନେଇ ବିତର୍କ ଜାରି ରହିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନଥିଲେ ମଧ୍ୟ ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହୋଇଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored