Odisha Politics / ରାଜ୍ୟସଭା ପାଇଁ ଏକାଠି ହେଲେ ବିଜେଡ଼ି-କଂଗ୍ରେସ; ଘେରିଲା ବିଜେପି
·4 months ago·3 min read

Key Points
୨୦୨୬ ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି-କଂଗ୍ରେସ ଏକାଠି ହେବା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।
BJP Targets BJD-Congress Friendship: କୁହାଯାଏ ରାଜନୀତିରେ ସବୁ କିଛି ସମ୍ଭବ। ଆଜି ଯିଏ ଶତ୍ରୁ କାଲି ସିଏ ବନ୍ଧୁ। ରାଜନୀତି ରେ କେହି କାହାର ସ୍ଥାୟୀ ଶତ୍ରୁ କିମ୍ବା ମିତ୍ର ନଥାନ୍ତି। ପରିସ୍ଥିତି ଅନୁସାରେ ଶତ୍ରୁ-ମିତ୍ର ବଦଳୁଥାନ୍ତି। ୨୦୨୬ ରାଜ୍ୟସଭା ନିର୍ବାଚନରେ ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି। ଚଳିତ ବର୍ଷ ରାଜ୍ୟର ୪ ଆସନ ଖାଲି ହେଉଥିବା ବେଳେ ଏହି ନିର୍ବାଚନ ପାଇଁ କଂଗ୍ରେସ-ବିଜେଡ଼ି ଏକାଠି ହେବା ଏହାକୁ ନେଇ ଉଭୟ ବିରୋଧି ଦଳକୁ ଘେରିଛି ରାଜ୍ୟରେ କ୍ଷମତାସୀନ ଶାସକ ବିଜେପି।
କେବେ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାରଙ୍କ କୁଶାସନର ଅନ୍ତ ଘଟାଇବା ପାଇଁ ବିଜେପି ସହ ମେଣ୍ଟ କରିଥିଲା ବିଜେଡ଼ି। ହେଲେ ଏବେ ସମୟ ଚକ୍ରରେ ବିଜେଡ଼ି-କଂଗ୍ରେସ ୨୦୨୬ ରାଜ୍ୟସଭା ନିର୍ବାଚନ ପାଇଁ ଏକାଠି ହୋଇଛନ୍ତି। ଏହି ନିର୍ବାଚନ ପାଇଁ ଉଭୟ ଦଳ ମଧ୍ୟରେ ହୋଇଥିବା ବୁଝାମଣାକୁ ବିଜେପି ସହଜେ ଗ୍ରହଣ କରି ପାରୁନାହୁଁ।
ଏହି ପ୍ରସଙ୍ଗରେ ବିଜେପି ମୁଖପାତ୍ର ଡକ୍ଟର ଅନୀଲ ବିଶ୍ୱାଳ ବିଜେଡି-କଂଗ୍ରେସ ମଧ୍ୟରେ ହୋଇଥିବା ମେଣ୍ଟକୁ ସମାଲୋଚନା କରିଛନ୍ତି। ଏନେଇ ସେ କହିଛନ୍ତି, "ଏହା ଚିନ୍ତାଧାରାର ମେଣ୍ଟ ନୁହେଁ ବରଂ ନିରାଶାର ମେଣ୍ଟ। ନିଜର ସୁବିଧା, ସ୍ଵାର୍ଥ ପାଖରେ ନୈତିକତା ହାର୍ ମାନିଛି। କେବେ କଂଗ୍ରେସ ସରକାରକୁ ବିରୋଧ କରି ଗଠିତ ହୋଇଥିବା ବିଜେଡି଼ ଏବେ ସେମାନଙ୍କ ସହ ରୋଷେଇ ଘର ବାଂଟୁଛି। ଥରେ କଂଗ୍ରେସ ବିରୋଧି ଲହରରେ ରାଜନୀତି ଆରମ୍ଭ କରିବା ପରେ ବିଜେଡି ସୁପ୍ରିମୋ ଏବେ ପିସିସି ସଭାପତିଙ୍କ ସହ ବସିଛନ୍ତି। ଯିଏ ଦୀର୍ଘ ସମୟ ଧରି ତାଙ୍କର ସବୁଠାରୁ ବଡ଼ ସମାଲୋଚକ ହୋଇ ରହିଛନ୍ତି। ରାଜନୈତିକ ପ୍ରତିଦ୍ୱନ୍ଦ୍ୱିରୁ ନିକଟତର ହେବା ସମ୍ପୂର୍ଣ୍ଣ କପଟପୂର୍ଣ୍ଣ ଏବଂ ସୁବିଧାବାଦରେ ପରିପୂର୍ଣ୍ଣ।"
ପଢନ୍ତୁ ଏହି ଖବର: ମିଶନ ୨୦୨୬ ପାଇଁ ଅଣ୍ଟାଭିଡ଼ିଲା ବିଜେପି; ଖୁବ ଶୀଘ୍ର ଜାରି ହେବ ପ୍ରାର୍ଥୀ ତାଲିକା
ରାଜ୍ୟସଭା ନିର୍ବାଚନ ନାମାଙ୍କନ ବେଳେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସ ପାଖାପାଖି ବସିବାକୁ ନେଇ ଟାର୍ଗେଟ୍ କରିବା ସହ ଉଭୟ ଦଳକୁ ନେଇ ବ୍ୟଙ୍ଗାତ୍ମକ ନିମନ୍ତ୍ରଣ ପତ୍ର ପୋଷ୍ଟ ସେୟାର କରିଛନ୍ତି।
ଓଡ଼ିଶାରେ ରାଜ୍ୟସଭା ନିର୍ବାଚନରେ ନିର୍ବାଚିତ ହେବାକୁ ହେଲେ କୌଣସି ପ୍ରାର୍ଥୀଙ୍କୁ ୩୦ ବିଧାୟକଙ୍କ ପ୍ରଥମ ପସନ୍ଦର ଭୋଟ ଆବଶ୍ୟକ। ରାଜ୍ୟ ବିଧାନସଭାରେ ବିଜେପିର ୭୯, ବିଜେଡ଼ିର ୪୮, କଂଗ୍ରେସର ୧୪, ବାମଦଳର ଜଣେ ବିଧାୟକ ଅଛନ୍ତି। ୩ ଜଣ ସ୍ୱାଧିନ ବିଧାୟକଙ୍କ ସମର୍ଥନ ବିଜେପିକୁ ରହିଛି। ଅନ୍ୟପକ୍ଷରେ ଦଳରୁ ୨ ଜଣ ବିଧାୟକଙ୍କୁ ନିଲମ୍ବିତ କରିସାରିଛି ବିଜେଡ଼ି।
ବିଜେପି ପାଖରେ ଏବେ ମୋଟ ୮୨ ବିଧାୟକ ଅଛନ୍ତି। ଦଳର ୨ ଏବଂ ସ୍ୱାଧିନ ପ୍ରାର୍ଥୀଙ୍କୁ ଜିତାଇବାକୁ ହେଲ ଦଳ ପାଖରେ ଆବଶ୍ୟକୀୟ ସଂଖ୍ୟା ଠାରୁ ୮ ଜଣ କମ୍ ବିଧାୟକ ଅଛନ୍ତି। ବିରୋଧି ବିଜେଡି଼ର ୪୮ ବିଧାୟକ ଅଛନ୍ତି। ଗୋଟିଏ ରାଜ୍ୟସଭା ଆସନ ଜିତିବା ପରେ ଦଳ ପାଖରେ ଆହୁରି ୧୮ ବିଧାୟକଙ୍କ ବଳକା ଭୋଟ ରହିଛି। ଅନ୍ୟପକ୍ଷରେ କଂଗ୍ରେସର ୧୪ ଏବଂ ବାମଦଳର ଜଣେ ବିଧାୟକ ବିଜେଡ଼ି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଛନ୍ତି। ଏହାକୁ ମିଶାଇ ଦେଲେ ମୋଟ ବିଧାୟକଙ୍କ ସଂଖ୍ୟା ହେଉଛି ୩୩। ଯାହା ନିର୍ବାଚନ ଜିତିବା ପାଇଁ ଆବଶ୍ୟକୀୟ ସଂଖ୍ୟା ୩୦ ଠାରୁ ୩ ଅଧିକ। ଯଦି ଦଳୀୟ ପ୍ରାର୍ଥୀ ଡକ୍ଟର ହୋତାଙ୍କୁ ଏହି ୩୩ ବିଧାୟକଙ୍କ ସମର୍ଥନ ମିଳିବ ତାହେଲେ ବିଜେଡି଼ ଚତୁର୍ଥ ଆସନ ହାତେଇବ। ହେଲେ ଅନ୍ୟପକ୍ଷରେ ବିଜେପି ସ୍ୱାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଜିତାଇବ ପାଇଁ ପ୍ରାଣମୂର୍ଛା ଉଦ୍ୟମ ଜାରି ରଖିଛି।
ଏଥିସହ ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଭୟ, ହୁଇପ୍ ଜାରୀ କଲା ବିଜେଡି

ଚଳିତ ବର୍ଷ ଓଡ଼ିଶାରୁ ୪ ରାଜ୍ୟସଭା ଆସନ ଖାଲି ହେଉଥିବା ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେପି ୨ ଜଣ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଛି। ସେମାନେ ହେଉଛନ୍ତି ଦଳର ରାଜ୍ୟ ଶାଖା ସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାର। ଅନ୍ୟପକ୍ଷରେ ସ୍ୱାଧିନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଦଳ ସମର୍ଥନ ଜଣାଇ ସାରିଛି। ଅନ୍ୟପକ୍ଷରେ ବିଜେଡି ସନ୍ତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ବିଜେଡ଼ି ପ୍ରାର୍ଥୀ ଡକ୍ଟର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ ଦେଇଛି। ବିଜେପି ପକ୍ଷରୁ ମନମୋହନ ସାମଲ ଓ ସୁଜିତ କୁମାର ଏବଂ ବିଜେଡି଼ ପକ୍ଷରୁ ସନ୍ତୃପ୍ତ ମିଶ୍ର ରାଜ୍ୟସଭାକୁ ଯିବା ଥୟ। ହେଲେ ଚତୁର୍ଥ ଆସନ ପାଇଁ ବିଜେପି ସମର୍ଥିତ ସ୍ୱାଧିନ ପ୍ରାର୍ଥୀ ଦିଲୀପ ରାୟ ଏବଂ କଂଗ୍ରେସ-ବାମ ଦଳ ସମର୍ଥିତ ବିଜେଡ଼ି ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ।Once having started politics in the anti-Congress wave, the BJD supremo, Naveen Patnaik, now sits side by side with PCC president Bhakta Das, who for long has been one of the most vocal critics of Naveen Patnaik. This is the irony of politics. pic.twitter.com/WKmDLgVRPo
— Anil Biswal (@BiswalAnil) March 12, 202
ଓଡ଼ିଶାରେ ରାଜ୍ୟସଭା ନିର୍ବାଚନରେ ନିର୍ବାଚିତ ହେବାକୁ ହେଲେ କୌଣସି ପ୍ରାର୍ଥୀଙ୍କୁ ୩୦ ବିଧାୟକଙ୍କ ପ୍ରଥମ ପସନ୍ଦର ଭୋଟ ଆବଶ୍ୟକ। ରାଜ୍ୟ ବିଧାନସଭାରେ ବିଜେପିର ୭୯, ବିଜେଡ଼ିର ୪୮, କଂଗ୍ରେସର ୧୪, ବାମଦଳର ଜଣେ ବିଧାୟକ ଅଛନ୍ତି। ୩ ଜଣ ସ୍ୱାଧିନ ବିଧାୟକଙ୍କ ସମର୍ଥନ ବିଜେପିକୁ ରହିଛି। ଅନ୍ୟପକ୍ଷରେ ଦଳରୁ ୨ ଜଣ ବିଧାୟକଙ୍କୁ ନିଲମ୍ବିତ କରିସାରିଛି ବିଜେଡ଼ି।
ବିଜେପି ପାଖରେ ଏବେ ମୋଟ ୮୨ ବିଧାୟକ ଅଛନ୍ତି। ଦଳର ୨ ଏବଂ ସ୍ୱାଧିନ ପ୍ରାର୍ଥୀଙ୍କୁ ଜିତାଇବାକୁ ହେଲ ଦଳ ପାଖରେ ଆବଶ୍ୟକୀୟ ସଂଖ୍ୟା ଠାରୁ ୮ ଜଣ କମ୍ ବିଧାୟକ ଅଛନ୍ତି। ବିରୋଧି ବିଜେଡି଼ର ୪୮ ବିଧାୟକ ଅଛନ୍ତି। ଗୋଟିଏ ରାଜ୍ୟସଭା ଆସନ ଜିତିବା ପରେ ଦଳ ପାଖରେ ଆହୁରି ୧୮ ବିଧାୟକଙ୍କ ବଳକା ଭୋଟ ରହିଛି। ଅନ୍ୟପକ୍ଷରେ କଂଗ୍ରେସର ୧୪ ଏବଂ ବାମଦଳର ଜଣେ ବିଧାୟକ ବିଜେଡ଼ି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଛନ୍ତି। ଏହାକୁ ମିଶାଇ ଦେଲେ ମୋଟ ବିଧାୟକଙ୍କ ସଂଖ୍ୟା ହେଉଛି ୩୩। ଯାହା ନିର୍ବାଚନ ଜିତିବା ପାଇଁ ଆବଶ୍ୟକୀୟ ସଂଖ୍ୟା ୩୦ ଠାରୁ ୩ ଅଧିକ। ଯଦି ଦଳୀୟ ପ୍ରାର୍ଥୀ ଡକ୍ଟର ହୋତାଙ୍କୁ ଏହି ୩୩ ବିଧାୟକଙ୍କ ସମର୍ଥନ ମିଳିବ ତାହେଲେ ବିଜେଡି଼ ଚତୁର୍ଥ ଆସନ ହାତେଇବ। ହେଲେ ଅନ୍ୟପକ୍ଷରେ ବିଜେପି ସ୍ୱାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଜିତାଇବ ପାଇଁ ପ୍ରାଣମୂର୍ଛା ଉଦ୍ୟମ ଜାରି ରଖିଛି।
ଏଥିସହ ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଭୟ, ହୁଇପ୍ ଜାରୀ କଲା ବିଜେଡି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories