Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଧାନସଭାରେ ସୈତାନର ଅସ୍ମିତା ଉପାଖ୍ୟାନ 

Odisha

ବିଧାନସଭାରେ ସୈତାନର ଅସ୍ମିତା ଉପାଖ୍ୟାନ 

Manini Pattanayak
Browse all articles by Manini Pattanayak
·1 year ago·2 min read
ବିଧାନସଭାରେ ସୈତାନର ଅସ୍ମିତା ଉପାଖ୍ୟାନ 

ଭୁବନେଶ୍ୱର: ବିଧାନସଭାରେ ଓଡ଼ିଆ ଅସ୍ମିତାର ଦ୍ବାହି ଦେଇ ବାଚସ୍ପତିଙ୍କୁ ଅସମ୍ମାନ। ଗୃହ ମଧ୍ୟ ଭାଗରେ ବିଜେଡ଼ି ଓ କଂଗ୍ରେସ ବିଧାୟକଙ୍କ ହଙ୍ଗାମା। .ବାଚସ୍ପତିଙ୍କ ମାଇକ ଭାଙ୍ଗି ବିଜେଡ଼ି ବିଧାୟକ ଟପିଲେ ଔଧତ୍ବର ସୀମା। ରାଜ୍ୟପାଳଙ୍କ ଭାଷଣ ବେଳେ ବାଧା ନବୀନଙ୍କୁ ପଡ଼ିବ ମହଙ୍ଗା। ବିରୋଧୀ ଦଳ ନେତାଙ୍କ ଗିରଫ ଦାବି କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ 
ଯେଉଁ ବିଜେଡି ଶାସନରେ ପଦଦଳିତ ହୋଇଥିଲା ଓଡ଼ିଆ ଅସ୍ମିତା। ଏବେ ଶାସନରୁ ଯିବା ପରେ ସେହି ବିଜେଡି ବିଧାୟକ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ କରିଛନ୍ତି ହଙ୍ଗାମା।  ଓଡ଼ିଆ ଅସ୍ମିତାକୁ ଅଣଦେଖା କରିବାରୁ ରାଜ୍ୟରେ ବଦଳିଲା ସରକାର। ସେହି ଓଡ଼ିଆ ଅସ୍ମିତାର ହତ୍ୟାକାରୀ ଏବେ ଚିତ୍କାର କରୁଛନ୍ତି ଜୋରଦାର।  ବିଧାନସଭା ଗୃହରେ ଦେଖିବାକୁ ମିଳିଛି ସୈତାନର ଅସ୍ମିତା ଉପାଖ୍ୟାନ। ଯେଉଁଥିପାଇଁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ଗୃହ କାର୍ଯ୍ୟ ଚାଲିପାରିନାହିଁ।  ଗୃହ ଆରମ୍ଭରୁ ବିରୋଧୀ କରିଥିଲେ ପ୍ରବଳ ହଟ୍ଟଗୋଳ। ଫଳରେ ଧୋଇଯାଇଥିଲା ପ୍ରଶ୍ନକାଳ ଓ ଶୂନ୍ୟ କାଳ। ଏନେଇ ବିଜେଡିକୁ କାଉଣ୍ଟର ଆଟାକ୍ କରିଛି ଶାସାକ ବିଜେପି।

ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଅସହିଷ୍ଣୁ ପରିକାଷ୍ଠାରେ ପହଂଚିଛି ବିଜୁ ଜନତା ଦଳ। ଓଡ଼ିଆ ଅସ୍ମିତା କଥା କହୁଛି ହେଲେ ଗତକାଲି ବିରୋଧୀ ଦଳ ନେତା ଯେଉଁ ଭାଷାରେ ଗୃହରେ ବିବୃତି ରଖିଲେ ଗଣମାଧ୍ୟମକୁ ଯେଉଁ ଭାଷାରେ ବିବୃତି ଦେଲେ. ଏ କେଉଁ ପ୍ରକାର ଓଡ଼ିଆ ଅସ୍ମିତା। 24 ବର୍ଷ ଧରି ଜଣେ ଅଣ ଓଡ଼ିଆ ହାତରେ ରିମୋର୍ଟ ଦେଇ ବିଜେଜି ସରକାର ଚଳାଉଥିବା ଅଭିଯୋଗ କରିଛି ବିଜେପି। ଅପରାହ୍ନରେ ମଧ୍ୟ ଗୃହରେ ସମାନ ପରିସ୍ଥିତି ଜାରି ରହିଥିଲା। କଂଗ୍ରେସ ଓ ବିଜେଡି ବିଧାୟକ ଗୃହ ମଧ୍ୟ ଭାଗକୁ ଆସି କରିଥିଲେ ହଙ୍ଗାମା। ଆଉ ଏଥର ଔଧତ୍ବର ସବୁ ସୀମା ପାର କରିଥିଲା ମୁଖ୍ୟ ବିରୋଧୀ ଦଳ। ବିଜେଡି ବିଧାୟକ ଧ୍ରୁବ ସାହୁ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ି ମାଇକ୍ ଭାଙ୍ଗିଦେଇଥିଲେ। ସେହପିର ବିଜେଡି ବିଧାୟକ ଯୋଗେଶ ସିଂହ ମଧ୍ୟ ବାଚସ୍ପତିଙ୍କ ପୋଡ଼ିୟମ୍ ଉପରେ ଚଢ଼ି କରିଥିଲେ ହଙ୍ଗାମା। ଫଳରେ ଗୃହକୁ ଆସନ୍ତାକାଲି ଯାଏ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।  ସେପଟେ ରାଜ୍ୟପାଳଙ୍କ ଅଭିଭାଷଣ ବେଳ ବାଧା ସୃଷ୍ଟି କରିଥିବାରୁ ବିରୋଧୀ ଦଳ ନେତା ନୀବନ ପଟ୍ଟନାୟକଙ୍କ ଗିରଫ ଦାବି କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ - ବିରୋଧୀ।  ପ୍ରଥମ ଅଧିବେଶନର ପ୍ରଥମ ଦିନରୁ ଯେଉଁଭଳି ଆଚରଣ ପ୍ରଦର୍ଶନ କରିଛି ମୁଖ୍ୟ ବିରୋଧୀ ଦଳ ଏହା ବିଜେଡିର ଅସହିଷ୍ଣୁତାକୁ ପଦାରେ ପକାଇଦେଇଛି।  ଯେଉଁଥିପାଇଁ ରାଜ୍ୟବାସୀ ବିଜେଡିକୁ କ୍ଷମତାରୁ ବାହାର କଲେ ଏବେ ସେହି ପ୍ରସଙ୍ଗରେ ଦେଢମାସର ସରକାର ଉପରକୁ ଅଙ୍ଗୁଳି ଉଠଇ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD and Congress MLAs in the middle of the House broken mike | Argus News