Biju Naveen foundation row / ବିଜୁ-ନବୀନ ଫାଉଣ୍ଡସେନ ନେଇ ଶ୍ରୀମୟୀ କଲେ ବିସ୍ଫୋରଣ
·6 months ago·2 min read

Key Points
ବିଜେଡିର ସମ୍ପତ୍ତି ହଡ଼ପ ପାଇଁ ଚାଲିଛି ବଡ଼ ଯୋଜନା
ସୋସିଆଲ ମିଡିଆରେ ପୋଷ୍ଟ କଲେ ଶ୍ରୀମୟୀ ମିଶ୍ର
ବିଜୁ ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ’
ପଞ୍ଜିକୃତ କରିବାର ଆବଶ୍ୟକତା କଣ ଥିଲା?
ଆପଣଙ୍କ ଉତ୍ତରାଧିକାରୀ ଭାବେ ଭଣ୍ଡ ସନ୍ୟାସୀକୁ ବାଛି ସାରିଛନ୍ତି କି?
ପ୍ରଶ୍ନକଲେ ଶ୍ରୀମୟୀ ମିଶ୍ର
ସୋସିଆଲ ମିଡିଆରେ ପୋଷ୍ଟ କଲେ ଶ୍ରୀମୟୀ ମିଶ୍ର
ବିଜୁ ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ’
ପଞ୍ଜିକୃତ କରିବାର ଆବଶ୍ୟକତା କଣ ଥିଲା?
ଆପଣଙ୍କ ଉତ୍ତରାଧିକାରୀ ଭାବେ ଭଣ୍ଡ ସନ୍ୟାସୀକୁ ବାଛି ସାରିଛନ୍ତି କି?
ପ୍ରଶ୍ନକଲେ ଶ୍ରୀମୟୀ ମିଶ୍ର
ବିଜେଡିର ସମ୍ପତ୍ତି ହଡ଼ପ ପାଇଁ ଚାଲିଛି ବଡ଼ ଯୋଜନା । ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ପୁର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଦୀର୍ଘ ୨୮ବର୍ଷ ଧରି ଦିନରାତି ପରିଶ୍ରମ କରିଥିବା ବିଜୁ ଜନତା ଦଳର କର୍ମୀ-ନେତାମାନଙ୍କୁ କ’ଣ ଶେଷରେ ଏଭଳି ଧୋକା ମିଳିବାର ଥିଲା କି? ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ନବୀନବାବୁ ନିଜେ କହିଥିଲେ ଯେ ତାଙ୍କର ଉତ୍ତରାଧିକାରୀ ଓଡ଼ିଶାବାସୀ ଚୟନ କରିବେ, କିନ୍ତୁ ଭଣ୍ଡ ସନ୍ୟାସୀ ହାତରେ ସାମ୍ରାଜ୍ୟ ଟେକି ଦେବା ପଛରେ କ’ଣ ଷଡ଼ଯନ୍ତ୍ର ରହିଛି?
ଆପଣ ନିଜେ ‘ସେଟଲର' ବା ପ୍ରତିଷ୍ଠାତା ସାଜି ବିଜୁବାବୁଙ୍କ ସନ୍ତକ ଥିବା ନୂଆଦିଲ୍ଲୀସ୍ଥିତ ବାସଭବନ ସେହି ଟ୍ରଷ୍ଟକୁ ଟେକିଦେଲେ, ଯାହାର ଆଜୀବନ ଅଧ୍ୟକ୍ଷ ଓ ସର୍ବମୟକର୍ତ୍ତା ହେଉଛନ୍ତି ଭଣ୍ଡ ସନ୍ୟାସୀ ବୋଲି ଉଲ୍ଲେଖ କରିଛନ୍ତି ଶ୍ରୀମୟୀ । ଆପଣ କ’ଣ ପରୋକ୍ଷରେ ଓଡ଼ିଶାର ସମ୍ପତ୍ତି ଓ ଆପଣଙ୍କ ଉତ୍ତରାଧିକାରୀ ଭାବେ ଭଣ୍ଡ ସନ୍ୟାସୀକୁ ବାଛି ସାରିଛନ୍ତି କି? ଯଦି ନୁହେଁ ବିଗତ ୩ଦିନ ଧରି ତା’ର ସ୍ପଷ୍ଟୀକରଣ କାହିଁକି ଦେଉନାହାନ୍ତି ବୋଲି ସେ ଲେଖିଛନ୍ତି ।
ସମସ୍ତଙ୍କୁ ଅନ୍ଧାରରେ ରଖି ନୂଆଦିଲ୍ଲୀରେ ଗୁପ୍ତ ଭାବେ ‘ବିଜୁ ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ’ ପଞ୍ଜିକୃତ କରିବାର ଆବଶ୍ୟକତା କଣ ଥିଲା? ଦଲିଲ ଏଭଳି ପ୍ରସ୍ତୁତ କରାଯାଇଛି ଯେଉଁଠି ଆପଣଙ୍କର ବି କ୍ଷମତାକୁ ଭଣ୍ଡ ସନ୍ୟାସୀ ସବୁଦିନ ପାଇଁ ହଡ଼ପ କରିନେଇଛନ୍ତି । ଓଡ଼ିଶାରେ ବିଜୁ-ନବୀନ ଲିଗାସୀକୁ ଆଗକୁ ନେବା ପାଇଁ କ’ଣ ଜଣେ ବି ଯୋଗ୍ୟ ବ୍ୟକ୍ତି ଆପଣଙ୍କୁ ମିଳିଲେ ନାହିଁ ବୋଲି ଲେଖିଛନ୍ତି ଶ୍ରୀମୟୀ ।
ସେପଟେ ଏହି ଘଟଣାରେ ଶ୍ରୀମୟୀଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। 'ବିଜୁ-ନବୀନ ଫାଉଣ୍ଡେସନ ବୋଲି କିଛି ନାହିଁ '। 'ଯେଉଁମାନେ ପ୍ରଚାର କରୁଛନ୍ତି ତାହା ସବୁ ମିଛ' 'ସୋସିଆଲ ମିଡିଆରେ ଯାହା ପ୍ରଚାର ହେଉଛି ତାହା ଭୁଲ୍'। '-ଶ୍ରୀମୟୀ ବଲାଙ୍ଗିର ଯାଆନ୍ତୁ; ଥରୁଟିଏ ବି ସରପଞ୍ଚ ହୋଇପାରିବେନି ବୋଲି କହିଛନ୍ତି ପ୍ରମିଳା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ପୁର୍ବରୁ ବିଜେଡିର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ପ୍ରଥମଥର ପାଇଁ ଦଳୀୟ ପାଣ୍ଠି ହଡ଼ପର ଅଭିଯୋଗ ଆଣିଥିଲେ। ସେଥିପାଇଁ କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଦିଲ୍ଲୀରେ ଆକାଉଣ୍ଟ ଖୋଲାଯାଇ ଏହି ପାଣ୍ଠି ହଡ଼ପ କରାଯାଇଥିବା ଓ ସେଥିରେ ସନ୍ତୃପ୍ତ ମିଶ୍ରଙ୍କ ସମ୍ପୃକ୍ତିଥିବାର ସାଂଘାତିକ ଅଭିଯୋଗ ଆଣିଥିଲେ ପ୍ରଭାତ। ଦଳର ପ୍ରାୟ ୪ହଜର କୋଟି ଟଙ୍କାର ପାଣ୍ଠି କୁଆଡ଼େ ଗଲା, କିଏ ସେହି ଟଙ୍କାକୁ ହଡ଼ପ କରିଛି। ଯେଉଁମାନେ ଏହି ବିରାଟ ପରିମାଣର ଅର୍ଥ ହେରଫେର କରିଛନ୍ତି, ସେମାନଙ୍କୁ ପୁରସ୍କାର ସ୍ୱରୂପ ରାଜ୍ୟସଭା ପଠାଯାଉଛି। ସନ୍ତୃପ୍ତଙ୍କୁ ସିଧାସଳଖ ଆକ୍ଷେପ କରି ପ୍ରଭାତ କହିଥିଲେ ଯେ ସନ୍ତୃପ୍ତ ମିଶ୍ର କିଏ କ’ଣ ତାଙ୍କର ବିଜେଡି ପାଇଁ ଅବଦାନ? ଜୀବନତମାମ ଦଳ ପାଇଁ ରକ୍ତ ଝାଳ ବୁହାଇଥିବା ନିଷ୍ଠାପର କର୍ମୀଙ୍କୁ ଅଣଦେଖା କରି ଜଣେ କର୍ପୋରେଟ୍ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଇବା କର୍ମୀଙ୍କ ମୁହଁରେ ଶକ୍ତ ଚଟକଣା ନୁହେଁ ତ ଆଉ କ’ଣ ବୋଲି ପ୍ରଶ୍ନ କରିଥିଲେ ପ୍ରଭାତ।
ଏଥିସହ ପଢ଼ନ୍ତୁ: କ୍ରସ ଭୋଟିଂ ପାଇଁ କଂଗ୍ରେସରୁ ୩ ବିଧାୟକ ନିଲମ୍ବନ: ଗିରିବାଳା କଂଗ୍ରେସରୁ ବିଦା
ଏଥିସହ ପଢ଼ନ୍ତୁ: କ୍ରସ ଭୋଟିଂ ପାଇଁ କଂଗ୍ରେସରୁ ୩ ବିଧାୟକ ନିଲମ୍ବନ: ଗିରିବାଳା କଂଗ୍ରେସରୁ ବିଦା
Related Topics
Explore more stories