Videos
|
Odisha

ଚିଲିକାରେ ପକ୍ଷୀ ସୁରକ୍ଷା ଢିଲା , ବଢୁଛି ପକ୍ଷୀ ଶିକାର

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଚିଲିକାରେ ପକ୍ଷୀ ସୁରକ୍ଷା ଢିଲା , ବଢୁଛି ପକ୍ଷୀ ଶିକାର

ଅର୍ଗସ ବ୍ୟୁରୋ:  ଚିଲିକାର ଶୋଭାବର୍ଦ୍ଧନ କରୁଥିବା ବିଦେଶୀ ପକ୍ଷୀଙ୍କ ସୁରକ୍ଷାରେ ହୋଇଛି ଢିଲା , ତେଣୁ ଦିନକୁ ଦିନ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଶିକାର ଦିନକୁ ଦିନ ବଢିବାରେ ଲାଗିଛି । ବନ୍ୟପ୍ରାଣୀ ବିଭାଗ ପକ୍ଷୀଙ୍କ ସୁରକ୍ଷା ଦେବା ଏବଂ ପକ୍ଷୀ ଶିକାରରେ  କିପରି ରୋକ୍ ଲଗାଯାଇ ପାରିବ ଏବଂ ଜନ ସଚେତନତା ସୃଷ୍ଟି କରିବା ପରିବର୍ତ୍ତେ ଚିଲିକାରେ ଶିକାରୀ ପକ୍ଷୀ ଶିକାର କରିବା ପରେ ସେମାନଙ୍କୁ ଧରପଗଡ଼ କରି ବାହାଦୁରୀ ଦେଖାଉଛନ୍ତି ଚିଲିକା ବନ୍ୟପ୍ରାଣୀ ଡିଭିଜନର ପକ୍ଷୀ ସୁରକ୍ଷା ବାହିନୀ । ଗୋଟିଏ ମାସ ନ-ପୁରୁଣୁ ବସ୍ତା-ବସ୍ତା ମୃତ ବିଦେଶୀ ପକ୍ଷୀ ଙ୍କୁ ଜବତ କରିଛି ବନ୍ୟପ୍ରାଣୀ ବିଭାଗ ଏବଂ ଆଜି ମଧ୍ୟ 4 ଟି ମୃତ ବିଦେଶୀ ପକ୍ଷୀ ଜବତ କରିଛି ବନ୍ୟପ୍ରାଣୀ ବିଭାଗ । ଚିଲିକାରେ ବିଦେଶୀ ପକ୍ଷୀଙ୍କ ସୁରକ୍ଷା କଥା ଚିନ୍ତା ନ-କରି ଚିଲିକାରେ ପକ୍ଷୀ ଶିକାର ପରେ ଶିକାରୀଙ୍କୁ ଧରପଗଡ଼ କରିବା ଓ ମୃତ ପକ୍ଷୀ ଜବତ କରି ନିଜର ବାହାଦୁରୀ ଦେଖାଇବାରେ ବ୍ୟସ୍ତ ହେଉଛନ୍ତି ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନର କର୍ମଚାରୀ ।

ଅନ୍ୟପଟେ ପକ୍ଷୀ ଶିକାରୀମାନେ  ଚିଲିକାରେ ବିଷ ପ୍ରୟୋଗ କରି ପକ୍ଷୀ ଶିକାର କରୁଛନ୍ତି ଏବଂ ସେହି ବିଦେଶୀ ପକ୍ଷୀଙ୍କୁ ବିକ୍ରୀ ଉଦେଶ୍ୟରେ ବିଭିନ୍ନ ସ୍ଥାନକୁ ସପ୍ଲାଇ କରାଯାଉଛି ବୋଲି ନିଜେ ଚିଲିକା ବନ୍ୟପ୍ରାଣୀ ଡିଭିଜନ ବାଲୁଗାଁ ମୂଖ୍ୟ ଅମ୍ଲାନ କୁମାର ନାୟକ ସୂଚନା ଦେଇଛନ୍ତି । ଆଜି ଜଣେ ବ୍ୟକ୍ତି ଙ୍କୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଏବଂ ତାଙ୍କର ଠାରୁ 4 ଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହିତ ଗୋଟିଏ ବାଇକ ଜବତ କରିଛି । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଟାଙ୍ଗୀ ନିକଟସ୍ଥ ଉଜଳା-ଗୋପୀନାଥପୁର ଗ୍ରାମର ମନୋଜ ପରିଡ଼ା । ଅନ୍ୟପଟେ ଚିଲିକାରେ ମୃତ ପକ୍ଷୀ ପଡିଥିବା ବେଳେ ସେସବୁକୁ ସେ ସଂଗ୍ରହ କରି ଆଣୁଥିଲେ ବୋଲି ଗିରଫ ମନୋଜ ପରିଡ଼ା କହିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Birds are protected in Chilika, bird hunting is increasing | Argus News