BJD Asset Conspiracy Allegation / ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ ନାଁରେ ବିଜେଡି ସମ୍ପତ୍ତି ହଡ଼ପ ଅଭିଯୋଗ
·4 months ago·2 min read

Key Points
ବିଜେଡି ସମ୍ପତ୍ତି ହଡ଼ପ ଷଡ଼ଯନ୍ତ୍ର!
ବିବାଦ ଘେରରେ ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ
ଫାଉଣ୍ଡେସନର ପ୍ରେସିଡେଣ୍ଟ ଭି. କାର୍ତ୍ତିକେୟନ ପାଣ୍ଡିଆନ
ସେକ୍ରେଟାରୀ ସଂତୃପ୍ତ ମିଶ୍ର ଓ ଟ୍ରଷ୍ଟି ଅଶୋକ ପରିଜା
ସୋସିଆଲ୍ ମିଡିଆ ପୋଷ୍ଟ କରି ସାଂଘାତିକ ଅଭିଯୋଗ
ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର

ବିଜେଡି ସମ୍ପତ୍ତି ହଡ଼ପ ପାଇଁ ଦିଲ୍ଲୀରେ ସାଂଘାତିକ ଷଡ଼ଯନ୍ତ୍ର । ବିବାଦ ଘେରରେ ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନର ପ୍ରେସିଡେଣ୍ଟ ଭି. କାର୍ତ୍ତିକେୟନ ପାଣ୍ଡିଆନ, ସେକ୍ରେଟାରୀ ସଂତୃପ୍ତ ମିଶ୍ର ଓ ଟ୍ରଷ୍ଟି ଅଶୋକ ପରିଜା । ଏ ନେଇ ସୋସିଆଲ୍ ମିଡିଆ ପୋଷ୍ଟ କରି ସାଂଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ।
ବିଜେଡିର କୋଟି କୋଟି ଟଙ୍କା ହଡ଼ପ କରିବାକୁ ଉଦ୍ୟମ କରାଯାଉଥିବା ପ୍ରସଙ୍ଗ ଉଠାଇ ସୋସିଆଲ୍ ମିଡିଆରେ ଶ୍ରୀମୟୀ କରିଛନ୍ତି ଏକ ବଡ଼ ଖୁଲାସା । ଶ୍ରୀମୟୀ ଲେଖିଛନ୍ତି ଧୋକା ! ଦିଲ୍ଲୀରେ ‘ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ’ ଗଠନ କରି କୋଟି କୋଟି ଟଙ୍କାର ସମ୍ପତ୍ତିକୁ ନିଜ ମାଲିକାନାକୁ ନେବାକୁ ବଡ଼ ଷଡ଼ଯନ୍ତ୍ର କରିଛି କିଏ ? କେଉଁ କାରଣରୁ ଭଣ୍ଡ, ବସ୍ କଣ୍ଡକ୍ଟରକୁ ପ୍ରାର୍ଥୀ କରାଇଲେ, ବୁଝି ପାରୁଥିବେ ନିଶ୍ଚୟ । ସମସ୍ତଙ୍କ ଅଜାଣତରେ ଦିଲ୍ଲୀରେ ଏହି ଫାଉଣ୍ଡେସନ ଗଢ଼ି ବିଜେଡିର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ସେଠାକୁ ସ୍ଥାନାନ୍ତର କରି ମାଲିକାନାକୁ ନିଜ ପାଖରେ ରଖିବା ପାଇଁ ଗୁପ୍ତ ବ୍ଲୁ-ପ୍ରିଣ୍ଟ କିଏ ଓ କାହିଁକି କରିଛି ? ଲୋକଙ୍କ ଦଳ ବୋଲି ବାଜା ବଜଉଥିବା ଦଳ, ନିଜ ଦଳର ନେତାଙ୍କୁ ଏ ବିଷୟରେ ଜଣାଇଛି ତ ? ନେତା ଏଠି ଟେଣ୍ଟ ବାନ୍ଧିବା ପାଇଁ ପ୍ରସ୍ତୁତ ରୁହନ୍ତୁ । କାରଣ ଆଗକୁ ସେଇମାନେ ନଚେଇବେ, ଯେଉଁମାନଙ୍କ ପାଖରେ ପାଣ୍ଠି ରହିବ । ଆଉ ଆପଣ ମାନେ ପୁଣି Sir Sir ହେଇ ରହିଯିବେ।
ଶ୍ରୀମୟୀ ସୋସିଆଲ୍ ମିଡିଆରେ ଯେଉଁ ଦସ୍ତାବିଜ୍ ସେୟାର କରିଛନ୍ତି ସେଥିରେ ‘ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ’ର ପ୍ରେସିଡେଣ୍ଟ ହେଉଛନ୍ତି ଭି. କାର୍ତ୍ତିକେୟନ ପାଣ୍ଡିଆନ । ସଂତୃପ୍ତ ମିଶ୍ର ସେକ୍ରେଟାରୀ ଏବଂ ଅଶୋକ କୁମାର ପରିଜା ହେଉଛନ୍ତି ଟ୍ରଷ୍ଟି ।
ବିଜେଡିର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ଆଜକୁ ଠିକ୍ ୧୫ଦିନ ପୂର୍ବରୁ ପ୍ରଥମଥର ପାଇଁ ଦଳୀୟ ପାଣ୍ଠି ହଡ଼ପର ଅଭିଯୋଗ ଆଣିଥିଲେ। ସେଥିପାଇଁ କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଦିଲ୍ଲୀରେ ଆକାଉଣ୍ଟ ଖୋଲାଯାଇ ଏହି ପାଣ୍ଠି ହଡ଼ପ କରାଯାଇଥିବା ଓ ସେଥିରେ ସନ୍ତୃପ୍ତ ମିଶ୍ରଙ୍କ ସମ୍ପୃକ୍ତିଥିବାର ସାଂଘାତିକ ଅଭିଯୋଗ ଆଣିଥିଲେ ପ୍ରଭାତ।
ସେ ଆଜି ପୁଣିଥରେ ସେହି କଥାକୁ ଦୋହରାଇ କହିଛନ୍ତି ଯେ, ଦଳର ପ୍ରାୟ ୪ହଜର କୋଟି ଟଙ୍କାର ପାଣ୍ଠି କୁଆଡ଼େ ଗଲା, କିଏ ସେହି ଟଙ୍କାକୁ ହଡ଼ପ କରିଛି। ଯେଉଁମାନେ ଏହି ବିରାଟ ପରିମାଣର ଅର୍ଥ ହେରଫେର କରିଛନ୍ତି, ସେମାନଙ୍କୁ ପୁରସ୍କାର ସ୍ୱରୂପ ରାଜ୍ୟସଭା ପଠାଯାଉଛି। ସନ୍ତୃପ୍ତଙ୍କୁ ସିଧାସଳଖ ଆକ୍ଷେପ କରି ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ସନ୍ତୃପ୍ତ ମିଶ୍ର କିଏ କ’ଣ ତାଙ୍କର ବିଜେଡି ପାଇଁ ଅବଦାନ? ଜୀବନତମାମ ଦଳ ପାଇଁ ରକ୍ତ ଝାଳ ବୁହାଇଥିବା ନିଷ୍ଠାପର କର୍ମୀଙ୍କୁ ଅଣଦେଖା କରି ଜଣେ କର୍ପୋରେଟ୍ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଇବା କର୍ମୀଙ୍କ ମୁହଁରେ ଶକ୍ତ ଚଟକଣା ନୁହେଁ ତ ଆଉ କ’ଣ ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତ।
ଏଥିସହ ପଢ଼ନ୍ତୁ: ରାଜ୍ୟସଭା ପାଇଁ ଏକାଠି ହେଲେ ବିଜେଡ଼ି-କଂଗ୍ରେସ; ଘେରିଲା ବିଜେପି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories