Videos
|
Odisha

ଛିଡୁଛି ବିଜେଡି ବଢୁଛି ବିଜେପି

Jitendra Dash
Browse all articles by Jitendra Dash
·2 years ago·2 min read
ଛିଡୁଛି  ବିଜେଡି ବଢୁଛି ବିଜେପି

କାମ କରୁନି ନବୀନଙ୍କ ଟ୍ରଷ୍ଟ
ବିଜେଡି ଛିଡୁଛି ବଢୁଛି ବିଜେପି 
ପ୍ରତିଦିନ ବିଜେପିରେ ଚାଲିଛି ମିଶ୍ରଣ ପର୍ବ
 

ଅର୍ଗସ ବ୍ୟୁରୋ : ୨୪ ନିର୍ବାଚନ ପୂର୍ବରୁ ଚାଲିଛି ଦଳ ଡିଆଁ ପ୍ରତିଯୋଗିତା । ପ୍ରତିଦିନ ବିଜେପିରେ ଚାଲିଛି ମିଶ୍ରଣ ପର୍ବ । ବିଜେଡି ଓ କଂଗ୍ରେସ ଛାଡ଼ି ପଦ୍ମ ହାତ ଧରୁଛନ୍ତି ନେତା ଓ କର୍ମୀ । ଏଯାଏଁ ୨ ସାଂସଦ, ୪ ବିଧାୟକ ଆଉ ୭ରୁ ଅଧିକ ପୂର୍ବତନ ବିଧାୟକ ବିଜେଡିକୁ ବାୟ ବାୟ କରି ସାରିଲେଣି । ଆଉ ପ୍ରାୟ ସମସ୍ତେ ଏବେ ପଦ୍ମ କ୍ୟାମ୍ପରେ । କାରଣ ଏଥର ବିଜେଡି ଯେତେ ଚେଷ୍ଟା କଲେ ବି ଅସନ୍ତୁଷ୍ଟ ସନ୍ତୁଷ୍ଟ କରିବାରେ ଫେଲ ମାରିଛି । ଆଉ ମ୍ୟାନେଜ୍ ମୁଡ୍‌ରେ ନାହାନ୍ତି ତାଙ୍କ ନେତା ଓ କର୍ମୀ ।

ସେହିପରି ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଜଟଣୀ ନେତା ସନ୍ତୋଷ ଜେନା । ଉଭୟ ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି । ଅନ୍ୟପଟେ ଗତ କାଲି ବିଜେଡିକୁ ବାଏ ବାଏ କରିଛନ୍ତି ଓଲିଉଡ୍‌ର ଜଣାଶୁଣା ଚେହେରା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ । ସେହିପରି ଗତ କାଲି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି, ପୂର୍ବତନ ବିଧାୟକ ଆକାଶ ଦାସନାୟକ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିକଟରେ ବିଜେପିରେ ସାମିଲ ହୋଇଥିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ, ଆଉ ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର । ସେହିପରି, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଅରିନ୍ଦମ ରାୟ, ପ୍ରଶାନ୍ତ ଜଗଦେବ, ଅରବିନ୍ଦ ଢାଲି, ପ୍ରେମାନନ୍ଦ ନାୟକ ବି ବିଜେଡି ଛାଡି ବିଜେପିରେ ମିଶିଛନ୍ତି । 

ନିର୍ବାଚନ ବେଳେ ଦଳ ବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା । ହେଲେ ୨୪ ନିର୍ବାଚନ ପୂର୍ବରୁ ଯେଉଁ ମାତ୍ରାରେ ବିଜେଡିକୁ ବାଏ ବାଏ କରୁଛନ୍ତି । ଯାହା ପାଇଁ ଟେନସନରେ ଏବେ ବିଜେଡ଼ି । ଏବେ ସୁଦ୍ଧା ବିଜେଡି ୭୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ, ବାକି ଥିବା ୭୫ ଆସନ ଘୋଷଣା ପରେ ଆହୁରି ବିଦ୍ରୋହ ଦେଖା ଦେଇପାରେ ବୋଲି କୁହାଯାଉଛି ।
 

BJD’s poster boys head for other parties | Argus News