Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ନିର୍ବାଚନ ଆଚରଣ ବିଧି ଉଲଘଂନ କଲା ବିଜେଡ଼ି

Jitendra Dash
Browse all articles by Jitendra Dash
·2 years ago·2 min read
ପୁଣି ନିର୍ବାଚନ ଆଚରଣ ବିଧି ଉଲଘଂନ କଲା ବିଜେଡ଼ି

ନିୟମ ମାନୁନାହାନ୍ତି ବିଜେଡ଼ି ନେତା
ପୁଣି ନିର୍ବାଚନ ଆଚରଣ ବିଧି ଉଲଘଂନ କଲା ବିଜେଡ଼ି 
 

ଅର୍ଗସ ବ୍ୟୁରୋ : ସରକାରୀ ନିୟମ ମାନିବାକୁ ନାରାଜ ବିଜେଡି ନେତା । ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗିବା ପରେ ବି ମନଇଚ୍ଛା କାମ କରୁଛନ୍ତି ଶାସକ ଦଳିଆ ନେତା । ଯାହାର ଚିତ୍ର ସାମ୍ନାକୁ ଆସିଛି ପୁରୀରୁ । ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବସିଥିଲା ବୈଠକ । ଶାସକ ଦଳ ବିଜେଡି ଏପରି ଭାବେ ବେଆଇନ କାମ କରୁଥିବା ଅଭିଯୋଗ ଆଣିଛି ବିଜେପି । 

ଅଭିଯୋଗ ଆଧାରରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ତେବେ ପୁରୀ ଜିଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହେଇଛି ଯେ, ପୁରୀ ଏସସିଏସ୍ କଲେଜ ପାଖରେ ଥିବା ରାଜ୍ୟ ସରକାରଙ୍କ ମିଶନଶକ୍ତି ଗୃହରେ ଗତକାଲି ରାତିରେ ବିଜେଡିର ଏକ ଦଳୀୟ ବୈଠକ ଅନୁଷ୍ଠିତ ହେଉଥିଲା । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେଉଁ ବୈଠକ ପୁରୀ ନଗର ବିଜେଡ଼ି ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ନେତୃତ୍ଵରେ ହେଉଥିଲା । ଏହି ବୈଠକରେ ପୁରୀ ପୌରପାଳିକାର କେତେକ ପୂର୍ବତନ କାଉନସିଲର, ବିଜେଡି ମହିଳା ନେତ୍ରୀ ଯୋଗ ଦେଇଥିଲେ । ଆଗାମୀ ନିର୍ବାଚନ କିଭଳି ପରିଚାଳନା ହେବ, କିଭଳି ଅର୍ଥ ଦେଇ ଭୋଟରଙ୍କୁ ପ୍ରଲୋଭିତ କରିହେବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଥିଲା । ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ଖବର ପାଇ ସେଠାର ପହଞ୍ଚି ପ୍ରତିବାଦ କରିଥିଲେ । ଏହା ଦେଖି ବିଜେଡି କର୍ମୀ ଓ ନେତା ପଳାଇଥିଲେ । ପରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଆସି ତଦନ୍ତ କରିଥିଲେ । 

ତେବେ ବିଜେଡ଼ିର ନେତା ସ୍କ୍ୱାର୍ଡ ଅଫିସରଙ୍କୁ ପାଟିତୁଣ୍ଡ କରି ଧମକାଇଥିଲେ । କିନ୍ତୁ ସ୍କ୍ୱାର୍ଡ ଅଧିକାରି ବିଜେଡ଼ି କର୍ମୀଙ୍କ ନାଲି ଆଖିରେ ଭୟଭୀତ ହୋଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ବିଜେପି ଅଭିଯୋଗ କରିଛି । ସେପଟେ ବିଜେପିର ଏହି ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି । ମିଶନଶକ୍ତି ଗୃହରେ କୌଣସି ବୈଠକ ହେଉନଥିଲା ବୋଲି ବିଜେଡି ନଗର ସଭାପତି କହିଛନ୍ତି । ତେବେ ଗତ ଦୁଇଦିନ ତଳେ ଏକ କଲ୍ୟାଣମଣ୍ଡପରେ ବିଜେଡି ବ୍ରହ୍ମଗିରି ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ପ୍ରରୋଚନାରେ ସିଆରପି ଏବଂ ଏମବିକେ ମାନଙ୍କୁ ଡକାଯାଇ ଏକ ବୈଠକ କରି ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ ହୋଇଥିଲା । 
 

Sponsored
BJD also violated the election code of conduct | Argus News