Bishnu Sethi Tribute / ବିଷ୍ଣୁ ସେଠୀଙ୍କୁ ମନେ ପକାଇଲେ ଧର୍ମେନ୍ଦ୍ର, କହିଲେ—‘ସେ ଜଣେ ବ୍ୟକ୍ତି ନୁହନ୍ତି, ଏକ ଅନୁଷ୍ଠାନ’
·1 hour ago·2 min read

Key Points
ବିଷ୍ଣୁ ସେଠୀଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ
ଧର୍ମେନ୍ଦ୍ର କହିଲେ ଜନସେବାର କଥା
ବିଷ୍ଣୁ ସେଠୀଙ୍କ ଆଦର୍ଶ ଆଗାମୀ ପିଢ଼ି ପାଇଁ ପ୍ରେରଣା ହେଉ: ଧର୍ମେନ୍ଦ୍ର ପ୍ରଧାନ
ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ ବିଷ୍ଣୁ ସେଠୀଙ୍କୁ ସ୍ମରଣ କରିଥିଲେ । ଏହି ଅବସରରେ ‘ଘାସ ଫୁଲ’ ୱେବସାଇଟ, ‘ବିଷ୍ଣୁ ବୈଭବ’ ଏବଂ ଏକ କଫି ଟେବୁଲ ପୁସ୍ତକ ଉନ୍ମୋଚନ କରାଯାଇଥିଲା ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ''ବିଷ୍ଣୁ ସେଠୀ ଜଣେ ବ୍ୟକ୍ତି ନୁହଁନ୍ତି ସେ ଏକ ବିଚାର ଓ ଏକ ଅନୁଷ୍ଠାନ । ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ୨୦୦୦ ମସିହାରେ ବିଧାନସଭାକୁ ବିଷ୍ଣୁ ଭାଇଙ୍କ ସହ ଏକାଠି ଯାଇଥିଲୁ । ଏକାଠି ବସୁଥିଲୁ । ଏକା କମିଟିରେ ଥିଲୁ ।'' ବିଷ୍ଣୁ ସେଠୀ ଖାରବେଳ ସ୍ୱାଇଁଙ୍କ ପ୍ରେସରେ କାମ କରୁଥିବା ଏବଂ ପରେ ମନମୋହନ ସାମଲଙ୍କ ମାଧ୍ୟମରେ ଦଳରେ ସାମିଲ ହୋଇଥିବା କଥା ସେ ଉଲ୍ଲେଖ କରିଥିଲେ ।
ରାମ ଜନ୍ମଭୂମି ଆନ୍ଦୋଳନ ପରେ ବିଷ୍ଣୁ ସେଠୀ ଏକ ପରିଚିତ ଚେହେରା ହୋଇଥିଲେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ତାଙ୍କ ଅନୁସାରେ, ବିଷ୍ଣୁ ସେଠୀ ସବୁବେଳେ ଗରିବ ଓ ବଞ୍ଚିତ ଲୋକଙ୍କ ପାଇଁ କାମ କରୁଥିଲେ । ଜନସେବା ଓ ରାଜନୀତିରେ ସେ ଏକ ଦୀର୍ଘ ମୂଲ୍ୟବୋଧର ରେଖା ଟାଣି ଯାଇଛନ୍ତି । ବିଷ୍ଣୁ ସେଠୀ ଭଦ୍ରକର ବିଭିନ୍ନ ସାମାଜିକ ସଂଗଠନ ସହ ଜଡ଼ିତ ଥିଲେ ଏବଂ ସାଧାରଣ ଲୋକଙ୍କ ସମସ୍ୟାକୁ ନିର୍ଭୀକ ଭାବରେ ଉଠାଉଥିଲେ। ତାଙ୍କ ଆଦର୍ଶ ଆଗାମୀ ପିଢ଼ି ପାଇଁ ପ୍ରେରଣା ହେଉ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ସେହିପରି ସେ ଆହୁରି କହିଛନ୍ତି, ବିଷ୍ଣୁ ଭାଇ ଅସୁସ୍ଥ ଥିବା ବେଳେ ସମୀର ଭାଇ ମୋତେ କହିଲେ ସେ ମେଡିକାଲ ଯିବାକୁ ରାଜି ହେଉନାହାନ୍ତି । ମୁଁ ତାଙ୍କୁ ବାଧ୍ୟ କାଲି ସେ କହିଲେ ବନ୍ୟା ହେଇଛି ରିଲିଫ ପଠା, ମୁଁ ପରେ ମେଡିକାଲ ଯିବି ।
‘ଘାସ ଫୁଲ’ ସହ ନିଜର ମଧ୍ୟ କିଛି ସମ୍ପର୍କ ଥିବା କଥା କହି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହା ବିଷ୍ଣୁ ସେଠୀଙ୍କ ବିଚାରଧାରାର ଏକ ମଞ୍ଚ ହେଉ । ସମାଜର ଦୁଃଖ, କଷ୍ଟ ଓ ସମସ୍ୟା ସାହିତ୍ୟ ମାଧ୍ୟମରେ ଲୋକଙ୍କ ସାମ୍ନାକୁ ଆସିବା ହିଁ ବିଷ୍ଣୁ ସେଠୀଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ । ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ମଧ୍ୟ ତାଙ୍କ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗକୁ ବଢ଼ନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରଧାନ ଆଶା ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ଦୁଇଟି ସାମାଜିକ ଅନୁରୋଧ ରଖିଥିଲେ । ଅଙ୍ଗନୱାଡିଠାରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ପ୍ରତି ସମାଜ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ କହିଥିଲେ । ବିଷ୍ଣୁ ସେଠୀଙ୍କ ସ୍ମୃତିରେ ନିଜ ଅଞ୍ଚଳର ଅଙ୍ଗନୱାଡି ଓ ପ୍ରାଥମିକ ସ୍କୁଲର ପିଲାମାନଙ୍କୁ ବର୍ଷକୁ ଅନ୍ତତଃ ଥରେ ଫଳ ବଣ୍ଟନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।
ଏଥିସହ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ ସଂଗ୍ରହ କରି ନଷ୍ଟ କରିବା ଦିଗରେ ସମାଜକୁ ସକ୍ରିୟ ଭାବେ ଯୋଗଦେବାକୁ ମଧ୍ୟ ସେ ଆହ୍ୱାନ ଦେଇଥିଲେ । ସରକାରୀ ବ୍ୟବସ୍ଥା ସହ ସାଧାରଣ ଲୋକଙ୍କ ସହଯୋଗ ରହିଲେ ଏହି କାମ ଅଧିକ ପ୍ରଭାବଶାଳୀ ହେବ ବୋଲି ସେ କହିଥିଲେ ।

ଭଦ୍ରକ ତିହିଡ଼ି ଠାରେ ଧାମନଗରର ପୂର୍ବତନ ବିଧାୟକ, ଓଡ଼ିଶା ବିଧାନସଭାର ପୂର୍ବତନ ବିରୋଧୀ ଦଳର ଉପନେତା, ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ 'ବିଷ୍ଣୁ ବିଭବ' ଓ 'ଘାସଫୁଲ'ର ବିଶେଷ ପତ୍ରିକା ତଥା ସଂସ୍କରଣ ସହ 'ଘାସଫୁଲ' ନାମରେ ଏକ ୱେବସାଇଟ୍ ଲୋକାର୍ପଣ କରିବାର… pic.twitter.com/5sfrsAjPdj
— Dharmendra Pradhan (@dpradhanbjp) September 19, 2026
ସେହିପରି ସେ ଆହୁରି କହିଛନ୍ତି, ବିଷ୍ଣୁ ଭାଇ ଅସୁସ୍ଥ ଥିବା ବେଳେ ସମୀର ଭାଇ ମୋତେ କହିଲେ ସେ ମେଡିକାଲ ଯିବାକୁ ରାଜି ହେଉନାହାନ୍ତି । ମୁଁ ତାଙ୍କୁ ବାଧ୍ୟ କାଲି ସେ କହିଲେ ବନ୍ୟା ହେଇଛି ରିଲିଫ ପଠା, ମୁଁ ପରେ ମେଡିକାଲ ଯିବି ।
‘ଘାସ ଫୁଲ’ ସହ ନିଜର ମଧ୍ୟ କିଛି ସମ୍ପର୍କ ଥିବା କଥା କହି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହା ବିଷ୍ଣୁ ସେଠୀଙ୍କ ବିଚାରଧାରାର ଏକ ମଞ୍ଚ ହେଉ । ସମାଜର ଦୁଃଖ, କଷ୍ଟ ଓ ସମସ୍ୟା ସାହିତ୍ୟ ମାଧ୍ୟମରେ ଲୋକଙ୍କ ସାମ୍ନାକୁ ଆସିବା ହିଁ ବିଷ୍ଣୁ ସେଠୀଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ । ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ମଧ୍ୟ ତାଙ୍କ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗକୁ ବଢ଼ନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରଧାନ ଆଶା ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ଦୁଇଟି ସାମାଜିକ ଅନୁରୋଧ ରଖିଥିଲେ । ଅଙ୍ଗନୱାଡିଠାରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ପ୍ରତି ସମାଜ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ କହିଥିଲେ । ବିଷ୍ଣୁ ସେଠୀଙ୍କ ସ୍ମୃତିରେ ନିଜ ଅଞ୍ଚଳର ଅଙ୍ଗନୱାଡି ଓ ପ୍ରାଥମିକ ସ୍କୁଲର ପିଲାମାନଙ୍କୁ ବର୍ଷକୁ ଅନ୍ତତଃ ଥରେ ଫଳ ବଣ୍ଟନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।
ଏଥିସହ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ ସଂଗ୍ରହ କରି ନଷ୍ଟ କରିବା ଦିଗରେ ସମାଜକୁ ସକ୍ରିୟ ଭାବେ ଯୋଗଦେବାକୁ ମଧ୍ୟ ସେ ଆହ୍ୱାନ ଦେଇଥିଲେ । ସରକାରୀ ବ୍ୟବସ୍ଥା ସହ ସାଧାରଣ ଲୋକଙ୍କ ସହଯୋଗ ରହିଲେ ଏହି କାମ ଅଧିକ ପ୍ରଭାବଶାଳୀ ହେବ ବୋଲି ସେ କହିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories