Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଅଙ୍ଗଦାନ କରି  ଦୁଇ ଜଣଙ୍କ ଜୀବନ ବଞ୍ଚାଇଲେ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ  

Manini Pattanayak
Browse all articles by Manini Pattanayak
·1 year ago·1 min read
 ଅଙ୍ଗଦାନ କରି  ଦୁଇ ଜଣଙ୍କ ଜୀବନ ବଞ୍ଚାଇଲେ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ  

ଜଗତସିଂହପୁର: ମୃତ୍ୟୁ ପରେ ନିଜର ଅଙ୍ଗଦାନ କଲେ ବରିଷ୍ଠ ସମାଜ ସେବୀ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେଢ଼ୁଆ ଗ୍ରାମର ବରିଷ୍ଠ ସମାଜ ସେବୀ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ ଙ୍କ ମୃତ୍ୟୁ ପରେ ସପରିବାର ନିଷ୍ପତି କ୍ରମେ ତାଙ୍କର ଦୁଇଟି କୀଡନୀ କୁ ଦୁଇଜଣ ଙ୍କୁ ଦାନ କରାଯାଇଥିଲା। ଗୋଟିଏ ଏସିବି ଏବଂ ଏମ୍ସ ରେ ଥିବା ଜଣେ ମହିଳା ଏବଂ ଜଣେ ପୁରୁଷଙ୍କ ଦେହରେ ସଫଳତା ସହ ପ୍ରତିରୋପଣ କରାଯାଇଛି। ମୃତ୍ୟୁ ପରେ ନିଜର ଅଙ୍ଗଦାନ କରିଥିବାରୁ ସମସ୍ତ ପରିବାରକୁ ସାରା ଓଡିଶାର ଜନସାଧାରଣ ଧନ୍ୟବାଦ ଜଣାଇବା ସହ  ମୃତ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ ଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।  

ସୂଚନାମୁତାମକ, ଏକ ଭୋଜିଖାଇ  ରଘୁନାଥପୁର ଓଡାପଡା ପାଖରେ ଘରକୁ ଫେରୁଥିବା ବେଳେ ଏକ କାର ଦୁର୍ଘଟଣା ର ଶିକାର ହୋଇଥିଲେ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ। ପରିବାର ପକ୍ଷରୁ  କଟକ ଏସିବି ରେ ଭର୍ତି କରାଯାଇଥିଲା। ଡାକ୍ତଙ୍କ ଅନେକ ଚେଷ୍ଟା ପରେ  ବୀରେନ୍ଦ୍ର ଙ୍କ ବ୍ରେନ ଡେଡ ହୋଇଯାଇଥିଲା। ତେବେ ଏସିବି ର ବରିଷ୍ଠ ଅଧିକାରୀ ଏବଂ ପରିବାର ର ସମସ୍ତ ସଦସ୍ୟ  ମୃତୁ ପୂର୍ବରୁ ବୀରେନ୍ଦ୍ର ଙ୍କ ଅଙ୍ଗଦାନ କରିବା ପାଇଁ ନିଷ୍ପତି ହୋଇଥିଲା।  ତେବେ ତାଙ୍କର ମୃତୁରେ ରଘୁନାଥପୁର ବ୍ଲକ ରେ ଶୋକର ଛାୟା ଖେଳିଯାଇଛି।

ଅଧିକ ପଢନ୍ତୁ ଓଡିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Birendra Prasad saved two lives by donating organs | Argus News